ଧୋନିଙ୍କ ସନ୍ୟାସକୁ ନେଇ ମୁହଁ ଖୋଲିଲେ ଗମ୍ଭୀର


ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଗୌତମ ଗମ୍ଭୀର ଆନ୍ତର୍ଜାତିକ କ୍ରିକେଟରୁ ଧୋନିଙ୍କ ସନ୍ୟାସ ପାଇଁ ଲାଗିଥିବା ଚର୍ଚ୍ଚା ଉପରେ ନିଜର ମତ ରଖିଛନ୍ତି । ଗମ୍ଭୀର ହୁଏତ ରାଜନୀତିରେ ପାଦ ଥାପି ଥାଇପାରନ୍ତି କିନ୍ତୁ ସେ ସର୍ବଦା କ୍ରିକେଟ ସହ ଯୋଡି ହୋଇ ରହିଥାନ୍ତି । ଚଳିତ ବିଶ୍ୱକପ ପରେ ଏହି ଚର୍ଚ୍ଚା ସର୍ବଦା ଲାଗି ରହିଛି ଯେ, ମହେନ୍ଦ୍ର ସିଂହ ଧୋନି କେବେ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେବେ । ବିରେନ୍ଦ୍ର ସେହୱାଗଙ୍କ ପରେ ବର୍ତ୍ତମାନ ଗମ୍ଭୀର ଏହି ସଂପର୍କରେ ନିଜ ପକ୍ଷ ରଖିଛନ୍ତି ।
ଗମ୍ଭୀରଙ୍କ ମୁତାବକ, ଏହି ଘଟଣା ଉପରେ ଇମୋସନାଲି ନୁହେଁ ବରଂ ପ୍ରାକ୍ଟିକାଲ ଭାବେ ଗମ୍ଭୀର ଭାବେ ଚିନ୍ତା କରିବା କଥା । ଧୋନି ବର୍ତ୍ତମାନ ୩୮ ବର୍ଷରେ ପଦାର୍ପଣ କଲେଣି ଏବଂ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ମୁତାବକ ସେ ଖୁବ ଶୀଘ୍ର ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଇଯିବା କଥା । ବିଶ୍ୱକପରେ ଭାରତ ସେମିଫାଇନଲରେ ପହଞ୍ଚିଥିବା ସତ୍ତେ୍ୱ ମଧ୍ୟ ଧୋନିଙ୍କ ଧୀମା ବ୍ୟାଟିଙ୍ଗ ତାଙ୍କୁ ଖୁବ ସମାଲୋଚନାର ଶୀକାର ହେବାକୁ ପଡିଥିଲା ।
ଗମ୍ଭୀର ସାମ୍ବାଦିକ ମାନଙ୍କୁ ଏହି ସଂପର୍କରେ ନିଜ ମତ ଦେଇ କହିଛନ୍ତି ଯେ, “ଭବିଷ୍ୟତ ବିଷୟରେ ଚିନ୍ତା କରିବା ଏହା ନିହାତି ଜରୁରୀ ଅଟେ କାରଣ ଧୋନି ଯେତେବେଳେ ଅଧିନାୟକ ଥିଲେ ସେ ଭବିଷ୍ୟତ କଥା ଭାବି ସର୍ବଦା ନିଷ୍ପତି ନେଉଥିଲେ । ମୋତେ ମନେ ଅଛି ଧୋନି ଯେତେବେଳେ ଅଷ୍ଟ୍ରେଲିଆରେ ‘ସିୱି ସିରିଜ’ ହେବାକୁ ଥିଲା ତାହା ପୂର୍ବରୁ କହିଥିଲେ ଯେ, ସଚିନ ଏବଂ ସେହୱାଗ ଏହି ସିରିଜରେ ଖେଳି ପାରିବେ ନାହିଁ କାରଣ ସଠାକାର ପଡିଆ ବହୁତ ବଡ ଅଟେ । ଧୋନି ଆହୁରୀ ମଧ୍ୟ କହିଥିଲେ ଯେ, ଆଗାମୀ ବିଶ୍ୱକପ ପାଇଁ ଯୁବ ଖେଳାଳୀଙ୍କୁ ସୁଯୋଗ ଦେବା ଉଚିତ । ଏଥିରେ ଇମୋସନାଲି ଭାବେ ନିଷ୍ପତି ନନେଇ ପ୍ରାକ୍ଟିକାଲ ଭାବେ ନେବା ଉଚିତ । ”
ଗମ୍ବୀରଙ୍କ ଅନୁଯାୟୀ ଆଗାମୀ ବିଶ୍ୱକପ ୨୦୨୩ ପାଇଁ ନୂଆ କ୍ରିକେଟର ଏବଂ ୱିକେଟ କିପରଙ୍କୁ ସୁଯୋଗ ଦେବା ଉଚିତ । ଗମ୍ଭୀର ଆହୁରୀ ମଧ୍ୟ କହିଛନ୍ତି ଯେ, “ଭାରତ ପାଖରେ ବର୍ତ୍ତମାନ ସୁଯୋଗ ଅଛି ନୂଆ ଖେଳାଲୀଙ୍କୁ ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତ କରିବାର । ସେ ଯିଏବି ହେଅନ୍ତୁ ନା କାହିଁକି ରିଷଭ ପନ୍ତ, ସଞ୍ଜୁ ସାମସନ, ଇଶାନ କିଶାନ । ବର୍ତ୍ତମାନ ସମସ୍ତ ଯୁବ ଖେଳାଳୀଙ୍କୁ ସୁଯୋଗ ଦେବା ଉଚିତ ଏବଂ ଦେଖିବାର ଅଛି କାହାର କେତେ ଦମ ।”


Share It

Comments are closed.