ପାକିସ୍ତାନୀ ଅଭିନେତାଙ୍କ ପ୍ରେମରେ ଉବୁଡୁବୁ ଅମିଶା, ଭିଡିଓ ଭାଇରାଲ


ଚଳଚ୍ଚିତ୍ର ଅପେକ୍ଷା ସୋସିଆଲ ମିଡିଆରେ ନିଜର ବୋଲ୍ଡ ଭିଡିଓ ପାଇଁ ବେଶ୍ ଚର୍ଚ୍ଚାରେ ରୁହନ୍ତି ଅମିଷା ପଟେଲ । ହେଲେ ବର୍ତ୍ତମାନ ତାଙ୍କ ଲଭ ଲାଇଫ୍‌କୁ ନେଇ ଅଧିକ ଆଲୋଚନା ହେଉଛି। ନିକଟରେ ଅମିଷା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ପାକିସ୍ତାନୀ ଅଭିନେତା ଇମ୍ରାନ ଅବ୍ବାସଙ୍କ ସହ ନଜର ଆସିଛନ୍ତି।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଅମିଷା ଇମ୍ରାନ ଅବ୍ବାସଙ୍କ ସହ ଏକ ରୋମାଣ୍ଟିକ ଶୈଳୀରେ ଦେଖିବାକୁ ମିଳିଛନ୍ତି। ଏହି ଭିଡିଓରେ ସେ ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା କ୍ରାନ୍ତି ଚଳଚ୍ଚିତ୍ରରୁ ‘ମୋହବତ୍ ୟେ ନେହିଁ ତୋ କୟା ହୈ’ ଗୀତରେ ଲିପସିଙ୍ଗ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ସେୟାର କରି ଅମିଷା କ୍ୟାପସନରେ ଲେଖିଛନ୍ତି, ‘ମୋର ସୁପରଷ୍ଟାର ବନ୍ଧୁ ଇମ୍ରାନ ଅବ୍ବାସଙ୍କ ସହ ଗତ ସପ୍ତାହରେ ବାହାରିନରେ ମସ୍ତି … ମୋର ଏବଂ ବବି ଦେଓଲଙ୍କ ଚଳଚ୍ଚିତ୍ର କ୍ରାନ୍ତିର ଏହି ଗୀତ ମୋର ଏବଂ ଇମ୍ରାନଙ୍କ ପ୍ରିୟ ଗୀତ ମଧ୍ୟରୁ ଅନ୍ୟତମ। ଏହା ପ୍ରଥମ ଥର ନୁହେଁ ଯେ ଇମ୍ରାନ ଅବ୍ବାସଙ୍କ ନାମ ଜଣେ ଅଭିନେତ୍ରୀଙ୍କ ସହ ଜଡିତ ହୋଇଛି। ଇମ୍ରାନ ତାଙ୍କର ଅନେକ ସହ-ଅଭିନେତ୍ରୀଙ୍କ ସହ ତାଙ୍କ ଅଫେୟାର୍ସ ରହିଥିବା ବେଳେ ନିକଟରେ ଚତୁର୍ଥ ବିବାହକୁ ନେଇ ଲୋକଲୋଚନକୁ ଆସିଥିଲେ। କିନ୍ତୁ ଏବେ ଅମିଷାଙ୍କ ସହ ଏହି ଅଭିନେତାଙ୍କ ସମ୍ପର୍କର ଖବର ଆସେ, ତେବେ ଭାରତୀୟ ପ୍ରଶଂସକମାନେ ଚକିତ ହୋଇପାରନ୍ତି । କହିବାକୁ ଗଲେ ଯେ ୧୫ ଜୁନ୍ ୨୦୦୧ ରେ ରିଲିଜ୍‌ ହୋଇଥିବା ‘ଗଦର’ର ସିକ୍ୱେଲ୍ ବର୍ତ୍ତମାନ ପ୍ରସ୍ତୁତ ହେଉଛି । ଯେଉଁଥିରେ ସନ୍ନି ଦେଓଲ୍ ଏବଂ ଅମିଷା ପଟେଲ ପୁଣି ଦେଖିବାକୁ ମିଳିବେ। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି।

 


Share It

Comments are closed.