ସବୁ ସୀମା ଟପି ୧୦୧ରେ ପହଞ୍ଚିଲା ପେଟ୍ରୋଲ ଦର


ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତେଲ ଦର। କିଛିଦିନ ମଧ୍ୟରେ ଆକାଶଛୁଆଁ ଦରରେ ପହଁଞ୍ଚିଛି ପେଟ୍ରୋଲ ଓ ଡିଜେଲ ଦର। ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଥିବାର ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୮୬ ଟଙ୍କା ପାର ହୋଇଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଦର ୯୩ ଟଙ୍କା ପାଖାପାଖି ପହଁଞ୍ଚିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ଦର ୮୬ ଟଙ୍କା ୩୦ ପଇସା ଥିବା ବେଳେ ମୁମ୍ବାଇରେ ୯୨ ଟଙ୍କା ୮୬ ପଇସା ରହିଛି। ସେହିପରି କୋଲକାତାରେ ୮୭ ଟଙ୍କା ୬୯ ପଇସା ଥିବାବେଳେ ଚେନ୍ନାଇରେ ପେଟ୍ରୋଲ ଦର ୮୮ ଟଙ୍କା ୮୨ ପଇସା ରହିଛି।

ସେହିପରି ରାଜଧାନୀ ଦିଲ୍ଲୀରେ ଡିଜେଲ ଦର ୭୬ ଟଙ୍କା ୪୮ ପଇସା ଥିବା ବେଳେ ମୁମ୍ବାଇରେ ୮୩ ଟଙ୍କା ୩୦ ପଇସା ରହିଛି। କୋଲକାତାରେ ଡିଜେଲ ଦର ୮୦ ଟଙ୍କା ୮ ପଇସା ଥିବାବେଳେ ଚେନ୍ନାଇରେ ୮୧ ଟଙ୍କା ୭୧ ପଇସା ରହିଛି। ଦେଶର ୪ ମେଟ୍ରୋ ସହରକୁ ଅପେକ୍ଷା ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ସବୁଠୁ ମହଙ୍ଗା। IOC ୱେବସାଇଟ ‌ ଅନୁସାରେ ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ୯୮ ଟଙ୍କା ୪୦ ପଇସା ଥିବା ବେଳେ ଏକ୍ସଟ୍ରା ପ୍ରିମିୟମ୍‌ ପେଟ୍ରୋଲ ଦର ୧୦୧ ଟଙ୍କା ୧୫ ପଇସା ରହିଛି। ରାଜସ୍ଥାନର ଜୟପୁରରେ ପେଟ୍ରୋଲ ଦର ଲିଟର ପିଛା ୯୩ ଟଙ୍କା ୮୬ ପଇସା ଥିବାବେଳେ ଡିଜେଲ ଦର ୮୫ ଟଙ୍କା ୯୪ ପଇସା ରହିଛି। ସୂଚନାଥାଉକି, ଚଳିତ ମାସ ୬ ତାରିଖ ପରଠୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି।


Share It

Comments are closed.