ଗ୍ୟାଲେକ୍ସି ନୋଟ ୧୦ ସିରିଜ ବର୍ତ୍ତମାନ ଆକର୍ଷଣୀୟ ଅଫରରେ ଉପଲବ୍ଧ


ଭାରତରେ କିଛିଦିନ ତଳେ ସବୁଠାରୁ ଶକ୍ତିଶାଳୀ ଗ୍ୟାଲେକ୍ସି ନୋଟ ୧୦ର ଶୁଭାରମ୍ଭ ହେବା ସହ ସାମସଙ୍ଗ ପକ୍ଷରୁ ଏହାର ଗ୍ୟାଲେକ୍ସି ନୋଟ ୧୦ ଏବଂ ଗ୍ୟାଲେକ୍ସି ନୋଟ ୧୦+ର କ୍ରୟ ଉପରେ ୬୦୦୦ ଟଙ୍କାର ଅପଗ୍ରେଡ ବୋନସର ଘୋଷଣା କରାଯାଇଛି । ଏହି ସ୍ୱତନ୍ତ୍ର ସୁବିଧାଟି ବିଭିନ୍ନ ବ୍ୟାଙ୍କ ଦ୍ୱାରା କ୍ୟାସବ୍ୟାକ ଏବଂ ମୋବାଇଲ ଅପରେଟରଙ୍କ ଦ୍ୱାରା ସେପ୍ଟେମ୍ବର ୩ରୁ ୩୦ ମଧ୍ୟରେ ଉପଲବ୍ଧ ହେବ ।ନୂତନ ଭାବେ ଶୁଭାରମ୍ଭ ହୋଇଥିବା ଏହି ଶକ୍ତିଶାଳୀ ଗ୍ୟାଲେକ୍ସି ନୋଟ ୧୦ ବର୍ତ୍ତମାନ ପୀଢିର ଆବଶ୍ୟକତା ଦ୍ୱାରା ପ୍ରେରିତ ହୋଇଛି । ଯାହାକି କାର୍ଯ୍ୟ ଏବଂ ଜୀବନ ମଧ୍ୟରେ ସମନ୍ୱୟ ରଖିବା ସହ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବାର ସ୍ୱାଧୀନତା ଓ ନିଜର ସୃଜନଶୀଳ ଭାବନାକୁ ପ୍ରଦର୍ଶନ କରିବାକୁ ଇଚ୍ଛା ରଖୁଥିବା ଯୁବପୀଢିଙ୍କ ପାଇଁ ପ୍ରଯୁର୍ଯ୍ୟ ।
ଗ୍ୟାଲେକ୍ସି ନୋଟ ୧୦ ଲାଇନ କ୍ରୟ କରୁଥିବା ଉପଭୋକ୍ତା ୬୦୦୦ ଟଙ୍କାର ଅପଗ୍ରେଡ ବୋନସ ବ୍ୟବହାର କରିପାରିବା ସହ ଏଚଡିଏଫସି କ୍ରେଡିଡ/ ଡେବିଟ କାର୍ଡ ଏବଂ ଡ୍ୟୁରାବେଲ ଲୋନ ଭଳି ପ୍ରକ୍ରିୟାରେ ଅଫଲାଇନ କ୍ରୟ ଉପରେ ମଧ୍ୟ ସେମାନେ ୬୦୦୦ ଟଙ୍କାର କ୍ୟାସବ୍ୟାକ ପାଇପାରିବେ । ଏହି ଅପଗ୍ରେଡ ବୋନସ ଅଫରଟି ୧୦୦ରୁ ଉଦ୍ଧ୍ୱର୍ ସାମସଙ୍ଗ ଏବଂ ଅନ୍ୟାନ ଆଣ୍ଡ୍ରଏଡ ଏବଂ ଆଇଓଏସ ଉତ୍ପାଦ ଉପରେ ଉପଲବ୍ଧ ।୪,୯୯୯ ଟଙ୍କାର ପ୍ରିପେଡ ପ୍ଲାନ ରିଚାର୍ଜ କରୁଥିବା ଜିଓ ଉପଭୋକ୍ତା ଦୁଇ ବର୍ଷ ପାଇଁ ଦୁଇଗୁଣ ଡାଟା ପାଇପାରିବେ ।
ଏହାର ଅର୍ଥ ଏହା ଯେ, ପ୍ରିପେଡ ଜିଓ ଉପଭୋକ୍ତାଙ୍କ ପାଇଁ ୧୪,୯୯୭ଟଙ୍କାର ଏହା ଅତିରିକ୍ତ ଲାଭ ପାଇପାରିବେ । ୨୪୯(୨ଜିବ/ଦିନ) /୨୯୯(୨.୫ଜିବ/ଦିନ) /୩୪୯(୩ଜିବ/ଦିନ) ପ୍ଲାନର ରିଚାର୍ଜ ଉପରେ ପ୍ରିପେଡ ଏୟାରଟେଲ ଉପଭୋକ୍ତା ୧୮ ମାସର ଦୁଇଗୁଣ ଡାଟା ପାଇପାରିବେ ସହ ସେମାନେ ୬,୩୦୦ ଟଙ୍କା ଅତିରିକ୍ତ ସବୁଧା ପାଇ ପାରିବେ ।୨୫୫ ଟଙ୍କା ପ୍ଲାନର ରିଚାର୍ଜ ଉପରେ ପ୍ରିପେଡ ଭୋଡାଫୋନ ଗ୍ରାହକ ୧୮ ମାସର ଦୁଇଗୁଣ ଡାଟା ପାଇପାରିବେ ସହ ୪୯୯ ଟଙ୍କା ପ୍ଲାନର ରିଚାର୍ଜ ଉପରେ ଫୋଷ୍ଟପେଡ ଗ୍ରାହକ ମଧ୍ୟ ଦୁଇଗୁଣ ଡାଟା ପାଇପାରିବେ । ଏହା ଦ୍ୱାରା ଉପଭୋକ୍ତା ୪,୬୦୦ ଟଙ୍କାର ଅତିରିକ୍ତ ସୁବିଧା ପାଇପାରିବେ । ସାମସଙ୍ଗ ଗ୍ୟାଲେକ୍ସି ୧୦ ଉପଭୋକ୍ତା ୬ ମାସର ମାଗଣା ୟୁଟୁବ ପ୍ରିମିୟମ ମଧ୍ୟ ପ୍ରଦାନ କରିବ ।


Share It

Comments are closed.