ଫର୍ଚୁନ୍ ସନ୍‌ଲାଇଟ୍ ଅଏଲ୍ ପକ୍ଷରୁ ଟ୍ରାନ୍ସ-ଫ୍ୟାଟ୍ ମୁକ୍ତ ସନ୍‌ଫ୍ଲାୱାର ସହ ସୁସ୍ଥକର ଜୀବନଯାପନକୁ ଅନୁପ୍ରାଣିତ କରିବା ପାଇଁ ନୂଆ ଟିଭି ବିଜ୍ଞାପନ ଉନ୍ମୋଚିତ


 ବ୍ରାଣ୍ଡ୍ ଆମ୍ବାସାଡର ସମନ୍ତା ପ୍ରଭୁଙ୍କୁ ନେଇ ପ୍ରସ୍ତୁତ ଟିଭି ବିଜ୍ଞାପନ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ର୍ରସାରିତ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଖାଦ୍ୟ ଓ ଏଫ୍‌ଏମ୍‌ସିଜି କଂପାନି ଆଦାନି ୱିଲମାର ଲିମିଟେଡ୍ (ଏଡବ୍ଲୁଏଲ୍‌) ପକ୍ଷରୁ ଫର୍ଚୁନ୍ ସନଲାଇଟ୍ ରିଫାଇନଡ୍ ସନ୍‌ଫ୍ଲାୱାର ଅଏଲ୍ ପାଇଁ ନୂଆ ଟିଭି ବିଜ୍ଞାପନର ଶୁଭାରମ୍ଭ କରାଯାଇଛି । ଓଗିଲ୍‌ଭି ପକ୍ଷରୁ ପରିକଳ୍ପନା କରାଯାଇଥିବା ଏହି ନୂଆ ମଲ୍‌ଟି-ମିଡିଆ ଟିଭିସିରେ ବ୍ରାଣ୍ଡ୍ ଆମ୍ବାସାଡର ଅଭିନେତ୍ରୀ ସମନ୍ତା ପ୍ରଭୁଙ୍କୁ ଫର୍ଚୁନ୍ ସନ୍‌ଲାଇଟ୍‌ର ସ୍ୱତନ୍ତ୍ର ଲାଭ ଟ୍ରାନ୍ସ-ଫ୍ୟାଟ୍ ମୁକ୍ତ ତୈଳ ବିଷୟରେ ଗୁରୁତ୍ୱାରୋପ କରୁଥିବା ଦେଖିବାକୁ ମିଳିବ । କଂପାନି ପକ୍ଷରୁ ଏକ ବ୍ୟାପକ ମଲ୍‌ଟି ମିଡିଆ ଅଭିଯାନ ଆରମ୍ଭ କରାଯାଇଥିଲା ଯାହା ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକରେ ପ୍ରଦର୍ଶିତ ହେବ ଏବଂ ପ୍ରିଂଟ୍ ବିଜ୍ଞାପନ, ଆଊଟ୍‌ଡୋର ଆଦି ଅଭିଯାନ ଜରିଆରେ ତାହାକୁ ପ୍ରଚାର କରାଯିବ ।
ଆଜିଠାରୁ ଏହି ଟିଭି ବିଜ୍ଞାପନର ପ୍ରସାରଣ ଆରମ୍ଭ ହୋଇଛି ଯେଉଁଥିରେ ସମ୍ପୂର୍ଣ୍ଣ ନୂଆ ଫର୍ଚୁନ୍ ସନ୍‌ଲାଇଟ୍ ରିଫାଇନ୍‌ଡ ସନ୍‌ଫ୍ଲାୱାର ତୈଳର ଉନ୍ମୋଚନ ଜରିଆରେ ସୁସ୍ଥକର ଜୀବନଯାପନର ପ୍ରସାର ପ୍ରତି ବ୍ରାଣ୍ଡ୍‌ର ଉତ୍ସର୍ଗୀକୃତ ମନୋଭାବ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ବିଜ୍ଞାପନରେ ଫର୍ଚୁନ୍ ସନ୍‌ଲାଇଟ୍‌ର ମୁଖ୍ୟ ବିକ୍ରି ପ୍ରଚାର ବିଷୟ-ଏହା ଟ୍ରାନ୍ସ-ଫ୍ୟାଟ୍ ମୁକ୍ତର ପ୍ରସାର କରାଯାଉଛି ଯାହାକୁ ଅତ୍ୟନ୍ତ ଚମତ୍କାର ଓ ଆଖିଦୃଶିଆ ଢଙ୍ଗରେ ପରିବେଷଣ କରାଯାଇଛି । ଏକ ସ୍ୱାସ୍ଥ୍ୟ ସଚେତନ ଜୀବନଯାପନ ପାଇଁ ସମନ୍ତା ପ୍ରଭୁଙ୍କ ପ୍ରତିବଦ୍ଧତାକୁ ଏହା ଜଣାଉଥିବା ବେଳେ ଫର୍ଚୁନ୍ ସନ୍‌ଲାଇଟ୍ ଅଏଲ୍‌ରେ ପ୍ରସ୍ତୁତ ସ୍ନାକ୍ସ ଖାଇବା ଓ ଏଥିରେ ଥିବା ହାଲୁକା ପଣ ଉପରେ ତାଙ୍କର ପ୍ରଥମିକତାକୁ ଆଲୋକପାତ କରାଯାଇଛି ।
ଏହି ନୂଆ ଟିଭି ବିଜ୍ଞାପନ ସମ୍ପର୍କରେ ଆଦାନି ୱିଲମାର୍‌ର ଉପସଭାପତି-ସେଲ୍‌ସ ଓ ମାର୍କେଟିଂ ଶ୍ରୀ ମୁକେଶ ମିଶ୍ରା କହିଛନ୍ତି ଯେ, “ଖାଇବା ତେଲ ବଜାରର ଅଗ୍ରଣୀ ସଂସ୍ଥା ଭାବେ ଆଦାନି ୱିଲ୍‌ମାର୍ ପୋଷଣ ତତ୍ୱ ଉପରେ ଗୁରୁତ୍ୱାରୋପ କରୁଛି, ଯାହାକୁ ଗ୍ରାହକମାନେ ଗ୍ରୋସରି କିଣିବା ବେଳେ ଚୟନ କରୁଛନ୍ତି । ବିଭିନ୍ନ ପ୍ରକାର ପୋଷଣ ଓ ସୁବିଧାରୁ ଲାଭ କରିବା ଲାଗି ନିୟମିତ ବ୍ୟବଧାନରେ ଖାଇବା ତେଲ ବଦଳାଇବାର ଆବଶ୍ୟକତାକୁ ଭାରତୀୟ ଗ୍ରାହକମାନେ ଭଲ ଭାବେ ବୁଝିଛନ୍ତି । ବ୍ରାଣ୍ଡ୍ ଆମ୍ବାସାଡର ସମନ୍ତା ପ୍ରଭୁଙ୍କୁ ନେଇ ପ୍ରସ୍ତୁତ ନୂଆ ଟିଭି ବିଜ୍ଞାପନକୁ ଆମେ ଉପସ୍ଥାପନ କରିଛୁ, ଯାହାର ଲକ୍ଷ୍ୟ ହେଉଛି ଫର୍ଚୁନ୍ ସନ୍‌ଫ୍ଲାୱାର ଅଏଲ୍ କେବଳ ଏକ ଖାଇବା ତେଲ ନୁହେଁ ଏହା ଏକ ସୁସ୍ଥକର ଓ ଖୁସିମୟ ଜୀବନ ପାଇଁ ପ୍ରତିବଦ୍ଧତାର ଭାବକୁ ପ୍ରକାଶ କରିବ । ଆମର ବିଶ୍ୱାସ ରହିଛି ଯେ, ଏହି ଟିଭି ବିଜ୍ଞାପନ ଗ୍ରାହକମାନଙ୍କୁ ନିଜ ପରିବାର ପାଇଁ ସୁସ୍ଥକର ବିକଳ୍ପ ଚୟନ କରିବା ଲାଗି ଅନୁପ୍ରାଣିତ କରିବ ।”
