୨୯ରୁ ମୋଦିଙ୍କ ୫ ଦିନିଆ ଇଟାଲୀ ଓ ସ୍କଟଲାଣ୍ଡ ଗସ୍ତ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରୁ ୫ ଦିନିଆ ଇଟାଲୀ ଓ ସ୍କଟଲାଣ୍ଡ ଗସ୍ତରେ ଯିବେ । ଗସ୍ତ କାଳରେ ସେ ଇଟାଲୀର ରୋମ୍‌ ଠାରେ ୩୦-୩୧ରେ ଅନୁଷ୍ଠିତ ଜି-୨୦ ଶିଖର ବୈଠକରେ ଯୋଗଦେବେ । ତେବେ ଏହି ସମ୍ମିଳନୀ ପୂର୍ବରୁ ସେ ଭାଟିକାନରେ ପୋପ୍‌ ଫ୍ରାନ୍‌ସିସ୍‌ ଓ ରୋମ୍‌ ଠାରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଜି-୨୦ ବୈଠକରେ ଆଫଗାନିସ୍ତାନ ସଙ୍କଟ, ଜଳବାୟୁ ପରିବର୍ତ୍ତନ ଓ କୋଭିଡ-୧୯ ମୁକାବିଲା ପ୍ରସଙ୍ଗରେ ମୁଖ୍ୟତଃ ଆଲୋଚନା ହେବ । ଏହା ପରେ ପ୍ରଧାନମନ୍ତ୍ରୀ ଜାତିସଂଘର ୨୬ତମ ଜଳବାୟୁ ସମ୍ମିଳନୀ ‘ସିଓପି-୨୬’ରେ ଯୋଗଦେବା ଲାଗି ସ୍କଟଲାଣ୍ଡର ଗ୍ଲାସ୍‌ଗୋ ଗସ୍ତରେ ଯିବେ । ଏହି ବୈଠକ ଅବସରରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ସମେତ ବିଶ୍ୱର ଅନ୍ୟ ନେତାମାନଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିବେ ।


Share It

Comments are closed.