ଗ୍ୟାପର ପ୍ରଥମ ସପ୍-ଇନ ସପର ଶୁଭାରମ୍ଭ


ଭୁବନେଶ୍ୱର – ଭୁବନେଶ୍ୱରର ଜନପଥ ରୋଡ ସ୍ଥିତ ଅଲ ଦାଟ ଜାଜ୍ ଷ୍ଟୋରରେ ଗ୍ୟାପର ପ୍ରଥମ ସପ-ଇନ ସପର ଶୁଭାରମ୍ଭ କରାଯାଇଛି । ଏହି ସପ-ଇନ-ସପରେ ଉଭୟ ପୁରୁଷ, ମହିଳା ଏବଂ ଶିଶୁଙ୍କ ବସ୍ତ୍ର ଉପକରଣ ଉପଲବ୍ଧ ହେବ । ଜାତୀୟ ସମ୍ପ୍ରସାରଣକୁ କ୍ରମାଗତଭାବେ ବୃଦ୍ଧି କରିବା ପାଇଁ ଅରବିନ୍ଦ ଲାଇଫଷ୍ଟାଇଲ ବ୍ରାଣ୍ଡସ ଲିଃର ଭାରତୀୟ ଫ୍ରାଞ୍ଚାଇଜ୍ ପକ୍ଷରୁ ମଲ୍ଟି ବ୍ରାଣ୍ଡ ରିଟେଲର ମାଧ୍ୟମରେ ୧୭ ଗ୍ୟାପ ସପ-ଇନ-ସପର ଶୁଭାରମ୍ଭ କରାଯାଇଛି । ଦେଶରେ ଗ୍ୟାପ ଉତ୍ପାଦର ଉପଲବ୍ଧତାରେ ବୃଦ୍ଧି, ଏହି ଆମେରିକାନ ବ୍ରାଣ୍ଡର ଟାୟାର ୨ ଏବଂ ୩ ବଜାରରେ ଗ୍ରାହକଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ସ୍ଥାପନା କରାଯାଇଛି । ଭାରତରେ ପ୍ରଥମଥର ପାଇଁ ଗ୍ୟାପର ସପ-ଇନ-ସପ ଫର୍ମାଟର ଶୁଭାରମ୍ଭ କରାଯାଇଛି । ପ୍ରତ୍ୟେକ ସ୍ଥାନରେ ତିନି ପ୍ରକାରର ଉତ୍ପାଦ ଶୈଳୀ ମଧ୍ୟରୁ କୌଣସି ଗୋଟିଏ ରହିଥାଏ, ଯଥା ଶିଶୁ ମାନଙ୍କ ଠାରୁ ବୟସ୍କଙ୍କ ନିମିତ୍ତ ପାରିବାରିକ ସ୍ଥଳ, କେବଳ ବୟସ୍କଙ୍କ ପାଇଁ ଏବଂ କେବଳ ଶିଶୁ ଏବଂ ପିଲାଙ୍କ ନିମନ୍ତେ ଆଦି ଫର୍ମାଟ ରହିଛି ।

କାପସନ ଗ୍ରୁପ, ଆଇକୋନିକ ଇଣ୍ଡିଆ ଏବଂ ଅଲ ଦାଟ ଜାଜ ସହିତ ସହଭାଗିତାରେ ବିଭିନ୍ନ ନୂତନ ସହର ତଥା ଜମ୍ମୁ, ଅମୃତସର, ଲୁଧିଆନା, ପଟିଆଲା, ଚଣ୍ଡିଗଡ, ଜୟପୁର, ଅହମ୍ମଦାବାଦ, ଭୋପାଳ, ଭୁବନେଶ୍ୱର ଏବଂ ରାଞ୍ଚି ରେ ଏହାର ଶୁଭାରମ୍ଭ କରାଯାଇଛି । ପୂର୍ବରୁ ପୁନେ, ନୋଏଡା ଏବଂ ନୂଆ ଦିଲ୍ଲୀରେ ଗ୍ୟାପର ବଜାର ରହିଛି ।
ଅରବିନ୍ଦ ଲାଇଫଷ୍ଟାଇଲ ବ୍ରାଣ୍ଡ ର ଗ୍ୟାପ ବିଜନେସ ମୁଖ୍ୟ ପରାଗ ଦାନି କହିଛନ୍ତି ଯେ, “୨୦୧୫ରେ ଗ୍ୟାପର ଶୁଭାରମ୍ଭ ହୋଇଥିବା ବେଳେ ଭାରତରେ ଏହି ବ୍ରାଣ୍ଡ ବଳିଷ୍ଠ ଅଭିବୃଦ୍ଧି କରିପାରିଛି । ଅଧିକ ରୁ ଅଧିକ ଲୋକଙ୍କୁ ଗ୍ୟାପର ଆଇକୋନିକ ଆମେରିକାନ ଷ୍ଟାଇଲର ଅନୁଭୂତି ଦେବା ପାଇଁ ଆମ୍ଭର ଏହି ଅତ୍ୟାଧୁନିକ ସମ୍ପ୍ରସାରଣ । ଆମ୍ଭର ଦୃଢ ବିଶ୍ୱାସ ରହିଛି କି ଆମ୍ଭେ ଏହି ସହରରୁ ଖୁବ ଭଲ ପ୍ରତିକ୍ରିୟା ପାଇପାରିବୁ ଏବଂ ଏହି ଯାତ୍ରା ପାଇଁ ଆମ୍ଭେ ଖୁବ ଉତ୍ସାହିତ ।”
ଅରବିନ୍ଦର ସମ୍ପ୍ରତି ଯାତୀୟ ରାଜଧାନୀ, ମୁମ୍ବାଇ, ବାଙ୍ଗାଲୁରୁ, ପୁନେ, ଚେନ୍ନାଇ ଏବଂ ଇନ୍ଦୋର ପରି ୧୧ଟି ସ୍ଥାନରେ ସ୍ୱତନ୍ତ୍ର ଗ୍ୟାପ ଷ୍ଟୋର ରହିଛି । ଆହୁରି ମଧ୍ୟ, ଗ୍ୟାପର ଉତ୍ପାଦ ଗୁଡିକ ଏନଏନନାଓ.କମ, ଆମାଜନ.ଇନ/ ଗ୍ୟାପରେ ଉପଲବ୍ଧ ।


Share It

Comments are closed.