ଚମକିଲେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଭଲିବଲ୍ ପ୍ରତିଭା

ରାଜ୍ୟ-ସ୍ତରୀୟ ପ୍ରତିଯୋଗିତାରେ ୧୭୬ ଖେଳାଳିଙ୍କ ଅଂଶଗ୍ରହଣ, ଜାତୀୟ-ସ୍ତରୀୟ ଚମ୍ପିଆନ୍‌ସିପ୍‌ରେ ୨୩ ଜଣ ୧୨୦ ମହିଳା ଖେଳାଳିଙ୍କ ସହ ୬୮୦ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଏବଂ ପରାମର୍ଶ ପ୍ରଦାନ


ନରେନ୍ଦ୍ରପୁର, ଜୁନ ୧୩, ୨୦୨୪: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ବାଦିବାହାଲ ଗ୍ରାମର ବର୍ଷାରାଣୀ ନାୟକ ପୁଲିସ ବାହିନୀରେ ଯୋଗ ଦେବାର ସ୍ୱପ୍ନ ଥିଲା । ପାରିକୂଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀରେ ପଢୁଥିବା ବର୍ଷା ଜାଣିଥିଲେ ଯେ ତାଙ୍କର ସ୍ୱପ୍ନ ସାକାର ହେବା କଷ୍ଟ ସାଧ୍ୟ ଅଟେ । କିନ୍ତୁ ୨୦୨୩ରେ ଯେତେବେଳେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଖଲିବେରଣା ଗ୍ରାମରେ ଭଲିବଲ୍ କେନ୍ଦ୍ର ଆରମ୍ଭ କଲା ସେଥିରେ ବର୍ଷାରାଣୀ ଯୋଗ ଦେଇଥିଲେ ଏବଂ ତାଙ୍କ ଜୀବନର ଲକ୍ଷ୍ୟ ଅନ୍ୟ କିଛି ବୋଲି ହୃଦୟଙ୍ଗମ କରିଥିଲେ । ତାହା ପରଠାରୁ ସେ ଆଉ ପଛକୁ ଫେରି ଚାହିନଥିଲେ । ଜାତୀୟ ସ୍ତରର ଭଲିବଲ୍ ଅଭିଜ୍ଞ ପ୍ରଶିକ୍ଷକ ଆଶୁତୋଷ ଦାସଙ୍କ ପରାମର୍ଶ ଓ ପ୍ରଶିକ୍ଷଣ ନେଇ ସେ ଜଣେ ପେସାଦାର ଖେଳାଳିଭାବେ ଉଭା ହୋଇଥିଲେ । ଏହାପରେ ୨୦୨୩ରେ ପଶ୍ଚିମବଙ୍ଗର ହଗୁଳିଠାରେ ଅନୁଷ୍ଠିତ ୪୫ତମ ସବ୍ ଜୁନିୟର ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଜୀବନରେ ଭଲିବଲ୍‌ର ପ୍ରଭାବ ବିଷୟରେ ଆଲୋକପାତ କରି ବର୍ଷା କହିଛନ୍ତି, ପ୍ରଥମେ ପୁଲିସ ବାହିନୀରେ ଯୋଗ ଦେବା ଲକ୍ଷ୍ୟ ଥିଲେ ମଧ୍ୟ ଏହାକୁ ପରିତ୍ୟାଗ କରି ଭଲିବଲ୍ ଖେଳକୁ ଅଦାରି ନେଇ ମୁଁ ଆନ୍ତର୍ଜାତୀୟ ସ୍ତରରେ ଦେଶପାଇଁ ଖେଳି ଦିନେ ଦେଶକୁ ଗର୍ବିତ କରିବାର ସ୍ୱପ୍ନ ଦେଖିଥିଲି । ମୋର ଆତ୍ମବିଶ୍ୱାସ ହେଉଛି ମୋର ଶକ୍ତିର ଉତ୍ସ । ପ୍ରଥମେ ମୁଁ ଭଲିବଲ୍‌ର କୋର୍ଟରେ ଛୋଟ (ଶର୍ଟସ) ପୋଷାକ ପିନ୍ଧି ଲଜ୍ଜା ଅନୁଭବ କରୁଥିଲି । ସମୟ କ୍ରମେ ଏହା ଦୂର ହୋଇଯାଇଥିଲା । ବିଭିନ୍ନ ଜାତୀୟ ସ୍ତରର ଟୁର୍ଣ୍ଣାମେଂଟ୍‌ରେ ରାଜ୍ୟକୁ ପ୍ରତିନିଧିତ୍ୱ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିବା ପରେ ମୁଁ ଏବେ ଯେକୌଣସି ପ୍ରତିଯୋଗିତାରେ ଭାଗ ନେବାର ଆତ୍ମବିଶ୍ୱାସ ହାସଲ କରିପାରିଛି ।’’

