ଓଜନ କମାଇବାରେ ବେଶ ସହାୟକ ହୋଇଥାଏ ରସୁଣ ଓ ମହୁ: ଦେଇଥାଏ ଆହୁରି ଅନେକ ଜବରଦସ୍ତ ଫାଇଦା


ଥଣ୍ଡା ସମୟରେ ରସୁଣ ବ୍ୟବହାର ବଢ଼ିଯାଏ । ରସୁଣ ସମସ୍ତଙ୍କ ଘରେ ସହଜରେ ମିଳିଯାଏ । ରସୁଣ ଖାଇଲେ ସ୍ୱାଦ ବଢ଼ିବା ସହ ଅନେକ ରୋଗ ମଧ୍ୟ ଶରୀରରୁ ଦୁର ହୋଇଯାଏ। ରସୁଣ ସହ ମହୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ । ଆୟୁର୍ବେଦରେ ମହୁକୁ ବହୁତ ଉପକାରି ବୋଲି କୁହାଯାଇଛି। ଥଣ୍ଡା, କାଶ ଓ ଉଚ୍ଚ ରକ୍ତଚାପ ରୋଗିମାନଙ୍କୁ ରସୁଣ ଓ ମହୁ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣ ମହୁ ଓ ରସୁଣ ଏକାସାଙ୍ଗେ ମିଶାଇ ଖାଉଛନ୍ତି ଏହାର ଗୁଣ ଅଧିକ ବଢ଼ିଯାଏ । ଏହା ପାଚନ ପ୍ରକ୍ରିୟା ବଢ଼ାଇବାରେ ସାହାଯ୍ୟ କରେ ।

*ରସୁଣରେ ଭିଟାମିନ ବି୬ ଓ ସି, ଫାଇବର, ମାଙ୍ଗାନିଜ, କ୍ୟାଲ୍ସିୟମ୍, ଭଳି ପୋଷକ ତତ୍ୱ ଥାଏ । ଯାହା ଓଜନ କମ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ।
*ରସୁଣ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଓ ଶରୀରରୁ ବିଶାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ।
*ରସୁଣ ଖାଇଲେ ଶରୀରରେ ଚୟାପଚୟ ପ୍ରକ୍ରିୟା ବଢ଼ିଥାଏ ଓ ଶରୀରରେ ଥିବା ଅଧିକ ଚର୍ବିକୁ କମାଇବାରେ ସାହାଯ୍ୟ କରେ।

*ମହୁ ଶରୀରକୁ ଶକ୍ତି ପ୍ରଦାନ କରିବେ ସାହାଯ୍ୟ କରେ ।
*ଶରୀରରେ ଗ୍ଲୁକୋଜ ଉତ୍ପାଦନ କରିବାରେ ମହୁ ସାହାଯ୍ୟ କରେ ଯାହା କି ମସ୍ତିଷ୍କର ଶର୍କରା ସ୍ତରକୁ ଉଚ୍ଚ ରଖିଥାଏ।
*ମହୁ ଖାଇଲେ ଶରୀରରେ ଫ୍ୟାଟ୍ ବର୍ଣ୍ଣିଙ୍ଗ ହରମୋନ ତିଆରି ହୁଏ ଓ ହାତଗୋଡ଼ ଫୁଲା ସମସ୍ୟା ଦୁର ହୁଏ।

ଗୋଟିଏ ପାଖୁଡ଼ା ରସୁଣ ଆଣନ୍ତୁ ଓ ତାକୁ ଦଳିଦିଅନ୍ତୁ। ତାପରେ ଗୋଟେ ଛୋଟ କପରେ ଏକ ଚାମଚ ମହୁ ନିଅନ୍ତୁ ଓ ଏଥିରେ ବଟା ହୋଇଥିବା ରସୁଣ ମିଶାନ୍ତୁ । ବର୍ତ୍ତମାନ ଦୁଇଟିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ୧୫-୨୦ ମିନିଟ ପାଇଁ ରଖିଦିଅନ୍ତୁ। ଆପଣ ଏହାକୁ ସକାଳେ ଖାଲି ପେଟରେ ଖାଆନ୍ତୁ । ଆପଣ ଏହାକୁ ଫ୍ରିଜରେ ରଖି ୩ ଦିନ ପର୍ଯ୍ୟନ୍ତ ଖାଇପାରିବେ।

*ରସୁଣ ମହୁର ମିଶ୍ରଣ ଅଧିକ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
*ଏହି ମିଶ୍ରଣକୁ ଦିନରେ ଥରେ ଖାଆନ୍ତୁ । ଦୁଇ ପାଖୁଡ଼ାରୁ ଅଧୀକ ରସୁଣ ଖାଆନ୍ତୁ ନାହିଁ ।
*ଅଧିକ ରସୁଣ ଖାଇଲେ ପାଟି ଦୁର୍ଗନ୍ଧ, ପେଟ ଜଳା ପୋଡ଼ା, ଛାତି ଜଳିବା, ଗ୍ୟାସ ଭଳି ସମସ୍ୟା ହୋଇପାରେ।
*ଗର୍ଭବତୀ ମହିଳା ବା ଛୋଟପିଲାକୁ ଏହି ମିଶ୍ରଣ ଦେବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ।

(ମନେରଖନ୍ତୁ: ଏହା କେବଳ ଆପଣଙ୍କୁ ସାମାନ୍ୟ ସୂଚନା ଦେବା ପାଇଁ ଉଦ୍ଦିଷ୍ଟ । କୌଣସି ଜିନିଷର ସେବନ କିମ୍ବା ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ ।)


Share It

Comments are closed.