ଫ୍ରାଙ୍କଫିନ୍ ଏଭିଏସନର ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଆଲିଆ ଭଟ୍ଟ


ଭାରତର ଅଗ୍ରଣୀ ଏୟାର ହୋଷ୍ଟେସ୍ ତାଲିମ ପ୍ରତିଷ୍ଠାନ ଫ୍ରାଙ୍କଫିନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏୟାର ହୋଷ୍ଟେସ୍ ଟ୍ରେନିଂ ପକ୍ଷରୁ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ଫ୍ରାଙ୍କଫିନ୍ ଏଭିଏସନ୍ ପକ୍ଷରୁ ଏୟାର ହୋଷ୍ଟେସ୍, ଫ୍ଲାଇଟ୍ ଷ୍ଟିୱାର୍ଡସ୍, ଗ୍ରାଉଣ୍ଡ୍ ହୋଷ୍ଟେସ୍, ଏୟାର ଟିକେଟିଂ ଏକ୍ଜିକ୍ୟୁଟିଭ୍, ଗେଷ୍ଟ ରିଲେସନ୍ ଏକ୍ଜିକ୍ୟୁଟିଭ୍ ଓ ଫ୍ରଂଟ୍ ଅଫିସ୍ ଏକ୍ଜିକ୍ୟୁଟିଭ୍ ଉପରେ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯାଉଛି । ଏୟାର ହୋଷ୍ଟେସ୍ ତାଲିମ କ୍ଷେତ୍ରରେ ଏହା ବିଶ୍ୱର ଏକ ନମ୍ବର ସଂସ୍ଥା ।

ଏ ସଂକ୍ରାନ୍ତରେ କେ ଏସ୍ କୋହଲି, ଅଧ୍ୟକ୍ଷ, ଫ୍ରାଙ୍କଫିନ୍ ଏଭିଏସନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଏହି ସହଯୋଗିତାକୁ ନେଇ ଆମେ ବହୁତ ଖୁସି ଓ ଆମେ ଏଭଳି ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ସନ୍ଧାନରେ ଥିଲୁ ଯାହାଙ୍କ ଲକ୍ଷ୍ୟ ଫ୍ରାଙ୍କଫିନ୍ର ଲକ୍ଷ୍ୟ ଓ ମୂଲ୍ୟବୋଧ ସହିତ ସମାନତା ଥିବ । ଭାରତର ଏକ ଯୁବ ତାରକା ଭାବେ ଆମ ବ୍ରାଣ୍ଡ୍-ବୋଲ୍ଡ ଆଣ୍ଡ ସୌନ୍ଦର୍ଯ୍ୟ ପାଇଁ ଉପଯୁକ୍ତ । ସେ ହେଉଛନ୍ତି ବିଶ୍ୱାସ ଓ ଆଶାର ପ୍ରତିଫଳନ ଯାହା ବ୍ୟକ୍ତିଗତ ଆକାଂକ୍ଷା ପାଇଁ ଦରକାର ।’’

ଏହି ସହଯୋଗିତା ବିଷୟରେ ଅଭିନେତ୍ରୀ ତଥା ବ୍ରାଣ୍ଡ୍ ଆମ୍ବାସାଡର ଆଲିଆ ଭଟ୍ଟ କହିଛନ୍ତି ଯେ, “ବିକେଡିର ମୋର ଭୂମିକା ନିର୍ବାହ କରିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ମୁଁ ଫ୍ରାଙ୍କଫିନ୍ ଇନଷ୍ଟ୍ରକ୍ଟରଙ୍କ ଉତ୍ସର୍ଗୀକୃତ ମନୋଭାବ ଓ ଆବେଗ ଜାଣିପାରିଥିଲି । ବିମାନ ଶିଳ୍ପରେ ଏକ ସଫଳ କ୍ୟାରିୟର ଗଠନ କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଏହା ଏକ ଉପଯୁକ୍ତ ମଂଚ ।’’


Share It

Comments are closed.