ଧୋନୀଙ୍କ ସଂପର୍କରେ ବୟାନବାଜୀ କରି ନିଜେ ସମାଲୋଚିତ ହେଲେ ଗମ୍ଭୀର


ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୂର୍ବରୁ ଇନ୍ଦୋରରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଗମ୍ଭୀରଙ୍କ ଜଲପି ଏବଂ ପୋହା ଖାଇବାର ଶୈଳୀକୁ ନେଇ ତାଙ୍କୁ ଅନେକ ସମାଲୋଚନା କରିଥିବାବେଳେ ବର୍ତ୍ତମାନ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀକୁ ନେଇ ସେ ପୁଣିଥରେ ବିୟାନବାଜୀ କରିଛନ୍ତି । ଗମ୍ଭୀରଙ୍କ ଏହି ବୟାନ ପରେ ତାଙ୍କୁ ପୁଣିଥରେ ସମାଲୋଚିତ ହେବାକୁ ପଡିଛି ।
ପ୍ରକାଶ ଥାଉକି, ଏକ ସାକ୍ଷାତକାରେ ସାମ୍ବାଦିକ ମାନଙ୍କୁ ନିଜ ପ୍ରତିକ୍ରିୟା ଦେଇ ଗମ୍ଭୀର କହିଛନ୍ତି ଯେ, ୨୦୧୧ ବିଶ୍ୱକପରେ ଧୋନୀ ଯଦି ମୋତେ ମୋ ଶତକ ସଂପର୍କରେ ସ୍ମରଣ କରାଇନଥାନ୍ତେ ତେବେ ମୁଁ ସହଜରେ ଶତକ ହାସଲ କରିନେଇଥାନ୍ତି । ସେ କହିଛନ୍ତି ଯେ, “୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚରେ ମୁଁ ୯୭ ରନ ସଂଗ୍ରହ କରି ଖେଳୁଥିଲି । ସେହି ସମୟରେ ଧୋନୀ ମୋତେ ନିଜ ଶତକ ପୂରଣ କରାଇବା ପାଇଁ କହିଥିଲେ । ”
ଗମ୍ଭୀର କହିଥିଲେ ଯେ, “ଧୋନୀ ମୋ ଶତକ ସଂପର୍କରେ ସ୍ମରଣ କରାଇବା ପୂର୍ବରୁ ମୁଁ ଏହି ବିଷୟରେ କିଛି ବି ଭାବି ନଥିଲି । ସେହି ସମୟରେ ମୋ ଧ୍ୟାନ କେବଳ ଶ୍ରୀଲଙ୍କାର ଟାର୍ଗେଟ ଉପରେ ଥିଲା । ମୋର ମନେ ଅଛି ଯେତେବେଳେ ଓଭର ଶେଷ ହୋଇଥିଲା ସେତେବେଲେ ଧୋନୀ ଏବଂ ମୁଁ କ୍ରିଜରେ ଉପସ୍ଥିତ ଥିଲୁ । ସେହି ସମୟରେ ଧୋନୀ ମୋ ପାଖକୁ ଆସି କହିଥିଲେ କି ତୁମେ ୩ ରନ ସଂଗ୍ରହ କରି ନିଜ ଶତକ ପୂରଣ କର । ” ଗମ୍ଭୀର କହିଥିଲେ, “ଯଦି ଧୋନୀ ମୋତେ ଏହି ସଂପର୍କରେ ସ୍ମରଣ କରାଇ ନଥାନ୍ତେ ତେବେ ମୁଁ ଖୁବ ସହଜରେ ନିଜ ଶତକ ହାସଲ କରିନେଇଥାନ୍ତି । କିନ୍ତୁ ଶତକ ହାସଲ କରିବା ଲକ୍ଷ୍ୟକୁ ନେଇ ମୁଁ ପେରେରାଙ୍କ ବଲରେ ନିଜ ୱିକେଟ ହରାଇ ବସିଥିଲି ।”
ଗମ୍ଭୀରଙ୍କ ଏହି ବୟାନ ପରେ ତାଙ୍କୁ ଅନେକ ୟୁଜର୍ସ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ ।


Share It

Comments are closed.