କିଏ ସେହି ମହିଳା, ଯାହାଙ୍କ ଯୋଗୁଁ ଭାଙ୍ଗିଗଲା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଘର


ଆମଜନର ପ୍ରତିଷ୍ଠାତା ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ‘ଜେଫ ବେଜୋସ’ ଏବଂ ତାଙ୍କର ପତ୍ନୀ ମ୍ୟାକକେଞ୍ଜି ବେଜୋସ ପରସ୍ପରଙ୍କୁ ଛାଡପତ୍ର ଦେବେ ବୋଲି ଘୋଷଣା କରିସାରିଛନ୍ତି । ଉଭୟ ପରସ୍ପରଙ୍କୁ ଛାଡପତ୍ର ଦେବା ପରେ ଏହା ଦୁନିଆର ସବୁଠାରୁ ଦାମୀ ବିଚ୍ଛେଦ ହେବା ସହ ମ୍ୟାକକେଞ୍ଜି ଦୁନିଆର ସବୁଠାରୁ ଧନୀ ମହିଳା ହୋଇଯିବେ ।
ମିଳିଥିବା ସୂଚନା ଅନୁଯାୟୀ ଏହି ବିଚ୍ଛେଦ ପରେ ‘ଜେଫ ବେଜୋସ’ ମ୍ୟାକକେଞ୍ଜିଙ୍କୁ ଭରଣପୋଷଣ ପାଇଁ ୬୯ ଆରବ ଡଲାର ଦେବେ, ଯାହା ପରେ ସେ ବିଶ୍ୱର ସବୁଠାରୁ ଧନୀ ମହିଳା ହୋଇଯିବେ । କିନ୍ତୁ ଏହା ସବୁ ପରେ ଆପଣମାନେ ଜାଣନ୍ତି କି ଜେଫ ବେଜୋସଙ୍କ ଘର କାହା ପାଇଁ ଭାଙ୍ଗିବାକୁ ଯାଉଛି ? ।
ମୁଖ୍ୟ କଥା ଏହା ଯେ, ଜେଫ ଏବଂ ପୂର୍ବତ୍ତନ ଟି.ଭି ଆଙ୍କର ‘ଲରେନ୍ସ ସେନଚିଜ’ଙ୍କ ମଧ୍ୟରେ ଭିତିରି ସମ୍ପର୍କ ଗଢି ଉଠିଛି । ଲରେନ୍ସ ସେନଚିଜ ହେଉଛନ୍ତି ଜେଫଙ୍କ ଘନିଷ୍ଠ ବନ୍ଧୁ ‘ପ୍ୟାଟରିକ ୱାଇଟସେଲ’ଙ୍କ ଧର୍ମ ପତ୍ନୀ । ଜେଫ ଏବଂ ତାଙ୍କ ବନ୍ଧୁଙ୍କ ପତ୍ନୀଙ୍କ ସହ ଗଢି ଉଠିଥିବା ସମ୍ପର୍କ ଯୋଗୁଁ ମ୍ୟାକିଙ୍ଗ ସହ ତାଙ୍କର ଛାଡପତ୍ର ହେବାକୁ ଯାଉଛି । ହଲିଉଡ ଟ୍ୟାଲେଣ୍ଟ ଏଜେଣ୍ଟ ‘ପ୍ୟାଟରିକ ୱାଇଟସେଲ’ ଏବଂ ଜେଫ ହେଉଛନ୍ତି ପରସ୍ପରର ଘନିଷ୍ଠ ବନ୍ଧୁ ।
ଲରେନ୍ସ, ପ୍ୟାଟରିକ ୨୦୦୫ରେ ପରସ୍ପରଙ୍କୁ ବିବାହ କରିଥିବାବେଳେ ସେ ମଧ୍ୟ ନିଜ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇସାରିଛନ୍ତି । ଲରେନ୍ସ ଏବଂ ପ୍ୟାଟରିକଙ୍କର ଦୁଇଟି ସନ୍ତାନ ଥିବାବେଳେ ଜେଫ ଏବଂ ମ୍ୟାକକେଞ୍ଜିଙ୍କ ଚାରୋଟି ସନ୍ତାନ ଅଛନ୍ତି ।
ଲରେନ୍ସ ପେଶାରେ ଜଣେ ଟି.ଭି ପ୍ରେଜେଣ୍ଟର ହେବା ସହ ଜଣେ ହେଲିକ୍ୟାପ୍ଟର ପାଇଲଟ ମଧ୍ୟ ଅଟନ୍ତି । ଏହା ସମେତ ଲରେନ୍ସ ହଲିଉଡରେ ‘ଦି ଲଙ୍ଗ ୟାର୍ଡ’, ‘ଦି ଡେ ଆଫଟର ଟୁମୋରୋ’ ଏବଂ ‘ଫାଇଟ କ୍ଲବ’ ଭଳି ଅନେକ ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି ।


Share It

Comments are closed.