ରାଜ୍ୟରେ କରୋନା ଯୋଦ୍ଧାଙ୍କୁ ମାଗଣାରେ ଦିଆଯିବ ଟୀକା


ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ମାଗଣା ଟିକା ମିଳିବା ନେଇ ସେ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମେ ୩ଟି ଶ୍ରେଣୀଭୁକ୍ତ କରୋନା ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ। ଏଥିରେ ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଆଦିଙ୍କୁ ମାଗଣା ଟିକା ଦିଆଯିବ। ଏହାପରେ ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀମାନଙ୍କ ପାଇଁ ମାଗଣା ଟିକା ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଦୁଇ ଶ୍ରେଣୀର ଲୋକଙ୍କୁ ବାଦ୍ ଦେଇ ବୟସ୍କ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ଆଗାମୀ ଜାନୁଆରି ମାସ ଭିତରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଏନେଇ ସଚେତନ ଅଛନ୍ତି ଏବଂ ଟିକାକରଣ ଆରମ୍ଭ ହେଲେ ରାଜ୍ୟର କରୋନା ଯୋଦ୍ଧାମାନଙ୍କୁ ଏହାର ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି।


Share It

Comments are closed.