ବଜାଜ ଫାଇନାନ୍ସ ଏଫଡିରେ ନିବେଶ କରି ପାଆନ୍ତୁ ୭.୨୫% ପର୍ଯ୍ୟନ୍ତର ଆକର୍ଷଣୀୟ ସୁଧହାର


ଭୁବନେଶ୍ୱର: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱାଧିନ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗଠିତ ମନେଟାରୀ ପଲିସି କମିଟି ପକ୍ଷରୁ ଚଳିତ ଏପ୍ରିଲ ୭ ତାରିଖରେ ରେପୋ ରେଟକୁ ଅପରିବର୍ତିତ ରଖିବାର ନିଷ୍ପତି ନିଆଯାଇଛି । ସରକାରୀ ସିକ୍ୟୋରିଟୀ ମାର୍କେଟ ଓ ଆର୍ଥିକ ପ୍ରଣାଳୀରେ ଲିକ୍ୟୁଡିଟି ବୃଦ୍ଧି କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପର ଘୋଷଣା କରାଯାଇଛି । ରେପୋ ରେଟ ହ୍ରାସ ଓ ବଜାରରେ ଲିକ୍ୟୁଡିଟି ହ୍ରାସ ହେବା ଦ୍ୱାରା ମାର୍କେଟ, ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକ ସେମାନଙ୍କର ଋଣ ପ୍ରଦାନ ଓ ଫିକ୍ସ ଡିପୋଜିଟ ହାରକୁ ହ୍ରାସ କରିଥାନ୍ତି । ତେବେ ଏକ ଆକର୍ଷଣୀୟ ଫିକ୍ସ ଡିପୋଜିଟ (ଏଫଡି) ମାଧ୍ୟମରେ ନିଜ ସଂଚୟକୁ ବୃଦ୍ଧି କରିବାକୁ ଚାହୁଁଥିବା ନିବେଶକମାନଙ୍କ ପାଇଁ ଏହା ହେଉଛି ଏକ ଉପଯୁକ୍ତ ସମୟ ଏବଂ ଏଥିପାଇଁ ସେମାନେ ବଜାଜ ଫାଇନାନ୍ସ ଅନ୍‌ଲାଇନ୍ ଏଫଡିରେ ନିବେଶ କରିପାରିବେ ଏବଂ ୭.୨୫% ପର୍ଯ୍ୟନ୍ତର ଆକର୍ଷଣୀୟ ସୁଧ ହାର ପାଇପାରିବେ ।
ଅଣ ବରିଷ୍ଠ ନାଗରୀକମାନେ ଅଫ୍‌ଲାଇନ ମାଧ୍ୟମରେ ବଜାଜ ଫାଇନାନ୍ସ ଏଫଡିରେ ନିବେଶ କରି ୭% ପର୍ଯ୍ୟନ୍ତ ସୁଧ ପାଇପାରିବେ, ଯେବେକି ଅନ୍‌ଲାଇନ ଏଫଡିରେ ନିବେଶ କରି ସେମାନେ ୭.୧୦% ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇପାରିବେ । ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ୭.୨୫% ରହିଛି, ଯଦ୍ୱାରା ସେମାନଙ୍କର ସଂଚୟର ଦ୍ରୁତ ଅଭିବୃଦ୍ଧି ହୋଇଥାଏ । ବଜାଜ ଫାଇନାନ୍ସ ଏଫଡିକୁ କ୍ରିଜିଲ ଦ୍ୱାରା ଏଫଏଏ ରେଟିଂ ଓ ଆଇସିଆରଏ ଦ୍ୱାରା ଏମଏଏ ରେଟିଂ ପ୍ରଦାନ କରାଯାଇଛି, ଯାହାକି ସର୍ବାଧିକ ସୁରକ୍ଷା ପ୍ରଦାନ କରୁଛି । ଏଥିରେ ଡିଫଲ୍ଟର ଆଶଙ୍କା ମଧ୍ୟ ସର୍ବନିମ୍ନ ରହିଛି । ବଜାଜ ଫାଇନାନ୍ସ ଏଣ୍ଡ-ଟୁ-ଏଣ୍ଡ ଅନ୍‌ଲାଇନ୍ ପେପରଲେସ ପ୍ରକିୟା ସୁବିଧା ପ୍ରଦାନ କରେ, ଯାହାଦ୍ୱାରା ନିବେଶକମାନେ ଘରେ ରହି ମଧ୍ୟ ନିବେଶ କରିପାରିବେ । ଜଣେ ଏଥିପାଇଁ ସହଜ ଏଫଡି ଇଂଟରେଷ୍ଟ କାଲକୁଲେଟର ଦେଖିପାରିବେ ଓ ନମନୀୟ ଅବଧି ଏବଂ ପଇଠ ବିକଳ୍ପକୁ ବାଛି ପାରିବେ ତଥା ନିଜର ପୁଞ୍ଜି ବୃଦ୍ଧି କରିପାରିବେ ।
ବର୍ତମାନ ବଜାର ପରିସ୍ଥିତି ଅନୁଯାୟୀ ଫିକ୍ସଡ ଆୟ ଯୋଜନାକୁ ଚୟନ କରାଯିବା ଆବଶ୍ୟକ । ଏହାଦ୍ୱାରା ନିଜର ସଂଚୟକୁ ସୁରକ୍ଷିତ କରାଯାଇପାରିବ । ନିବେଶକ ଲାଡରିଂ ଜମାର ସୁବିଧା ନେଇପାରିବେ, ଯେଉଁଥିରେ ସମସ୍ତ ପାଣ୍ଠିକୁ ଏକାଥରରେ ଜମା କରିବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଯଦି ଜରୁରୀକାଳୀନ ପାଣ୍ଠିର ଆବଶ୍ୟକ ହୁଏ ତେବେ ଜଣେ ଏଫଡି ବିପକ୍ଷରେ ଋଣ ଗ୍ରହଣ କରିପାରିବେ ।


Share It

Comments are closed.