ଆଦାନି ୱିଲମାର୍ ସହ ସହଯୋଗିତା ସମ୍ପର୍କରେ ଅଭିନେତ୍ରୀ ସମନ୍ତା ପ୍ରଭୁ କହିଛନ୍ତି ଯେ, “ଫର୍ଚୁନ୍ ସନ୍‌ଲାଇଟ୍ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍ ପାଇଁ ଆଦାନି ୱିଲମାର୍ ସହିତ ସହଯୋଗିତା ସ୍ଥାପନ କରି ଆମେ ଆନନ୍ଦିତ । ସୁସ୍ଥକର ଜୀବନଶୈଳୀକୁ ଗୁରୁତ୍ୱ ଦେଉଥିବା ଜଣେ ମଣିଷ ଭାବେ ଏହି ସହଯୋଗିତା ମୋ ସହିତ ବେଶ ଖାପଖାଉଛି । ଟ୍ରାନ୍ସ-ଫ୍ୟାଟ୍ ମୁକ୍ତ ଉପାଦାନ ଥିବା ଫର୍ଚୁନ୍ ସନ୍‌ଲାଇଟ୍ ଓ ୱେଲନେସ୍‌ର ପ୍ରସାର କରିବା ଲାଗି ପ୍ରତିବଦ୍ଧତା ହେଉଛି ସ୍ୱାସ୍ଥ୍ୟ ସଚେତନ ଗ୍ରାହକଙ୍କ ପାଇଁ ଉପଯୁକ୍ତ ପସନ୍ଦ । ଫର୍ଚୁନ୍ ସନ୍‌ଲାଇଟ୍ ସହ ଏକ ସୁସ୍ଥକର ଜୀବନଯାପନ ଏବଂ ଏକ ସୁସ୍ଥକର ଓ ଖୁସିମୟ ଜୀବନ ଯାତ୍ରାର ଅଂଶ ହେବା ଲାଗି ମୁଁ ଅପେକ୍ଷା କରିଛି ।”
ଆଦାନି ୱିଲମାର୍‌ର ଫର୍ଚୁନ୍ ସନ୍‌ଲାଇଟ୍ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍ ହେଉଛି, ହାଲୁକା, ସହଜରେ ହଜମ ହୋଇପାରୁଥିବା ତେଲ ଏବଂ ଏଥିରେ ରହିଛି ଭିଟାମିନ୍ ଏ, ଡି ଓ ଇ ଯାହା ଏହାକୁ ରୋଷେଇ ତୈଳ ବର୍ଗରେ ଏକ ଭରସାଯୋଗ୍ୟ ପସନ୍ଦରରେ ପରିଣତ କରିଛି । କେବଳ ଶ୍ରେଷ୍ଠ ସନଫ୍ଲାୱାର ତୈଳ ପ୍ୟାକେଟ୍‌ରେ ଥିବାକୁ ସୁନିଶ୍ଚିତ କରିବା ଲାଗି ୧୦୦ରୁ ଅଧିକ ପରୀକ୍ଷଣ ଦେଇ ଏହା ଗତି କରିଛି । ଏହା ୫୦୦ ଏମ୍‌ଏଲ୍‌, ୧ ଲିଟର, ୨ ଲିଟର ଏବଂ ୫ ଲିଟର୍ ଏସ୍‌କେୟୁରେ ଅଧିକାଂଶ ଇ-କମର୍ସ ସାଇଟ୍ ଓ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ରହିଛି ।


Share It

Comments are closed.