ହୋଟେଲ ରୁମରୁ ଚେକ ଆଉଟ୍ ସମୟରେ ସାଙ୍ଗରେ ନେଇପାରିବେ ଏହି ସବୁ ସାମଗ୍ରୀ , ଲାଗିବନି ଚୋରିର ଆରୋପ


ବାହାରକୁ ଟ୍ରିପରେ ଗଲେ ଲୋକେ ପ୍ରାୟତଃ ବଡ଼ ବଡ଼ ହୋଟେଲରେ ରହିଥାନ୍ତି। ବିଳାଶମୟ ହୋଟେଲମାନଙ୍କରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ମିଳିଥାଏ। ଯେପରି ବ୍ରାଣ୍ଡେଡ ସାମ୍ପୁ, ତଉଲିଆ ଓ ବିଳାଶମୟ ଡେକୋରେଟିଭ ଆଇଟମସ ଲୋକଙ୍କୁ ବେଶ ପସନ୍ଦ ହୋଇଥାଏ। ତେବେ ଲୋକେ ସେ ସବୁ ସାଙ୍ଗରେ ଘରକୁ ନେଇ ପାରନ୍ତିନି। ତେବେ କିଛି ଲୋକେ ଲୋଭରେ ପଡି କେବେ କେବେ ପ୍ୟାକିଂ କରିବା ବେଳେ ସେ ସବୁ ସାଙ୍ଗରେ ନେଇ ଧରାପଡନ୍ତି ଓ ଲୋକ ହସା ହୁଅନ୍ତି।

କେବେ କେବେ ଲୋକେ ଚୋରି ଚକ୍କରରେ ଫଶିବାର ମଧ୍ୟ ନଜିର ରହିଛି। ଫଳରେ ଲୋକଙ୍କୁ ପୋଲିସ ଓ ଥାନା ଚକ୍କର କାଟିବାକୁ ପଡିଥାଏ। ତେବେ ଲକଜରୀ ହୋଟେଲ ଛାଡିବା ବେଳେ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ ହୋଟେଲ ରୁମରୁ କେଉଁ ସବୁ ସାମଗ୍ରୀ ସାଙ୍ଗରେ ନେଇ ଯାଇପାରିବେ। ଏମିତିରେ ହୋଟେଲରୁ ସବୁ ସାମଗ୍ରୀ ସାଙ୍ଗରେ ନେଇ ଯାଇପାରିବେନି, ତେବେ ଯେଉଁଥି ପାଇଁ ଆପଣ ପୈଠ କରିଛନ୍ତି ସେ ସବୁ ସାମଗ୍ରୀ ସାଙ୍ଗରେ ନେଇଗଲେ କେହି କିଛି କହିବେନି। କାରଣ ଏଥି ପାଇଁ ଆପଣ ପୈଠ କରିଛନ୍ତି।

ଚା, କଫି କିଟ୍
ହୋଟେଲ ତାଙ୍କ ଗେଷ୍ଟଙ୍କୁ ଫାସେଲିଟି ରୁମ ଭିତରେ ଚା ବା କଫି ତିଆରି ପାଇଁ ଅନେକ ପ୍ରକାର ସାମଗ୍ରୀ ଦେଇଥାନ୍ତି। ଯେଉଁଥିରେ ଟି ବ୍ୟାଗସ୍, ମିଲ୍କ ପାଉଡର, ସୁଗର ପ୍ୟାକେଟ୍ ଓ ଚା ବା କଫି ତିଆରି ମେସିନ ମଧ୍ୟ ଦେଇଥାନ୍ତି। ଯଦି ଆପଣ ଚା ବା କଫି ପିଅନ୍ତିନି ତେବେ ଆପଣ ଟି ବ୍ୟାଗସ୍, ମିଲ୍କ ପାଉଡର, ସୁଗର ପ୍ୟାକେଟ୍‌ ସାଙ୍ଗରେ ନେଇ ଯାଇପାରିବେ। ତେବେ ଧ୍ୟାନ ରଖନ୍ତୁ ଏଠାରେ ଆମେ ଚା ଓ କଫି କିଟ୍‌ର କଥା କହୁଛୁ ମେକିଂ ମେସିନର ନୁହେଁ। ଏଣୁ ଭୁଲରେ ବି ଚା ବା କଫି ତିଆରି ମେସିନ ସେଠାରୁ ଉଠାନ୍ତୁନି।

