ଅବସରପ୍ରାପ୍ତ ଖେଳାଳୀଙ୍କ ପାଇଁ ଏକ ବିଦାୟୀ ମ୍ୟାଚର ପ୍ରସ୍ତାବ ଦେଲେ ଇଫ୍ରାନ


ମହେନ୍ଦ୍ର ସିଂହ ଧୋନି ଓ ସୁରେଶ ରାଇନା ଗତ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଉଭୟଙ୍କ ହଠାତ୍ ଅବସର ଘୋଷଣାକୁ ପୂର୍ବତନ ଖେଳାଳି ଏବଂ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରିନଥିଲେ। ଧୋନି ଓ ରାଇନାଙ୍କ ପାଇଁ ବିଦାୟୀ ମ୍ୟାଚ୍ ଲାଗି ଚାରିଆଡ଼ୁ ଦାବି ଜୋର ଧରିଛି । ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ମଧ୍ୟ ଏଥିରୁ ବାଦ୍ ଯାଇନାହାନ୍ତି । ସେ ପରୋକ୍ଷରେ ବିସିସିଆଇକୁ ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି, ଯାହା କ୍ରିକେଟପ୍ରେମୀଙ୍କୁ ରୋମାଞ୍ଚିତ କରିବ । ଅବସରପ୍ରାପ୍ତ ଏକାଦଶ ଓ ଭାରତୀୟ ଦଳ ମଧ୍ୟରେ ଏକ ମ୍ୟାଚ୍ ଆୟୋଜନ ପାଇଁ ଇରଫାନ୍ ପ୍ରସ୍ତାବ ଦେଇଛନ୍ତି ।

ଇରଫାନ୍ ଟ୍ୱିଟ୍‌ରରେ ଉଲ୍ଲେଖ କରିଛନ୍ତି, ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବିଦାୟୀ ମ୍ୟାଚ୍ ଖେଳିନାହାନ୍ତି। ସେମାନଙ୍କ ପାଇଁ ଏବେ ବିଦାୟୀ ମ୍ୟାଚ୍ ଆୟୋଜନ ନିମନ୍ତେ ଦାବି ହେଉଛି। ଯଦି ଅବସରପ୍ରାପ୍ତ ଖେଳାଳି (ଯେଉଁମାନେ ବିଦାୟୀ ମ୍ୟାଚ୍ ଖେଳିନାହାନ୍ତି) ଏବଂ ବର୍ତ୍ତମାନର ଭାରତୀୟ ଦଳ ମଧ୍ୟରେ ଗୋଟିଏ ଚ୍ୟାରିଟି କିମ୍ବା ବିଦାୟୀ ମ୍ୟାଚ୍ ଆୟୋଜନ ହୁଅନ୍ତା, ତାହେଲେ କିଭଳି ଲାଗନ୍ତି ବୋଲି ଇରଫାନ ପ୍ରଶ୍ନ କରିଛନ୍ତି । ସେହିପରି ସେ ଅବସରପ୍ରାପ୍ତ ଏକାଦଶର ଏକ ସୂଚୀ ପୋଷ୍ଟ କରିଛନ୍ତି । ଯେଉଁଥିରେ ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ୱାଗ, ରାହୁଲ ଦ୍ରାବିଡ଼, ଭିଭିଏସ୍ ଲକ୍ଷ୍ମଣ, ଯୁବରାଜ ସିଂହ, ସୁରେଶ ରାଇନା, ଏମ୍‌ଏସ୍ ଧୋନି, ଇରଫାନ୍ ପଠାନ, ଅଜିତ୍ ଅଗରକର, ଜାହିର ଖାନ୍ ଏବଂ ପ୍ରଜ୍ଞାନ ଓଝାଙ୍କୁ ସାମିଲ କରିଛନ୍ତି ।


Share It

Comments are closed.