ପୁଣି ଥରେ ଭାରତୀୟ ଦଳର ଅଧିନାୟକ ହେବେ ଦାଦା! ପଢନ୍ତୁ ପୁରା ଖବର


ଚଳିତ ବର୍ଷ ଭାରତ ନିଜର ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି। ଏହାକୁ ଖାସ୍‌ କରିବା ପାଇଁ ଦେଶରେ ଅମୃତ ମହୋତ୍ସବର ଆୟୋଜନ କରାଯାଉଛି। ଏହି ଅବସରରେ କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଏକ ସ୍ବତନ୍ତ୍ର କ୍ରିକେଟ ମ୍ୟାଚ୍‌ର ଆୟୋଜନ କରାଯିବ। ଏହି ମ୍ୟାଚ୍‌ ଲିଜେଣ୍ଡସ୍‌ କ୍ରିକେଟ ଲିଗ୍‌ ଅନୁସାରେ ଖେଳାଯିବ। ଏମିତିବି ଏହି ଲିଗ୍‌ର ଆରମ୍ଭ ୧୬ ସେପ୍ଟେମ୍ବରରୁ ହେବ, କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୧୫ ସେପ୍ଟେମ୍ବରରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଇଣ୍ଡିଆ ମହାରାଜା ଓ ଓ୍ବାର୍ଲ୍ଡ ଜଏଣ୍ଟସ୍‌ ଭିତରେ ଏକ ମୁକାବିଲା ଖେଳା ଯିବ। ଏହି ମ୍ୟାଚ୍ ଭାରତର ସ୍ବାଧୀନତାର ୭୫ ତମ ବର୍ଷ ଉପଲକ୍ଷେ ସମାରୋହକୁ ସମର୍ପିତ ହେବ। ଆୟୋଜକମାନେ ଶୁକ୍ରବାର ଏହାର ସୂଚନା ଦେଇଛନ୍ତି।

ଏଲଏଲସିର ଉପ ଆୟୁକ୍ତ ରବି ଶାସ୍ତ୍ରୀ କହିଛନ୍ତି, ଏହା ଆମ ପାଇଁ ଗୌରବର କ୍ଷଣ ଯେ ଆମେ ନିଜ ଦେଶ ସ୍ବାଧୀନତାର ୭୫ ତମ ବର୍ଷ ପାଳନ କରୁଛୁ। ଏହା କହିବାକୁ ଖୁବ୍ ଖୁସି ଲାଗୁଛି। ଆମେ ଚଳିତ ବର୍ଷ ଏହି ଲିଗ୍‌କୁ ସ୍ବାଧୀନତା ସମାରୋହର ୭୫ ବର୍ଷକୁ ସମର୍ପିତ କରିବାର ନିଷ୍ପତ୍ତି ନେଇଛୁ।’
ଇଣ୍ଡିଆ ମହାରାଜାର ନେତୃତ୍ବ ପୂର୍ବତନ ଭାରତୀୟ କ୍ୟାପଟେନ୍ ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ କରିବେ। ସେଭଳି ଓ୍ବାର୍ଲ୍ଡସ ଜଏଣ୍ଟର ନେତୃତ୍ବ ଇଂଲଣ୍ଡର ୨୦୧୯ ବିଶ୍ବକପ୍ ବିଜେତା କ୍ୟାପଟେନ୍‌ ଇୟୋନ ମୋର୍ଗନ ସମ୍ଭାଳିବେ। ଏଲଏଲସିର ଦ୍ବିତୀୟ ଟୁର୍ଣ୍ଣାମେଣ୍ଟର ଆରମ୍ଭ ଏହି ସ୍ବତନ୍ତ୍ର ମ୍ୟାଚ୍‌ର ଗୋଟିଏ ଦିନ ପରେ ୧୬ ସେପ୍ଟେମ୍ବରରେ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ଟିମ୍‌ ଭାଗ ନେବେ, ଯିଏକି ୨୨ ଦିନ ଭିତରେ ୧୫ ମ୍ୟାଚ୍‌ ଖେଳିବେ। ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟର ପ୍ରଥମ ସିଜିନ୍‌ ଚଳିତ ବର୍ଷ ଜାନୁଆରୀରେ ମସ୍କଟରେ ତିନୋଟି ଟିମ୍‌ ଇଣ୍ଡିଆ ମହରାଜା ଓ୍ବାର୍ଲ୍ଡ ଜଏଣ୍ଟସ୍ ଓ ଏସିଆ ଲାୟନ୍ସ ଭିତରେ ଖେଳାଯାଇଥିଲା। ଏଥିରେ ୭ଟି ମ୍ୟାଚ୍ ଖେଳାଯାଇଥିଲା। ସିଜିନ ୨ରେ ଚାରୋଟି ଟିମ୍ ଭାଗ ନେବେ।

ଇଣ୍ଡିଆ ମହାରାଜା: ସୌରଭ ଗାଙ୍ଗୁଲି(କ୍ୟାପଟେନ୍‌), ବିରେନ୍ଦ୍ର ସେହଓ୍ବାଗ, ୟୁସୁଫ୍ ପଠାନ, ମହମ୍ମଦ କୈଫ, ଏସ୍ ବଦ୍ରୀନାଥ, ଇରଫାନ୍ ପଠାନ, ପାର୍ଥିବ ପଟେଲ, ଷ୍ଟୁଆର୍ଟ ବିନ୍ନି, ଏସ୍ ଶ୍ରୀସନ୍ଥ, ହରଭଜନ ସିଂହ, ନମନ୍ ଓଝା, ଅଶୋକ ଡିଣ୍ଡା, ପ୍ରଜ୍ଞାନ ଓଝା, ଅଜୟ ଜାଡେଜା, ଆରପି ସିଂହ, ଜୋଗିନ୍ଦର ଶର୍ମା, ରିତେନ୍ଦର ସିଂହ ସୋଢି।

ଓ୍ବାର୍ଲ୍ଡ ଜଏଣ୍ଟସ୍‌: ଆୟନ ମୋର୍ଗାନ(କ୍ୟାପଟେନ୍‌), ଲେଣ୍ଡଲ ସିମନ୍ସ,ହର୍ଷଲ ଗ୍ରିବ୍ସ, ଜ୍ୟାକ କାଲିସ୍‌, ସନଥ ଜୟସୂର୍ଯ୍ୟା, ମେଟ୍‌ ପ୍ରାୟର, ନାଥନ ମ୍ୟାକକୁଲମ୍‌, ଜଣ୍ଟି ରୋଡସ୍‌, ମୁଥେୟା ମୁରଲୀଧରନ୍‌, ଡେଲ୍‌ ଷ୍ଟେନ୍‌, ହାମିଲଟନ୍‌ ମସାକାଦଜା, ମଶରଫେ ମୋର୍ତଜା,ଅସଗର ଅଫଗାନ୍‌, ମିଚେଲ ଜନସନ୍‌, ବ୍ରେଟ୍‌ ଲି, କେଭିନ୍ ଓ’ବ୍ରାଏନ୍‌, ଦିନେଶ ରାମଦିନ୍।


Share It

Comments are closed.