ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ଗୁଡିକ ପକ୍ଷରୁ ସାରା ରାଜ୍ୟରେ ୧୨,୦୦୦ରୁ ଅଧିକ ମହିଳାଙ୍କ ସଶକ୍ତୀକରଣ

Share It

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ଗୁଡିକ ଗୋଷ୍ଠୀକୁ ସଶକ୍ତ କରିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ ରହିଛି ଯେଉଁଥିରେ ମହିଳା ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା, ନିଯୁକ୍ତି, ଉଦ୍ୟମିତା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲକ୍ଷ୍ୟ ଭିର୍ତିକ ପଦକ୍ଷେପ ମାଧ୍ୟମରେ ଡିସ୍‌କମ୍ ଗୁଡ଼ିକ ଓଡ଼ିଶାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ଆର୍ôଥକ ଦୃଷ୍ଟିରୁ ସ୍ୱାଧୀନ ହେବାରେ ସକ୍ଷମ କରୁଛନ୍ତି। ଦକ୍ଷତା ବିକାଶକୁ ଆର୍ôଥକ ସୁଯୋଗ ସହିତ ସମନ୍ୱିତ କରି ସେମାନେ ଲିଙ୍ଗ ସମାନତାକୁ ପ୍ରୋତ୍ସାହିତ କରୁଥିବା ବେଳେ ଅଂଚଳରେ ଦୀର୍ଘକାଳୀନ ସାମାଜିକ-ଅର୍ଥନୈତିକ ବିକାଶକୁ ମଧ୍ୟ ଆଗକୁ ବଢ଼ାଉଛନ୍ତି।
ଟାଟା ପାୱାର ୧,୨୨୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡ଼ି ୧୨,୦୦୦ରୁ ଅଧିକ ସ୍ଥାନୀୟ ମହିଳାଙ୍କୁ ପ୍ରଶିକ୍ଷଣ, ଆର୍ôଥକ ସହାୟତା ଏବଂ ବଜାର ସଂଯୋଗ ମାଧ୍ୟମରେ ସଶକ୍ତ କରିଛି। ଏହି ଏସଏଚଜି ଗୁଡ଼ିକ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଏବଂ ଆର୍ôଥକ ସ୍ୱାଧୀନତାକୁ ପ୍ରୋତ୍ସାହନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମଗୁଡ଼ିକ ସାରା ରାଜ୍ୟରେ ୧,୯୧୩ ମହିଳାଙ୍କୁ ଆଭାଶକ୍ତି ମାଧ୍ୟମରେ ସଫଳତାର ସହିତ ସାମିଲ କରିଛି, ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳତା ଯାତ୍ରାରେ ସହାୟତା କରୁଛି। ସହରୀ ଏବଂ ଗ୍ରାମୀଣ ଓଡ଼ିଶାରେ ଶକ୍ତି ସଂରକ୍ଷଣ ସଚେତନତା ବୃଦ୍ଧି କରିବା ସହିତ ଏହି ପଦକ୍ଷେପ ମହିଳାମାନଙ୍କୁ ବିଦ୍ୟୁତ୍ ମିଟରିଂ, ବିଲିଂ ଏବଂ ସଂଗ୍ରହ ଭଳି ବୈଷୟିକ କ୍ଷେତ୍ରରେ ପ୍ରଶିକ୍ଷଣ ଉପରେ କେନ୍ଦ୍ରୀଭୂତ ରହିଛି।
