୧୦ ବର୍ଷ ପୁର୍ତ୍ତି ଅବସରରେ ସାମସଙ୍ଗ ଗ୍ୟାଲାକ୍ସି ନୋଟ୍୧୦ ଓ ଏସ୍୧୦ ଉପରେ ଅଫର


ଭାରତର ପ୍ରମୁଖ ଉପଭୋକ୍ତା ଇଲେକ୍ଟ୍ରୋନିକ୍ ଓ ମୋବାଇଲ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଗ୍ୟାଲାକ୍ସି ରେଞ୍ଜର ସ୍ମାର୍ଟଫୋନର ୧୦ ବର୍ଷ ପୂର୍ତ୍ତି ଅବସରରେ ଏହାର କଟିଙ୍ଗ୍-ଏଜ୍ ସ୍ମାର୍ଟ ଫୋନ୍ ଗୁଡିକ ଉପରେ ଆକର୍ଷଣୀୟ ଅଫର୍ ଘୋଷଣା କରାଯାଇଛି । ଆଜି ସାମସଙ୍ଗ ପକ୍ଷରୁ ଏହାର ଲୋକପ୍ରିୟ ଗ୍ୟାଲାକ୍ସି ନୋଟ୍୧୦ ଓ ଗ୍ୟାଲାକ୍ସି ଏସ୍୧୦ ଡିଭାଇସ୍ ଗୁଡିକ ଉପରେ ଆକର୍ଷଣୀୟ ଅଫର୍ ଘୋଷଣା କରାଯାଇ କମ୍ପାନୀର ଉପଭୋକ୍ତାଙ୍କୁ ଉତ୍ସବ ମନାଇବା ପାଇଁ ଅଧିକ କାରଣ ପ୍ରଦାନ କରାଯାଇଛି ।
ସାମସଙ୍ଗର ଫ୍ଲାଗସିପ ଲାଇନ୍-ଅପ୍ ସବୁବେଳେ ନୂତନ ଉଦ୍ଭାବନ, ବାଧାରହିତ ଡିଜାଇନ୍, ଉନ୍ନତ ପ୍ରଦର୍ଶନ, ସମ୍ପୂର୍ଣ୍ଣ ସୁରକ୍ଷା ଓ ସ୍ଥାୟୀତ୍ୱ ସହ ଏହି ସ୍ମାର୍ଟଫୋନ୍ ଗୁଡିକୁ ଉପଭୋକ୍ତାଙ୍କ ପାଇଁ ଏକ ଆଦର୍ଶ ବିକଳ୍ପ କରିପାରିଛି । ନୂତନ ଆକର୍ଷଣୀୟ ଅଫର୍ ଓ କ୍ୟାସ୍ବ୍ୟାକ୍ ସହ ଗ୍ୟାଲାକ୍ସି ନୋଟ୍ ୧୦ ଓ ଗ୍ୟାଲାକ୍ସି ଏସ୍୧୦ ସିରିଜ୍ ସ୍ମାର୍ଟଫୋନ୍ଗୁଡିକୁ କିଣିବାର ଏହାର ଉପଯୁକ୍ତ ସମୟ ।
1824 Davinci Pre Book Poster 19x29inch
ଏହି ଅଫର୍ ସମୟରେ ଗ୍ରାହକମାନେ ଗ୍ୟାଲାକ୍ସି ନୋଟ୍୧୦ ଓ ନୋଟ୍୧୦+ କ୍ରୟ ଉପରେ ୨୧,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ । ସେହିପରି ଗ୍ୟାଲାକ୍ସି ଏସ୍୧୦, ଏସ୍୧୦+ ଓ ଏସ୍୧୦ଇ ସ୍ମାର୍ଟଫୋନ୍ କ୍ରୟଉପରେ ଗ୍ରାହକମାନେ ୨୯,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ ।
