ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଆଣ୍ଡ୍ରସନଙ୍କ ଟେଷ୍ଟରେ ୬୦୦ ୱିକେଟ ସଂଗ୍ରହ


ବିଶ୍ୱର ପ୍ରଥମ ଫାଷ୍ଟ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୬୦୦ ୱିକେଟ ହାସଲ କରିଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ। ଏଠାରେ ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚର ଅନ୍ତିମ ଦିବସରେ ମଙ୍ଗଳବାର ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀଙ୍କୁ ଆଉଟ୍ କରି ଆଣ୍ଡରସନ୍ ୬୦୦ ଟେଷ୍ଟ ୱିକେଟ ପୂରଣ କରିଛନ୍ତି। ଚତୁର୍ଥ ଦିନ ଖେଳ ଶେଷରେ ଆଣ୍ଡରସନ ୫୯୯ଟି ୱିକେଟ ନେଇଥିଲେ। ଆଣ୍ଡରସନଙ୍କ ଉପରେ ରହିଛନ୍ତି ୩ ସ୍ପିନର୍‌ ମୁଥୟା ମୁରଲୀଧରନ (୮୦୦), ସେନ୍‌ ୱର୍ନ (୭୦୮) ଏବଂ ଅନିଲ କୁମ୍ବଲେ (୬୧୯)। ୬୦୦ ୱିକେଟ ଅକ୍ତିଆର କରି ଆଣ୍ଡରସନ ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି।

ଆଣ୍ଡରସନଙ୍କ ପଛକୁ ପେସ୍ ବୋଲର ଭାବେ ଟେଷ୍ଟ ୱିକେଟ ସଂଖ୍ୟା​‌​‌ରେ ଦ୍ୱିତୀୟ ସ୍ଥାନରେ ଥିବା ଫାଷ୍ଟ ବୋଲର ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍‌ଗ୍ରାଥ (୫୬୩)ଟି ଟେଷ୍ଟ ୱିକେଟ ନେଇଛନ୍ତି। ଆଣ୍ଡରସନ ହେଉଛନ୍ତି ଇଂଲଣ୍ଡର ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ। ଚଳିତ ଟେଷ୍ଟ ମ୍ୟାଚ ପୂର୍ବରୁ ଆଣ୍ଡରସନ ୫୯୩ଟି ଟେଷ୍ଟ ୱିକେଟ ନେଇଥିଲେ। ଚଳିତ ଟେଷ୍ଟର ପ୍ରଥମ ଇନିଂସରେ ସେ ୫ଟି ୱିକେଟ ନେଇ ୬୦୦ ୱିକେଟର ନିକଟତର ହୋଇଥିଲେ। ୩୮ ବର୍ଷ ବୟସ୍କ ଆଣ୍ଡରସନ ଅଦ୍ୟାବଧି ୧୫୬ଟି ଟେଷ୍ଟ ମ୍ୟାଚ ଖେଳି ୬୦୦ ୱିକେଟ ନେଇଛନ୍ତି।


Share It

Comments are closed.