ପାଣି ବୋତଲ
ଯେତେବେଳେ ହୋଟେଲ ରୁମରେ ପହଞ୍ଚନ୍ତି ସେଠାରେ ଆପଣ ଦୁଇଟି ପାଣି ବୋତଲ ଥୁଆ ହୋଇଥିବାର ଦେଖିବେ। ଅଧିକାଂଶ ହୋଟେଲ ଦିନକୁ ଦୁଇ ବୋତଲ ପାଣି ମାଗଣାରେ ଦେଇଥାନ୍ତି। ଯଦି ଏଥିରୁ ଅଧିକ ପାଣି ଆପଣ ପିଅନ୍ତି ତେବେ ଏ ବାବଦେ ଆପଣଙ୍କୁ ପୈଠ କରିବାକୁ ହୋଇଥାଏ। ଏଥିରେ ଯଦି ହୋଟେଲରୁ ଆପଣ ଦୁଇ ବୋତଲ ପାଣି ନେଇ ଆସନ୍ତି ଏଥିପାଇଁ ଆପଣଙ୍କୁ କେହି ପଚାରିବେ ବି ନାହିଁ।

ଟୟଲେଟ ୟୁଜ ସାମଗ୍ରୀ
ହୋଟେଲମାନେ ଅତିଥିଙ୍କ ନିମନ୍ତେ ବଡ଼ ବଡ଼ ସାମ୍ପୁ ଓ ଲୋସନ ଆଦି ରଖିଥାନ୍ତି। ତେବେ ଲୋକେ ଏଗୁଡିକୁ ବ୍ୟବହାର କରିବା ପରେ ନେଇଯାଉଥିବାରୁ ଏବେ ହୋଟେଲମାନେ ସତର୍କ ହୋଇଗଲେଣି। ଏଣୁ ଏବେ ମିନିକିଟ୍ ରଖୁଛନ୍ତି, ଯେଉଁଥିରେ ମିନି ବାଥ ସୋପ, ସାମ୍ପୁ, ଲୋସନ ପାଉଚ୍ ଓ ଇୟରବଡ ଆଦି ରହୁଛି। ଦେଖିବାକୁ ଗଲେ ଏହି ସବୁ ସାମଗ୍ରୀ ଲାଗି ଦେୟ ଆପଣଙ୍କ ବିଲରେ ସାମିଲ ଥାଏ। ଏଣୁ ଚାହିଁଲେ ଏ ସବୁକୁ ମଧ୍ୟ ଆପଣ ସାଙ୍ଗରେ ନେଇ ଯାଇପାରିବେ।

ଷ୍ଟେସନାରୀ ସମ୍ପର୍କିତ ସାମଗ୍ରୀ
ଅତିଥି ରହଣୀ କାଳରେ ସମୟ କଟାଇବା ଲାଗି ଅନେକ ହୋଟେଲରେ ପେନ, ପେନସିଲ, ଏନଭଲପ, ମ୍ୟାଗଜିନ, ମନୋଗ୍ରାମ ନୋଟ ପ୍ୟାଡ୍ ଆଦି ରଖିଥାନ୍ତି। କେତେକ ସ୍ଥାନରେ ଏହା ମାଗଣା ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଏଥି ପାଇଁ ଦେୟ ଦେବାକୁ ହୋଇଥାଏ। ତେବେ ଯେଉଁସବୁଥିରେ ଚାର୍ଜ ଦେବାକୁ ପଡେ ସେ ବାବଦେ ହୋଟେଲ କର୍ତ୍ତୃପକ୍ଷ ଜଣାଇ ଦେଇଥାନ୍ତି। ଯଦି ଷ୍ଟେସନାରୀ ସମ୍ପର୍କିତ ସାମଗ୍ରୀ ଫ୍ରି ହୋଇଥାଏ ତେବେ ଆପଣ ସାଙ୍ଗରେ ନେଇଗଲେ କୌଣସି ଆପତ୍ତି ନାହିଁ।

ଟୁଥ ପେଷ୍ଟ ଓ ଟୁଥ ବ୍ରସ୍‌
ଆଜିକାଲି ହୋଟେଲମାନଙ୍କରେ ଗେଷ୍ଟଙ୍କ ଲାଗି ମିନି ଟୁଥପେଷ୍ଟ ଓ ଟୁଥ ବ୍ରସ ରଖୁଛନ୍ତି। ଏହା ଏପରି ସାମଗ୍ରୀ ଯାହା ଥରେ ବ୍ୟବହାର ହେଲେ ଅନ୍ୟ ଗେଷ୍ଟଙ୍କୁ ଦିଆଯାଇପାରେନା। ଯଦି ଏପରି ସାମଗ୍ରୀକୁ ଆପଣ ସାଙ୍ଗରେ ନେଇ ଆସୁଛନ୍ତି ତେବେ କୌଣସି ଅସୁବିଧା ନାହିଁ। ଅନେକ ଘଟଣାରେ ଲୋକେ ହୋଟେଲ ରୁମ ଖାଲି କରିବା ବେଳେ ବେଡସିଟ୍, ଟିଭି ରିମୋଟ, ବାଥ ରୋବ, ହେୟାର ଡ୍ରାୟର ଓ କେବେ କେବେ ଡେକୋରେଟିଭ ଆଇଟମକୁ ବ୍ୟାଗରେ ଭରିଥାନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ, ଏପରି କରିବା କଥା ନୁହେଁ।


Share It

Comments are closed.