ଏହି କାରଣରୁ ଫଳ ବିକାଳିଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଗୌହର ଖାନ, ୟୁଜର କଲେ ପ୍ରଶଂସା


ଅଭିନେତ୍ରୀ ଗୌହର ଖାନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି । ତାଙ୍କର ଓ ତାଙ୍କ ସ୍ବାମୀଙ୍କ ସହ କିଛି ନା କିଛି ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ସେ ବିଗ୍ ବସ୍ -୭ର ର ବିଜେତା ହୋଇଥିଲେ । ଏହାରି ମଧ୍ୟରେ ଭୋପାଳର ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ମହିଳା ଏକ ଠେଲା ଗାଡିରେ ଥିବା ଫଳ ଫିଙ୍ଗୁଥିବାର ନଜର ଆସିଛନ୍ତି। ଯେତେବେଳେ ଗୌହର ଖାନଙ୍କ ଏହି ଭିଡିଓଟିକୁ ଦେଖିଥିଲେ ସେତେବେଳେ ସେ ବହୁତ ରାଗିଯାଇଛନ୍ତି । ଏହା ସହିତ ସେ ସେ ଫଳ ବିକ୍ରି କରୁଥିବା ବିକାଳିଙ୍କର ସମସ୍ତ ଫଳ ପାଇଁ ଟଙ୍କା ଦେବା ବିଷୟରେ ମଧ୍ୟ କହିଥିଲେ ।

ତେବେ ଉକ୍ତ ଭିଡିଓଟି ଭାଇରାଲ ହେବା ପରେ ତାଙ୍କର ଏହି କଥା ଶୁଣିବା ପରେ ଲୋକମାନେ ଗୌହରଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଗୌହର ଲେଖିଛନ୍ତି, ମୁଣ୍ଡ ଖରାପ ନା କଣ, ଲଜ୍ଜ୍ୟା ଲାଗିବା କଥା । ଦୟା କରି ମତେ ଏହି ଫଳ ଦୋକାନୀ ବିଷୟରେ ଟିକେ ସୂଚନା ଦେବା ପାଇଁ ସାହାର୍ଯ୍ୟ କରନ୍ତୁ । ମୁଁ ତାଙ୍କ ଫଳର ପୁରା ଠେଲା କିଣିବାକୁ ଚାହୁଁଛି, କାହିଁକି ନା ତାଙ୍କର ସେହି ମହିଳାଙ୍କ ପାଇଁ ବହୁତ କିଛି କ୍ଷତି ହୋଇଛି । ଏହା ଦେଖିବା ପରେ ୟୁଜର୍ସମାନେ ଗୌହର କମେଣ୍ଟକୁ ସମର୍ଥନ କରିବା ସହ ପ୍ରଶଂସା କରୁଛନ୍ତି ।

ସୂଚନା ଅନୁଯାୟୀ କୁହାଯାଉଛି ଯେ ଫଳ ବିକାଳିଙ୍କ ଠେଲା ଗାଡିଟି ମହିଳାଙ୍କ କାର ସହିତ ଧକ୍କା ହୋଇଥିଲା । ଏଥିପାଇଁ ମହିଳା ଜଣଙ୍କ ରାଗି ଯାଇ ଠେଲାରୁ ଫଳ ଉଠାଇ ରାସ୍ତାରେ ପିଙ୍ଗିବାକୁ ଲାଗିଲେ । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ୟୁଜର୍ସମାନେ ଦେଖିବା ପରେ ମହିଳାଙ୍କ ଉପରେ ତାଙ୍କ କାମକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି । ଖବର ଅନୁଯାୟୀ କାରରେ ଥିବା ଏକ ଷ୍ଟିକର ଆଧାରରେ ମହିଳା ଜଣକ ଭୋପାଳ ବିଶ୍ୱବିଦ୍ୟାଳୟର ପ୍ରଫେସର ବୋଲି ଜଣାପଡିଛି। କିନ୍ତୁ ଏହା ଅଫିସିଆଲି ଭାବେ ଠିକ୍‌ସେ ଜଣାପଡି ନାହିଁ । ଭୋପାଳ କଲେକ୍ଟର ଅବିନାଶ ଲାଭାନିଆ ସ୍ପଷ୍ଟ କରିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି।


Share It

Comments are closed.