ଗଣେଶ ଚତୁର୍ଥୀ ଦିନ ଏହି କାର୍ଯ୍ୟ କରିବା ବାରଣ, ଜାଣନ୍ତୁ କ’ଣ


ଆଜି ହେଉଛି ଗଣେଶ ଚତୁର୍ଥୀ। ଅଗଷ୍ଟ ୨୨ ତାରିଖରୁ ଚତୁର୍ଥୀ ଆରମ୍ଭ ହୋଇ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ। କରବା ଚୌଥରୁ ଆରମ୍ଭ କରି ଗଣେଶ ଚତୁର୍ଥୀ ଭଳି ବ୍ରତ ଏବଂ ପର୍ବ ଚନ୍ଦ୍ର ଉପରେ ଆଧାରିତ ହୋଇଥାଏ। ଅର୍ଥାତ୍ ଚାନ୍ଦ ବାହାରିବା ପରେ ହିଁ ଏହି ବ୍ରତ ଏବଂ ପର୍ବର ପୂଜା ସମ୍ପନ୍ନ ହୋଇଥାଏ। ଏମିତି କି ଚତୁର୍ଥୀ ଦିନ ଚନ୍ଦ୍ର ଦେଖିବା ଅଶୁଭ ବୋଲି କୁହାଯାଇଥାଏ। କୁହାଯାଏ ଭଗବାନ ଗଣେଶ ଚାନ୍ଦକୁ ଥରେ ଅଭିଶାପ ଦେଇଥିଲେ କି ଚତୁର୍ଥୀ ଦିନ ଯିଏ ବି ତୁମକୁ ଦେଖିବ ତା ଉପରେ କଳଙ୍କ ଲାଗିବ। ସେବେଠାରୁ ଲୋକମାନେ ଚତୁର୍ଥୀ ଦିନ ଚାନ୍ଦ ଦେଖନ୍ତି ନାହିଁ। ସନାତନ ହିନ୍ଦୁ ଧର୍ମକୁ ମାନୁଥିବା କିମ୍ବା ଚାନ୍ଦ ଆଧାରରେ ଉତ୍ସବ ମାନୁଥିବା ଅନ୍ୟ ଲୋକଙ୍କ ମନରେ ସବୁବେଳେ ଏହି ପ୍ରଶ୍ନ ଆସିଥାଏ କି ଆଜି ଚାନ୍ଦ କେତେବେଳେ ବାହାରିବେ। ତେବେ ଚଳିତ ବର୍ଷ ୯ଟା ୭ ମିନିଟ୍‌ରୁ ଆରମ୍ଭ ହୋଇ ୨୧ଟା ୨୪ ପର୍ଯ୍ୟନ୍ତ ରହିବ।


Share It

Comments are closed.