ଏହାବ୍ୟତୀତ ର୍ସପା-ରଘୁନାଥପୁର ଓ ଖଲିବେରଣା ଗ୍ରାମର ଦୁଇ ପ୍ରତିଭାବାନ ଖେଳାଳି ଯଥାକ୍ରମେ ବିକାଶ ପାତ୍ର ଓ ସମ୍ବିତ ବେହେରା ମଧ୍ୟ ଭାରତ କନିଷ୍ଠ ଶିବିର ପାଇଁ ମନୋନୀତ ହୋଇଛନ୍ତି । ଏହା ଟିଏସଏଫର ମାର୍ଗଦର୍ଶନରେ ପ୍ରସ୍ତୁତ ସ୍ଥାନୀୟ ପ୍ରତିଭାଙ୍କ ସମ୍ଭାବନାକୁ ଦର୍ଶାଉଛି । ଶାରୀରିକ ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଭଲିବଲ୍ ଉତ୍ସାହୀମାନଙ୍କୁ ଆବଶ୍ୟକୀୟ ପୋଷଣ ସହାୟତା ଏବଂ ଖାଦ୍ୟ ସପ୍ଲିମେଂଟ୍ ପ୍ରଦାନ କରିବାରେ ଟିଏସଏଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

କ୍ରୀଡ଼ା ଏବଂ ସ୍ଥାନୀୟ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଟିଏସ୍‌ଏଫ୍ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ୍ ମେରାମଣ୍ଡଳୀର ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) କାରଖାନା ଆଖପାଖ ଗ୍ରାମର ଯୁବ ଭଲିବଲ୍ ଖେଳାଳିଙ୍କୁ ସମର୍ଥନ ଓ ମାର୍ଗଦର୍ଶନ ପ୍ରଦାନ କରୁଛି ।

ଟିଏସ୍‌ଏଫ୍ ୧୨୦ ଜଣ ମହିଳା ଖେଳାଳିଙ୍କ ସମେତ ଉପାନ୍ତ ଗ୍ରାମର ୬୮୦ ଜଣ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ ଦେଇଛି । ୪ଟି ଗାଁରେ ୪ଟି କୋଚିଂ ସେଂଟର ଖୋଲାଯାଇଛି ଯେଉଁଠାରେ ୧୬ଟି ଗାଁର ଖେଳାଳିମାନେ ନିୟମିତ ପ୍ରଶିକ୍ଷଣ ଓ ପରାମର୍ଶ ପାଉଛନ୍ତି । ତୃଣମୂଳ ସ୍ତରର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ୩ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟ ପ୍ରତିଯୋଗିତାରେ ୧୭୬ ଜଣ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ୨୩ ଜଣ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ବେଳେ ଭୁବନେଶ୍ୱର ଓ ସମ୍ବଲପୁର ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ସମ୍ମାନଜନକ ବ୍ୟାଚେଲର ଅଫ୍ ଫିଜିକାଲ ଏଜୁକେସନ (ବିପିଏଡ୍‌) ପାଠ୍ୟକ୍ରମ ପାଇଁ ୨ଟି ସ୍ଥାନ ସୁରକ୍ଷିତ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ୪୮ତମ ଜାତୀୟ ଭଲିବଲ୍ ଟ୍ରାଏଲରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୨୭ ଜଣ ମହିଳା ଖେଳାଳି ଏବଂ ଅନୁଗୁଳ ଓ ଢେଙ୍କାନାଳରୁ ୧୧ ଜଣ ବାଳିକା ଅଂଶଗ୍ରହଣ କରିଛନ୍ତି ।

ଭଲିବଲ୍ କେନ୍ଦ୍ରଗୁଡ଼ିକରେ ନିରବଚ୍ଛିନ୍ନ ପ୍ରଶିକ୍ଷଣ ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ କ୍ରୀଡ଼ା କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଟିଏସ୍‌ଏଫ୍ ଦ୍ୱାରା ଭଲିବଲ କୋର୍ଟଗୁଡିକରେ ସୌରଶକ୍ତି ଚାଳିତ ଲାଇଟ୍ ଲଗାଯାଇଛି ।

ସାମଗ୍ରିକ ବିକାଶର ଗୁରୁତ୍ୱକୁ ସ୍ୱୀକାର କରି, ଟିଏସଏଫ ଆଉଟଡୋର ଲିଡରସିପ୍ କ୍ୟାମ୍ପ (ଓଏଲସି), ଦୁଃସାହସିକ କ୍ରୀଡ଼ା ଏବଂ ଗ୍ରାମବିକାଶ ପାଇଁ ସ୍ୱେଚ୍ଛାସେବା ଉପରେ ପ୍ରଶିକ୍ଷଣ ଭଳି ନେତୃତ୍ୱ ବୃଦ୍ଧି କାର୍ଯ୍ୟକ୍ରମ ପ୍ରଦାନ କରି ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ଆଖପାଖ ଗ୍ରାମର ଯୁବ ଭଲିବଲ୍ ପ୍ରତିଭାମାନଙ୍କୁ ପରାମର୍ଶ ଦେବା ପାଇଁ ଟିଏସ୍‌ଏଫ୍ ପ୍ରତିଶ୍ରୁତିବଦ୍ଧ ରହିଛି । ଟାଟା ଷ୍ଟିଲ୍ ଏକ ଶତାବ୍ଦୀରୁ ଅଧିକ ସମୟ ଧରି କ୍ରୀଡ଼ା ବିକାଶକୁ ସମର୍ଥନ କରିଆସୁଛି ।


Share It

Comments are closed.