ଜିଇ ପକ୍ଷରୁ ବାୟୁ ଗୁଣବତା ପ୍ରଯୁକ୍ତି ସ୍ଥାପନ ନିମନ୍ତେ ୮୫୦.୬୯ କୋଟି ଟଙ୍କାର ଚୁକ୍ତି


ଭୁବନେଶ୍ୱର: ଜିଇ ପାୱାର ଇଣ୍ଡିଆ ଲିମିଟେଡ୍ (ଜିଇପିଆଇଏଲ୍‌) ଭାରତରେ ସର୍ବୋତମ ଏୟାର କ୍ୱାଲିଟି କଂଟ୍ରୋଲ ସିଷ୍ଟମ (ଏକ୍ୟୁସିଏସ୍‌) ସଲ୍ୟୁସନ୍ସ ଯୋଗାଣ କରିବା ପାଇଁ ୮୫୦.୬୯ କୋଟି ଟଙ୍କା (୧୧୨.୫୭ ମିଲିୟନ ଡଲାର) ମୂଲ୍ୟର ୩ଟି ଚୁକ୍ତି ସ୍ୱାକ୍ଷର କରିଛି । ଏହି ପ୍ରକଳ୍ପଗୁଡିକ ଏନ୍‌ଟିପିସି ଲିମିଟେଡ୍ ଓ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ ପାଇଁ ଏଫଜିଡି ଟେକ୍ନୋଲୋଜି ସଲ୍ୟୁୁସନ ଏବଂ ଉତର ପ୍ରଦେଶ ରାଜ୍ୟ ବିଦ୍ୟୁତ୍ ଉତ୍ପାଦନ ନିଗମ ଲିମିଟେଡ୍ (ୟୁପିଆର୍‌ଭିୟୁଏନ୍‌ଏଲ୍‌) ପାଇଁ ଡିନକ୍ସ ସଲ୍ୟୁସନ୍ ଯୋଗାଣ କରିବେ । ଏହି ଦୁଇଟି ମିଳିତ ପ୍ରକଳ୍ପ ମାଧ୍ୟମରେ ଜିଇ ଏଫ୍‌ଜିଡି ଇନ୍‌ଷ୍ଟଲେସନ ପୂର୍ବରୁ ଏହି ପ୍ଲାଂଟ୍‌ଗୁଡିକରୁ ବାହାରୁଥିବା ୯୦% ଏସ୍‌ଓ୨ ଅପସାରଣ କରି ବାୟୁକୁ ସ୍ୱଚ୍ଛ କରିବ । ଏଥିରେ ଭାରତର ପ୍ରଥମ ସେମି ଡ୍ରାଏ ଫ୍ଲୁ ଗ୍ୟାସ୍ ଡିସଲ୍‌ଫରାଇଜେସନ ସିଷ୍ଟମ ସାମିଲ ରହିଛି ଯାହାକି ଏସ୍‌ଓ୨ ଅପସାରଣ ସହିତ କମ୍ ଜଳ ବ୍ୟବହାର, କ୍ଷୁଦ୍ର ଫୁଟ୍‌ପ୍ରିଂଟ୍‌ସ, ବିଦ୍ୟମାନ ଷ୍ଟାକ୍‌ର ବ୍ୟବହାର କରିବା ସହିତ ପ୍ଲାଂଟ୍‌ଗୁଡିକ ପାଇଁ କମ୍ ଜୀବନଚକ୍ର ମୂଲ୍ୟ ଓ କମ୍ କାର୍ଯ୍ୟକାରିତା ସମୟ ଆଦି ସୁବିଧା ଉପଲବ୍ଧ କରିଥାଏ ।
ଜିଇ ପାୱାର ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ଜୈନଙ୍କ କହିବା ଅନୁସାରେ, “ଏହାର ଏକ୍ୟୁସିଏସ୍ ପୋର୍ଟଫୋଲିଓର ସମାଧାନଗୁଡିକ ନିର୍ଗମନ କ୍ଷେତ୍ରରେ ଏସ୍‌ଓଏକ୍ସ ଓ ଏନ୍‌ଓଏକ୍ସର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ବାୟୁର ଗୁଣବତାରେ ସୁଧାର କରିବା ପାଈଁ କାର୍ଯ୍ୟ କରିବ ।”