ପରବର୍ତ୍ତୀ ସ୍ତରର ଉତ୍ପାଦକତା ଓ ରଚନାତ୍ମକତା ଚାହୁଁଥିବା ଗ୍ରାହକଙ୍କ ପାଇଁ ଏନ୍ହାନ୍ସଡ୍ଏସ୍-ପେନ୍, ସୁପରଫାଷ୍ଟଚାର୍ଜିଙ୍ଗ୍, ପିସି ପାଇଁ ସାମସଙ୍ଗ ଡେକ୍ସ ଓ ୱିଣ୍ଡୋଜ୍ ଲିଙ୍କ୍ ସହ ସାମସଙ୍ଗ ଗ୍ୟାଲାକ୍ସି ନୋଟ୍୧୦ ଓ ଗ୍ୟାଲାକ୍ସି ନୋଟ୍୧୦+ ହେଉଛି ସବୁଠାରୁ ଶକ୍ତିଶାଳୀ ସ୍ମାର୍ଟଫୋନ୍ । ଏଚ୍ଡିଏଫ୍ସି ଡେବିଟ୍ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ଗ୍ୟାଲାକ୍ସି ନୋଟ୍୧୦ ଓ ନୋଟ୍୧୦+ ସ୍ମାର୍ଟଫୋନ କିଣୁଥିବା ଗ୍ରାହକମାନେ ୬୦୦୦ ଟଙ୍କାର ଅତିରିକ୍ତ କ୍ୟାସବ୍ୟାକ ପାଇପାରିବେ । ଏଥିସହିତ ଏହି ଅଫର୍ ପିରିୟଡ ମଧ୍ୟରେ ଗ୍ୟାଲାକ୍ସି ନୋଟ୍୧୦ ଓ ନୋଟ୍୧୦+ କିଣୁଥିବା ଗ୍ରାହକମାନେ ନୂତନ ଗ୍ୟାଲାକ୍ସି ୱାଚ୍ ଆକ୍ଟିଭ୍କୁ ବଜାର ଦର ତୁଳନାରେ ୧୫,୦୦୦ ଟଙ୍କାର ଲାଭ ସହ ମାତ୍ର ୪୯୯୦ ଟଙ୍କାରେ ପାଇପାରିବେ ।
ଗ୍ୟାଲାକ୍ସି ଏସ୍୧୦ ସ୍ମାର୍ଟଫୋନ୍ ଗୁଡିକରେ ପରବର୍ତ୍ତୀ ପୀଢିର ସୁବିଧା ଯେପରିକି ଡାଇନାମିକ୍ ଆମୋଲୋଡ୍ ଡିସପ୍ଲେ, ଏଚ୍ଡିଆର୍୧୦+ ଭିଡିଓ କ୍ୟାପ୍ଚର ଓ ଅଲ୍-ଡେ ବ୍ୟାଟେରୀ ସୁବିଧା ରହିଛି । ଅଫର୍ ସମୟରେ ଗ୍ୟାଲାକ୍ସି ଏସ୍୧୦, ଏସ୍୧୦+ ଓ ଏସ୍୧୦ଇ ସ୍ମାର୍ଟଫୋନ୍ କିଣୁଥିବା ଗ୍ରାହକମାନେ ଗ୍ୟାଲାକି୍ସ ୱାଚ୍ ଆକ୍ଟିଭ୍କୁ ଏକାଧିକ ଅଫର୍ ସହ କିଣି ପାରିବେ । ଏହାଛଡା ସେମାନେ ଏଚ୍ଡିଏଫ୍ସି ଡେବିଟ୍ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହି ସ୍ମାର୍ଟଫୋନ୍ କିଣିଲେ ୬୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ସହ  ୮୦୦୦ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ କ୍ୟାସ୍ବ୍ୟାକ୍ ମଧ୍ୟ ପାଇପାରିବେ ।
ଏହି ଆକର୍ଷଣୀୟ ଅଫର୍ଗୁଡିକ ୨୦୧୯ ନଭେମ୍ବର ୨୮ ତାରିଖରୁ ଆସନ୍ତା ଡିସେମ୍ବର ୩୧, ୨୦୧୯ ପର୍ଯ୍ୟନ୍ତ ଦେଶବ୍ୟାପୀ ସାମ୍ସଙ୍ଗ ଇ-ଷ୍ଟୋର, ଫ୍ଲିପ୍କାର୍ଟ, ଆମାଜନ୍, ପେଟିଏମ୍, ଟାଟାକ୍ଲିକ୍ ଓ ନିର୍ଦ୍ଧିଷ୍ଟ ରିଟେଲ ଆଉଟଲେଟରେ ଉପଲବ୍ଧ ହେବ ।

Share It

Comments are closed.