ଆରମ୍ଭ ହେଲା ଉତ୍ତର ଭାରତର ବିଭିନ୍ନ ମନ୍ଦିରର କବାଟ ବନ୍ଦ ପ୍ରକ୍ରିୟା


ଭାରତୀୟଙ୍କ ମନରେ ଦେବ ଭୂମି ଉତ୍ତର ଭାରତ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଚାରି ଧାମ ଯାତ୍ରା କଥା ପଡ଼ିଲେ ପ୍ରଥମେ ଆଖି ଆଗକୁ ଆସିଥାଏ ଉତ୍ତର ଭାରତର ବିଭିନ୍ନ ଦେବାଳୟ ତଥା ପବିତ୍ର ପୁଷ୍କରିଣୀ ତଥା ନଦୀ । କାହିଁ କେଉଁ ପୁରୁଣା କାଳରୁ ହିମାଳୟ ଦେବତା ମାନଙ୍କ ଲୀଳା ଖେଳାର ଚରାଭୂମି ରୂପେ ବିରାଜମାନ । କେତେଯେ ପ୍ରଶିଦ୍ଧ ତୀର୍ଥକ୍ଷେତ୍ର ହିମାଳୟର ଶୋଭା ମଣ୍ଡନ କରୁଥିବାବେଳେ ଏହିସବୁ ଦୁର୍ଗମ ସ୍ଥାନ ମାନଙ୍କୁ ଧାଇଁ ଆସିଥାଆନ୍ତି ଭକ୍ତମାନେ । କେତେଯେ ଘାତ ପ୍ରତିଘାତ ସହି କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଭଳି ଅନେକ ଦେବାଦେବୀଙ୍କୁ ଦର୍ଶନକରି ନିଜ ଜୀବନକୁ ଧନ୍ୟ ମନେକରିଥାଆନ୍ତି ଭକ୍ତବୃନ୍ଦ । ଚଳିତ ବର୍ଷର ଏହି ମନ୍ଦିର ମାନଙ୍କର ବନ୍ଦ ହେବା ପ୍ରକ୍ରିୟା ଆଜିଠାରୁ ବନ୍ଦ ହୋଇଛି । ଯେହେତୁ ଶୀତ ଋତୁର ଆରମ୍ଭ ଏଇମାତ୍ର ତଥା ଅନେକ ପୌରାଣିକ କିମ୍ବଦନ୍ତି ଅନୁଯାୟୀ ସେହିସବୁ ପବିତ୍ର ଧାମର କବାଟ ବନ୍ଦ ହେବା ଆରମ୍ଭ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ କେଉଁ ସବୁ ଦେବାଳୟର କବାଟ ବନ୍ଦ କରାଯାଉଛି ।
ପ୍ରଥମତଃ ଆଜି ସକାଳୁ ଗଙ୍ଗୋତ୍ରି ମନ୍ଦିରର ବନ୍ଦ ହେବା ପ୍ରକ୍ରିୟା ଅରମ୍ଭ ହୋଇଥିଲା । ଏବଂ ସ୍ୱତନ୍ତ୍ର ପୂଜା ବିଦ୍ଧି ଇତ୍ୟାଦି କରାଯାଇ ସକାଳ ୧୧.୪୦ରେ ଉକ୍ତ ମନ୍ଦିରର ଦ୍ୱାର ବନ୍ଦ କରାଯାଇଥିଲା । ସେହିପରି ୨୯ ଅକ୍ଟୋବରରେ ଯମୁନେତ୍ରୀ ମନ୍ଦିର ବନ୍ଦ କରାଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ସେହି ସମାନ ଦିନ କେଦାରନାଥ ମନ୍ଦିର ଅର୍ଥାତ୍ ମଙ୍ଗଳବାର ସକାଳ ୮.୩୦ ମିନିଟ୍ ସମୟରେ ବନ୍ଦ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଉତ୍ତର ଭାରତର ଅନ୍ୟ ଏକ ପ୍ରଶିଦ୍ଧ ଶୈବ ପୀଠ, ବଦ୍ରିନାଥ୍ ମନ୍ଦିର ଆସନ୍ତା ନଭେମ୍ବର ୧୭ ତାରିଖରେ ବନ୍ଦ କରାଯିବବୋଲି ବ୍ୟବସ୍ଥା ରହିଛି ।


Share It

Comments are closed.