ଜିଇର ଉତ୍ପାଦଗୁଡିକର ଏକ୍ୟୁସିଏସ୍ ପୋର୍ଟଫୋଲିଓ ଅତ୍ୟାଧୁନିକ ଏୟାର ପଲ୍ୟୁସନ କଂଟ୍ରୋଲ ଇଞ୍ଜିନିୟରିଙ୍ଗ୍‌, ପ୍ରକ୍ରିୟା ଓ ଉପକରଣ ଡିଜାଇନଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ, ପରିଚାଳନା ଓ ରକ୍ଷଣାବେକ୍ଷଣ ସୁବିଧା ପ୍ରଦାନ କରିଥାଏ । ଜିଇ ଷ୍ଟ୍ରିମ୍ ପାୱାର୍‌ର ୧୩ଜିଡବ୍ଲ୍ୟୁ କ୍ଷମତାର ବ୍ୟାପକ ରେଞ୍ଜର ଏଫ୍‌ଜିଡି ଟେକ୍ନୋଲୋଜିକାଲ ସଲ୍ୟୁସନ୍ ଓ ଉପରୋକ୍ତ ପ୍ରକଳ୍ପଗୁଡିକୁ ବର୍ତମାନ ତେଲେଙ୍ଗାନା, ସୋଲାପୁର, ତାଣ୍ଡା, ମେଜା, ଉଂଚାହାର, ଝାଜ୍ଜର, ସିପାଟ୍ ଓ ସିମାହାଦ୍ରିରେ ଥିବା ଏକାଧିକ ଏନ୍‌ଟିପିସି ପ୍ଲାଂଟ୍‌ଗୁଡିକରେ ବ୍ୟବହାର କରାଯାଉଛି । ସମାନ ରୂପେ, ଏହାର ଡିନକ୍ସ ସଲ୍ୟୁସନ୍ସ ପାଇଁ ଜିଇ ଷ୍ଟ୍ରିମ୍ ପାୱାର ପାଖରେ ୯.୯୮ ଜିଡବ୍ଲ୍ୟୁର ଇନ୍‌ଷ୍ଟଲ୍‌ଡ କ୍ଷମତା ରହିଛି । ସେହିପରି ଜିଇ ଷ୍ଟିମ୍ ପାୱାର ପୂର୍ବରୁ ଏନଟିପିସି ପାଇଁ ୧୧ ଜିଗାୱାଟ୍ କ୍ଷମତା କାର୍ଯ୍ୟକାରୀ କରୁଛି, ଏହାସହିତ ଡ଼ିନକ୍ସ ସମାଧାନ ପାଇଁ ୟୁପିଆରଭିୟୁଏନଏଲ ନିମନ୍ତେ ୨.୨୪ ଗିଗାୱାଟ କ୍ଷମତା କାର୍ଯ୍ୟକାରୀ କରିଛି । ଏହି ସମାଧାନଗୁଡିକ ଇଣ୍ଡଷ୍ଟ୍ରିଆଲ ପ୍ଲାଂଟ୍‌ଗୁଡିକରୁ ଏସ୍‌ଓଏକ୍ସ ଓ ଏନ୍‌ଓଏକ୍ସର ହ୍ରାସ କରିବା ଏବଂ ଭବିଷ୍ୟତ ପାଇଁ ଅଧିକ ସ୍ୱଚ୍ଛ ଓ ଦକ୍ଷ ଶକ୍ତି ପ୍ରଦାନ କରିବା କ୍ଷେତ୍ରରେ ସରକାରଙ୍କ ନିୟମର ପାଳନ କରିବାରେ ଗ୍ରାହକଙ୍କୁ ସହଯୋଗ କରିଆସୁଛନ୍ତି ।


Share It

Comments are closed.