ଗୁରୁତର ରୋଗରେ ପୀଡିତ ଅଛନ୍ତି ମ୍ୟାକ୍ସୱେଲ


ଅଷ୍ଟ୍ରେଲିଆ କ୍ରିକେଟ ଦଳ ପାଇଁ ଦୁଃଖଦ ଖବର ସାମନାକୁ ଆସିଛି । କାରଣ ଦଳର ବିସ୍ପୋଟକ ବ୍ୟାଟ୍ସମ୍ୟାନ ତଥା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଅର୍ନିଦ୍ଧଷ୍ଟ କାଳ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । କାରଣ ଅଷ୍ଟ୍ରେଲିଆ ଦଳର ମନୋବୈଜ୍ଞାନିକ ଡାକ୍ତର ମାଇକେଲ ଲଏଣ୍ଡଙ୍କ କହିବା ମୁତାବକ, ମ୍ୟାକ୍ସୱେଲ ମସ୍ତିଷ୍କ ସମ୍ବନ୍ଧିୟ ଏକ ଗୁରୁତର ରୋଗରେ ପୀଡିତ ଥିବା ଜଣାପଡିଛି । ଏଥିପାଇଁ ସେ କ୍ରିକେଟରୁ ଅର୍ନିଦ୍ଧଷ୍ଟ କାଳ ପର୍ଯ୍ୟନ୍ତ ଦୂରେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ମାଇକେଲ ଆହୁରୀ ମଧ୍ୟ କହିଛନ୍ତି ଯେ, ସେ କ୍ରିକେଟରୁ ଦୂରେଇ ରହି ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରୟାସ କରିବେ ।
ମ୍ୟାକ୍ସୱେଲ ବଦଳରେ ବର୍ତ୍ତମାନ ବାମ ହାତୀ ଖେଳାଳୀ ଡାର୍କି ସର୍ଟଙ୍କପ ଦଳରେ ସ୍ଥାନ ଦିଆଯାଇଛି । ସେ ଶୁକ୍ରବାର ଦିନ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚ ପୂର୍ବରୁ ଦଳରେ ସାମିଲ ହେବେ । ପ୍ରକାଶ ଥାଉକି, ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପୂର୍ବ ଟି-୨୦ ମ୍ୟାଚରେ ମ୍ୟାକ୍ସୱେଲ ପୁଣିଥରେ ନିଜର ଧୂଆଁଧାର ପ୍ରଦର୍ଶନ ଦେଖାଇଥିଲେ ।


Share It

Comments are closed.