ପୋଲିସ କର୍ମଚାରୀଙ୍କୁ ମାଡମାରି ଜେଲ ଗଲେ ନିଶାଗ୍ରସ୍ତ ଯୁବକ, ଦେଖନ୍ତୁ ଭିଡଓ


କଥାରେ ଅଛି ଜୋର ଯାର ମୂଲକ ତାର । ଦିନଥିଲା ଆଇନ କାନୁନ କଥା ଶୁଣିଲେ ଲୋକମାନେ କୌଣସି ଅପରାଧ କରିବାକୁ ଡ଼ରୁଥିଲେ । କିନ୍ତୁ ବତ୍ତର୍ମାନ ସମୟରେ ଦେଶର ଆଇନ କାନୁନକୁ ମଧ୍ୟ ଲୋକମାନେ ମାନିବାକୁ ନାରାଜ । ଆଇନର ରକ୍ଷକ ବୋଲାଉଥିବା ପୋଲିସ କର୍ମି ମାନଙ୍କୁ ମଧ୍ୟ ସମାଜର କେତେକ ଖଳ ପ୍ରକୃତିର ଲୋକ ନିଜ ବାହୁ ବଳରେ ଅକ୍ତଆର କରିବାକୁ ଲାଗିଲେଣି । ଏଥିରେ ସାଧାରଣ ଜନତା କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ । ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚେନ୍ନାଇରେ । ଯେଉଁଠାରେ କେତେକ ନିଶାଗ୍ରସ୍ତ ଲୋକେ ଏକ କାର୍ଯ୍ୟରତ ପୋଲିସକର୍ମୀଙ୍କୁ ଅକର୍ତିତ ଭାବେ ମାଡ ମାରିବାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି ।
ନିଶାଗ୍ରସ୍ତ ଯୁବକ ମାନଙ୍କ ଠାରୁ ମାଡ ଖାଇଥିବା ଉକ୍ତ ପୋଲିସ କର୍ମୀଙ୍କ ନାମ କାର୍ତ୍ତିକେୟାନ ଥିବାବେଳେ ସେ ଗତ ଜୁନ ୧୩ ତାରିଖ ଦିନ ପେଟ୍ରୋଲିଙ୍ଗ କାର୍ଯ୍ୟ ପାଇଁ ରାତ୍ରି ଭ୍ରମଣରେ ଯାଉଥିଲେ । ପୋଲିସ କର୍ମୀ ଜଣକ ପେଟ୍ରୋଲିଙ୍ଗ କରୁଥିବା ସମୟରେ କେତେକ ନିଶାଗ୍ରସ୍ତ ଟ୍ରାନ୍ସଜେଣ୍ଡର ମାନଙ୍କ ସହ ମୂଲଚାଲ କରୁଥିବାର ଦୃଶ୍ୟ ତାଙ୍କ ନଜରରେ ଆସିଥିଲା । ସେ ଏହା ପରେ ଉକ୍ତ ନିଶାଗ୍ରସ୍ତ ଗୋଷ୍ଠୀ ସମୂହ ଲୋକଙ୍କୁ ଏହି କାର୍ଯ୍ୟ ପାଇଁ ବାରଣ ଏବଂ ଚେତାବନୀ ଦେବା ସହ ତାଙ୍କୁ ଏହି ସ୍ଥାନ ତୁରନ୍ତ ଛାଡି ଚାଲିଯିବା ପାଇଁ ଆଦେଶ ଦେଇଥିଲେ ।

ପୋଲିସ କର୍ମୀଙ୍କ ଚେତାବନୀ ସତ୍ତେ୍ୱ ମଧ୍ୟ ନିଶାଗ୍ରସ୍ତ ଯୁବ ଗୋଷ୍ଠୀମାନେ ତାଙ୍କ କଥାକୁ କର୍ଣ୍ଣପାତ ନକରି ସେମାନେ ସବୁ ଆଇନଜୀବି ବୋଲି ଓଲଟା ପୋଲିସକର୍ମୀଙ୍କୁ ଚେତାବୀନ ଦେଇଥିଲେ ।
ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଯିବା ପରେ ଉକ୍ତ ନିଶାଗ୍ରସ୍ତ ଗୋଷ୍ଠୀ ସମୂହ ଯୁବକ ପୋଲିସ କର୍ମୀଙ୍କୁ ଅକର୍ତିତ ଆକ୍ରମଣ କରିବାରେ ଲାଗିଥିଲେ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ପୋଲିସ ଉକ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ ମଧ୍ୟ କରିଛି । ଉକ୍ତ ଯୁବକମାନଙ୍କ ନାମ ହେଲା ମହମ୍ମଦ ଆକବର, ମହମ୍ମଦ ରିଜୱାନ ଏବଂ ସୁଲେମାନ ।


Share It

Comments are closed.