ମୋସନ ଏଜୁକେସନର ଛଅ ଜଣ ଛାତ୍ରଛାତ୍ରୀଙ୍କ ନିଟ ଓ ଜେଇଇରେ ଉଲ୍ଲେଖନୀୟ ସଫଳତା

Share It

ଭୁବନେଶ୍ୱର: ମୋସନ ଏଜୁକେସନ କୋଟାର ଛଅ ଜଣ ଛାତ୍ରଛାତ୍ରୀ ନିଟ୍ ଓ ଜେଇଇ ୨୦୨୫ରେ ଉଲ୍ଲେଖନୀୟ ସଫଳତା କାହାଣୀ ରଚନା କରିଛନ୍ତି। ସାଧାରଣ ପୃଷ୍ଠଭୂମିରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ଭାରତର ସବୁଠୁ କଠିନ ପ୍ରବେଶିକା ପରୀକ୍ଷାରେ ଶ୍ରେଷ୍ଠ ର‌୍ୟାଙ୍କ ହାସଲ କରିଛନ୍ତି।
ଉତରପ୍ରଦେଶ ରାଏବରେଲିର ଅଂଶ ପ୍ରତାପ ହେଉଛନ୍ତି ଜଣେ ଠିକା ସିକ୍ୟୁରିଟି ଗାର୍ଡଙ୍କ ପୁଅ। ଜେଇଇ ମେନ ୨୦୨୫ରେ ସେ ୬୫୮ କାଟେଗୋରି ର‌୍ୟାଙ୍କ ହାସଲ କରିବା ସହ ଜେଇଇ ଆଡଭାନ୍ସଡ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ମୋସନ ଏଜୁକେସନର ୨୧ ହଜାର ଟଙ୍କାର ଶିକ୍ଷାବୃତି ତାଙ୍କ ଆର୍ôଥକ ସମସ୍ୟା ଦୂର କରିଥିଲା। ଏମସ ଯୋଧପୁରରେ ନାମଲେଖାଇବାକୁ ସ୍ୱପ୍ନ ଦେଖୁଥିବା କୋଟାର ଅନୁଷ୍କା ଶୁକ୍ରୱାଲ ନିଟରେ ୬୨୯ ମର୍କ ରଖିଥିବା ବେଳେ ଓବିସି-ଏନସିଏଲ ର‌୍ୟାଙ୍କ ୭୨ ହାସଲ କରିଛନ୍ତି। ତାଙ୍କ ବଡ଼ ଭାଇ ମଧ୍ୟ ମୋସନରେ କୋଚିଂ ନେଇ ଏବେ ଆଇଆଇଟି କାନପୁରରେ ପଢ଼ୁଛନ୍ତି।
ଆଉ ଜଣେ ତାରକା ହେଉଛନ୍ତି ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ରାଜପୁର ଖେଡ଼ା ଗ୍ରାମର ରାମବାବୁ ଡାଙ୍ଗି। ନିଟ ୟୁଜିରେ ସେ ୭୨୦ରୁ ୫୩୦ ନମ୍ବର ରଖି ସର୍ବଭାରତୀୟ ୨୩୭୪୮ ର‌୍ୟାଙ୍କ ହାସଲ କରିଥିଲେ। ତାଙ୍କ ଗାଁରେ ପଂଚମ ଶ୍ରେଣୀରୁ ଆଗକୁ ପାଠପଢ଼ିବାର ବ୍ୟବସ୍ଥା ନାହିଁ। ସେ ଦୂର ସ୍ଥାନ ଯାତ୍ରା କରି ସ୍କୁଲ ଶିକ୍ଷା ଶେଷ କରିଥିଲେ। ଅନ୍ୟଠାରୁ ମାଗି ବଢ଼ି ଆଣୁଥିଲେ। ତାଙ୍କ ବାପା ଜଣେ ଶ୍ରମିକ ହୋଇ ମଧ୍ୟ କୋଟାରେ ପାଠପଢ଼ିବାକୁ ତାଙ୍କୁ ଛାଡ଼ିଥିଲେ। ରାମବାବୁ ଏବେ ଜଣେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି।
ଆଜମେର ଜିଲ୍ଲାର ନାସିରାବାଦର ଛାତ୍ର ଆଶିଷ ନିଟ ୨୦୨୫ରେ ୫୦ତମ ର‌୍ୟାଙ୍କ ହାସଲ କରିଛନ୍ତି। ସେ ସରକାରୀ ସ୍କୁଲରେ ପାଠ ପଢ଼ୁଥିଲେ ଏବଂ ମୁଖ୍ୟମନ୍ତ୍ରୀ ଅନୁପ୍ରତି କୋଚିଂ ସ୍କିମରେ ଚୟନ ହୋଇଥିଲେ। ତାଙ୍କୁ ମୋସନରେ ମାଗଣାରେ ଦୁଇ ବର୍ଷ କୋଚିଂ ମିଳିଥିଲା। ସେହିପରି, ରାଜସ୍ଥାନର ବୁନ୍ଦିର ଧନାଓ ଗ୍ରାମର ଏକ ଚାଷୀ ପରିବାରରୁ ଆସିଥିବା ହିନ୍ଦୀ ମାଧ୍ୟମ ଛାତ୍ରୀ ଆରତୀ ବରୱାଲ ସର୍ବଭାରତୀୟ ୧୦୩୪୫ ର‌୍ୟାଙ୍କ ହାସଲ କରିଥିବା ବେଳେ ନିଟ ୨୦୨୫ରେ ଏସସି ବର୍ଗରେ ୨୩୯ ର‌୍ୟାଙ୍କ ରଖିଛନ୍ତି। ଦୁର୍ବଳ ଆର୍ôଥକ ସ୍ଥିତି ସତ୍ୱେ ନିଜ ନିଷ୍ଠା ବଳରେ ସେ ଏବେ ଜୟପୁରର ଏସଏମଏସ ମେଡିକାଲ କଲେଜରେ ପାଠ ପଢ଼ିବାକୁ ସ୍ୱପ୍ନ ଦେଖୁଚନ୍ତି।
ମହାରାଷ୍ଟ୍ରର ଥାନେର ଛାତ୍ର ହର୍ଷ ଗୁପ୍ତା ଥରେ ଏକାଦଶ ପରୀକ୍ଷାରେ ଫେଲ ହୋଇଥିଲେ ଏବଂ ତାଙ୍କୁ ଲୋକଙ୍କ ଟାହିଟାପରା ଶୁଣିବାକୁ ପଡ଼ିଥିଲା। ବାପା ସହ ଗୁପଚୁପ ବିକିବାକୁ ତାଙ୍କୁ ଥଟ୍ଟା କରାଯାଇଥିଲା। କିନ୍ତୁ ନିଜ ଉପରେ ଥିବା ଆତ୍ମବିଶ୍ୱାସ ବଳରେ ଓ ମୋସନ ସମର୍ଥନରେ ସେ ଆର୍ôଥକ ସମସ୍ୟା, ଅସୁସ୍ଥା ଓ ମାନସିକ ଚିନ୍ତାକୁ ଦୂର କରି ଜେଇଇ ଆଡଭାନ୍ସଡରେ ୧୬୧୫୫ ର‌୍ୟାଙ୍କ ରଖିଥିବା ବେଳେ ଆଇଆଇଟି ରୁରକିରେ ପଢ଼ିବାକୁ ଯାଉଛନ୍ତି।
ମୋସନ ଏଜୁକେସନର ପ୍ରତିଷ୍ଠାତା ଓ ସିଇଓ ନିତୀନ ବିଜୟ କହିଛନ୍ତି ଯେ, ‘ଆମର ଦୃଢ଼ ବିଶ୍ୱାସ ଅଛି ଯେ ଭାରତର ପ୍ରତିଟି କୋଣରେ ପ୍ରତିଭା ରହିଛି। ତାହା ଆଗକୁ ବଢ଼ିବା ଲାଗି କେବଳ ସଠିକ ସମର୍ଥନ ଦରକାର। ସ୍ୱପ୍ନ ଯେତେବେଳେ ନିଷ୍ଠା ଓ ସଠିକ ମାର୍ଗଦର୍ଶନ ସହ ମିଶେ ତାହା ଅତୁଲ୍ୟ ସଫଳତାରେ ପରିଣତ ହୋଇଥାଏ। ସେହି କଥାର ପ୍ରମାଣ ହେଉଛନ୍ତି ଏହି ଛଅ ଜଣ ଛାତ୍ରଛାତ୍ରୀ। ସାରା ଭାରତରେ ଡାକ୍ତର ଓ ଇଞ୍ଜିନିୟର ହେବାକୁ ଅଭିଳାଷ ରଖିଥିବା ଛାତ୍ରଛାତ୍ରୀମାନଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଂଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ ଯାହା ପ୍ରତିଟି ପୃଷ୍ଠଭୂମିର ଛାତ୍ରଛାତ୍ରୀଙ୍କୁ ସ୍ୱପ୍ନ ପୂରଣ କରିବାରେ ସକ୍ଷମ କରିବ।’’
ଜେଇଇ ମେନରେ ମୋସନ ଏଜୁକେସନର ଶ୍ରେଷ୍ଠ ୧୦୦ରେ ୪ ଜଣ, ଶ୍ରେଷ୍ଠ ୫୦୦ରେ ୧୭ ଜଣ, ଶ୍ରେଷ୍ଠ ୧୦୦୦ରେ ୩୯ ଜଣ ଏବଂ ୧୦,୦୦୦ ର‌୍ୟାଙ୍କ ଭିତରେ ୪୫୩ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଜେଇଇ ଆଡଭାନ୍ସଡରେ ଶ୍ରେଷ୍ଠ ୧୦୦ରେ ୬ଜଣ, ଶ୍ରେଷ୍ଠ ୫୦୦ରେ ୨୩ ଜଣ, ଶ୍ରେଷ୍ଠ ୧୦୦୦ରେ ୪୭ ଜଣ ଛାତ୍ରଛାତ୍ରୀ ଅଛନ୍ତି। ମୋସନର ୬୩୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୩୨୩୧ ଜଣ ସଫଳତା ପାଇଛନ୍ତି।


Share It

Comments are closed.