ଶିକ୍ଷା ହେଉଛି ସଶକ୍ତୀକରଣର ମୂଳଦୁଆ ତେଣୁ ଟାଟା ପାୱାର ୫୫ଟି ମହିଳା ସାକ୍ଷରତା କେନ୍ଦ୍ର ପ୍ରତିଷ୍ଠା କରିଛି ଯାହା ୨,୦୦୦ରୁ ଅଧିକ ମହିଳାଙ୍କୁ ମୌଳିକ ଶିକ୍ଷା ହାସଲ କରିବାରେ ସାହାଯ୍ୟ କରିଛି। ଏହା ସହିତ, କମ୍ପାନି ମହିଳାଙ୍କ ଶିକ୍ଷା ଏବଂ ଆର୍ôଥକ ଉନ୍ନତିକୁ ସମର୍ଥନ କରୁଥିବା ସରକାରୀ ଯୋଜନାରେ ସାମିଲ ହେବାକୁ ପ୍ରୋସ୍ଚାହିତ କରୁଛି।
ଟାଟା ପାୱାରର ଦକ୍ଷତା ବିକାଶ ପ୍ରୟାସ ମହିଳାମାନଙ୍କୁ ଆର୍ôଥକ ସ୍ୱାଧୀନତା ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କମ୍ପାନି ୧୨ଟି ବୃତିଗତ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଏକ ଦକ୍ଷତା ବିକାଶ ଓ ଉଦ୍ୟମିତା କେନ୍ଦ୍ର ପ୍ରତିଷ୍ଠା କରିଛି ଯାହା ମହିଳାମାନଙ୍କୁ ଉଦ୍ୟୋଗ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ଏପର୍ଯ୍ୟନ୍ତ ୨,୦୦୦ରୁ ଅଧିକ ମହିଳା ଆତିଥ୍ୟ, ସ୍ୱାସ୍ଥ୍ୟସେବା, ସିଲାଇ ଓ ଟେଲରିଂ, ବ୍ୟୁଟିସିଆନ ସେବା କ୍ଷେତ୍ରରେ ପ୍ରଶିକ୍ଷଣ ପାଇଛନ୍ତି ଯାହା ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦକ୍ଷତା ପ୍ରଦାନ କରିଛି।
ଟାଟା ପାୱାରର ପ୍ରବକ୍ତା କହିଛନ୍ତି ଯେ, “ଆମେ ଟାଟା ଗ୍ରୁପର ରାଷ୍ଟ୍ର ନିର୍ମାଣ ଏବଂ ସମାବେଶୀ ବିକାଶର ନୀତି ପ୍ରତି ଗଭୀର ଭାବେ ପ୍ରତିବଦ୍ଧ। ମହିଳାଙ୍କୁ ସଶକ୍ତ କରିବା କେବଳ ବ୍ୟକ୍ତିଙ୍କୁ ଉନ୍ନୀତ କରିବା ନୁହେଁ, ଏହା ସମଗ୍ର ସମୁଦାୟକୁ ମଜବୁତ କରିବା ଅଟେ। ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣରେ ଆମର ଲକ୍ଷ୍ୟ ଭିର୍ତିକ ପଦକ୍ଷେପ ମାଧ୍ୟମରେ ଆମେ ସୁଯୋଗ ସୃଷ୍ଟି କରୁଛୁ ଯାହା ମହିଳା ମାନଙ୍କୁ ଆର୍ôଥକ ସ୍ୱାଧୀନତା ଏବଂ ସ୍ଥାୟୀ ଜୀବିକା ହାସଲ କରିବାରେ ସକ୍ଷମ କରୁଛି। ସେମାନଙ୍କୁ ସଠିକ ଉପକରଣ ଏବଂ ସମର୍ଥନ ଯୋଗାଇ ଆମେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେଉଛୁ ଯାହା ଏକ ସମାବେଶୀ ସମାଜ ସୃଷ୍ଟି କରୁଛି।’
ଏହି ମହିଳା ଦିବସରେ, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ରାଜ୍ୟର ସଶକ୍ତ ମହିଳାଙ୍କ ଶକ୍ତି ଏବଂ ସଫଳତାକୁ ପାଳନ କରୁଛି। ଶିକ୍ଷା, ଆର୍ôଥକ ସୁଯୋଗ ଏବଂ ଅତ୍ୟାବଶ୍ୟକୀୟ ସାମାଜିକ ସମର୍ଥନକୁ ପ୍ରୋତ୍ସାହନ ଦେଇ କମ୍ପାନି ଏକ ଅଧିକ ସମାବେଶୀ ଏବଂ ପ୍ରଗତିଶୀଳ ସମାଜ ଗଠନର ନିରନ୍ତର ଚେଷ୍ଟା ଜାରି ରଖିଛି।


Share It

Comments are closed.