ଅସହ୍ୟ ଗରମ ଯୋଗୁଁ ଉଲଗ୍ନ ହୋଇ ସ୍କୁଟି ଚଳାଇଲେ ଯୁବକ


ନର୍ଥ-ଇଷ୍ଟ ଜର୍ମାନରେ ଏକ ଅଦ୍ଭୁତପୂର୍ବ ଘଟଣା ସମସ୍ତଙ୍କ ସାମନାକୁ ଆସିଛି । ଘଟଣାଟି କିଛି ଏପରି ଘଟିଛି ଯେ, ଜଣେ ବ୍ୟକ୍ତି ଅସହ୍ୟ ଗରମ ଯେଗୁଁ ଆଉ ସମ୍ଭାଳି ନପାରି ନିଜ ପେଣ୍ଟ ସାର୍ଟ ଖୋଲିଦେଇ ସମ୍ପୂର୍ଣ୍ଣ ଲଙ୍ଗଳା ହୋଇ ପଡିଥିଲେ ଏବଂ ଖାଲି ସ୍ୟାଣ୍ଡେଲ ଏବଂ ହେଲମେଟ ପିନ୍ଧି ସ୍କୁଟି ଚଲାଇବାକୁ ଲାଗିଲେ । ଏହାକୁ ଦେଖି ପୋଲିସ ତୁରନ୍ତ ତାଙ୍କ ନିକଟକୁ ପଳାଇ ଆସି ପଚରାଉଚାର କରିବା ବେଳେ ବ୍ୟକ୍ତି ଜଣକ କହିଥିଲେ ଯେ, ଅସହ୍ୟ ଗରମ ଯୋଗୁଁ ସେ ଏପରି କରିବା ପାଇଁ ବାଧ୍ୟ ହୋଇଥିଲେ ।


ପ୍ରକାଶ ଥାଉକି ବର୍ତ୍ତମାନ ଜର୍ମାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ସେଠାରେ ୧୯୪୭ ମସିହା ପରେ ଚଳିତ ବର୍ଷ ଏହଭଳି ଅସହ୍ୟ ଗରମ ଦେଖିବାକୁ ମିଳିଛି ।


Share It

Comments are closed.