ସୋସିଆଲ ମିଡିଆରେ ଭୂତ ବ୍ୟାୟାମ କରୁଥିବାର ଭିଡିଓ ହେଲା ଭାଇରାଲ !


ଭୂତ କରୁଛି ବ୍ୟାୟାମ ! ଶୁଣିଲେ ଡର ଲାଗୁଛି ନା । ଯଦି ଶୁଣିଲେ ଡର ଲାଗୁଛି ତେବେ ଭିଡିଓଟିକୁ ଦେଖିବାକୁ କେତେ ଡର ବା ନ ଲାଗିବ । ତେବେ ନିକଟ କିଛି ଦିନ ତଳେ କଟକସ୍ଥିତ ଖାନନଗର ପାର୍କରେ ଭୂତ ରାତିରେ ବ୍ୟାୟାମ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳିଥିବାବେଳେ ଅନେକ ଏହାକୁ ଏକ ମିଛ ବୋଲି କହୁଛନ୍ତି । ଭିଡିଓ ମୁତାବକ ଖାନନଗର ପାର୍କରେ ଥିବା ଏକ ଟ୍ରାଇସେପ ମେସିନଟି ଆପେ ଆପେ ଚାଲୁଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ଭିଡିଓରେ ଭୂତ କ’ଣ ସତରେ ପାର୍କରେ ବ୍ୟାୟାମ କରୁଛି ନାଁ ଏହାକୁ ଆଉ କିଏ ଗତୀଶୀଳ କରାଇ ଭିଡିଓ ପ୍ରସ୍ତୁତ କରିଛି, ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । କେତେକଙ୍କ କହିବା ମୁତାବକ ଅତ୍ୟାଧୁନିକ ଜ୍ଞାନକୌଶଳ ସହଯୋଗରେ ଏହା ସମସ୍ତ ସମ୍ଭବ ହୋଇପାରୁଥିବା ଅନ୍ୟ କେତେ ଜଣ ମତେ ଦେଇଛନ୍ତି ଯେ, “ସହରବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିବା ପାଇଁ କେହି ଜଣେ ଦୁବୃର୍ତ୍ତ ଏହି ଭିଡିଓକୁ ପ୍ରସ୍ତୁତ କରିଛନ୍ତି ।” ପ୍ରକାଶ ଥାଉକି, ପୂର୍ବରୁ ଏହିଭଳି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିବାବେଳେ ବର୍ତ୍ତମାନ ପୁଣିଥରେ ଅନ୍ୟ ଏକ ଭାଇରାଲ ହୋଇଥିବା ଏହି ଭିଡିଓ ସମସ୍ତଙ୍କ ମନରେ ଆତଙ୍କ ଖେଳାଇଦେଇଛି ।


Share It

Comments are closed.