ଫର୍ଚୁନ୍ ପକ୍ଷରୁ ସୋୟା ଚଙ୍କ୍‌ସ ପାଇଁ “ବନାଓ କୁଛ୍ ହଟ୍‌କେ” ଟିଭି ବିଜ୍ଞାପନ ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଏଫ୍‌ଏମ୍‌ସିଜି କମ୍ପାନି ଆଦାନି ୱିଲମାର୍ ଲିମିଟେଡ୍‌ର ବ୍ରାଣ୍ଡ୍ ଫର୍ଚୁନ୍ ପକ୍ଷରୁ ଫର୍ଚୁନ୍ ସୋୟା ଚଙ୍କ୍‌ସ ପାଇଁ “ବନାଓ କୁଛ୍ ହଟ୍‌କେ” ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନରେ ସୋୟା ଚଙ୍କ୍‌ସକୁ ନେଇ ବିଭିନ୍ନ ପ୍ରକାର ଭୋଜନ ପ୍ରସ୍ତୁତ କରିବାର ବିକଳ୍ପ ଉପସ୍ଥାପନ କରାଯାଇଛି । ଡିଡିବି ମୁଦ୍ରା ପକ୍ଷରୁ ପ୍ରସ୍ତୁତ ଏହି ଅଭିଯାନରେ ବଲିଉଡ୍ ତାରକା ଜାବେଦ ଜାଫ୍ରି ଓ କ୍ରିକେଟ ତାରକା ସୌରଭ ଗାଙ୍ଗୁଲିଙ୍କୁ ଦେଖିବାକୁ ମିଳିବ ।
ଏହି ଫିଲ୍ମରେ ଫର୍ଚୁନ୍ ସୋୟା ଚଙ୍କସ୍ ସହ ପ୍ରସ୍ତୁତ ଭିନ୍ନ ରେସିପି ରହିଛି, ଯେଉଁଥିରେ ଜାଭେଦ ଜାଫରି ଏବଂ ସୌରଭ ଗାଙ୍ଗୁଲି ଭଳିକି ଭଳି ଡ଼ିସ୍ ପ୍ରସ୍ତୁତ ହେଉଥିବା ଅନୁମାନ କରୁଛନ୍ତି । କିନ୍ତୁ ତାଙ୍କ ଅନୁମାନରୁ ଅଧିକ ନୂତନ ଡିସ୍ ବନି ସାମ୍ନାକୁ ଅସୁଛି । ତାହା ହେଉଛି ଫର୍ଚୁନ୍ ସୋୟା ଚଙ୍କସ୍ ଆନନ୍ଦଦାୟକ ଆଶ୍ଚର୍ଯ୍ୟ ଜନକ ପ୍ରତିଶ୍ରୁତି ଦେଉଛି । ଏହି ଅଭିଯାନର ଡିଜିଟାଲ ଉପସ୍ଥିତିକୁ ବଢ଼ାଇବା ପାଇଁ ବ୍ରାଣ୍ଡ୍ ସମ୍ମାନିତ ଏବଂ ପ୍ରଭାବଶାଳୀ ସେଫ୍ ମାନଙ୍କ ସହ ସହଯୋଗିତା ସ୍ଥାପନ କରିଛି ।
ସୋୟା ଚକ୍‌ସ ପ୍ୟାକେଟ୍‌ରେ ଏକ କ୍ୟୁଆର୍ କୋଡ୍ ରହିଛି ଯାହାକୁ ସ୍କାନ୍ କରି ଲୋକମାନେ ବିଭିନ୍ନ ପ୍ରକାର ରେସିପି ବିଷୟରେ ଜାଣିପାରିବେ ।
ଏହି ଅଭିଯାନ ସମ୍ପର୍କରେ ଆଦାନୀ ୱିଲମାର ଲିମିଟେଡ୍ ର ମିଡିଆ ଓ ବ୍ରାଣ୍ଡ ମୁଖ୍ୟ ଜିଗ୍ନେଶ ଶାହା କହିଛନ୍ତି ଯେ, “ଏହି ଅଭିଯାନ ମାଧ୍ୟମରେ ଫର୍ଚୁନ୍ ସୋୟା ଚଙ୍କସ୍ ବ୍ୟବହାର କରି ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଗ୍ରାହକମାନଙ୍କୁ ପ୍ରେରିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ସୋୟା ଚଙ୍କସ୍ ଭଳି ଏକ ଉପାଦାନକୁ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପିତ କରିବାର ଉପାୟକୁ ଜାଣିବା ଏବଂ ପ୍ରଦର୍ଶନ କରିବାକୁ ଆମେ ଆନନ୍ଦିତ । ଆମେ ନିଆରା ରେସିପି ଉପରେ ଆଲୋକପାତ କରିବାକୁ ଚାହୁଁଥିଲୁ ଯାହା ସୋୟା ଅଂଶ ସହିତ ତିଆରି କରାଯାଇପାରିବ ଏବଂ ଏହି ଫିଲ୍ମ ସେହି ବାର୍ତାକୁ ନିରବଚ୍ଛିନ୍ନ ଭାବରେ ପ୍ରତିଫଳିତ କରିଛି ।’’
ଡିଡିବି ମୁଦ୍ରାର ମୁଖ୍ୟ କ୍ରିଏଟିଭ୍ ଅଫିସର ରାହୁଲ ମାଥ୍ୟୁ କହିଛନ୍ତି ଯେ, “ଫର୍ଚୁନ୍ ସୋୟା ଚଙ୍କସ୍ ସହିତ ସମ୍ଭବ ବିଭିନ୍ନ ଖାଦ୍ୟ ପ୍ରଦର୍ଶନ କରିବା ସହିତ ଚଳଚ୍ଚିତ୍ରରେ ମନୋରଞ୍ଜନ ମୂଲ୍ୟ ବଜାୟ ରଖିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା । ଜାଭେଦ ଜାଫରୀ ଏବଂ ସୌରଭ ଗାଙ୍ଗୁଲିଙ୍କ ଉପସ୍ଥିତି ନିଆରା ସ୍ପର୍ଶ ଯୋଡ଼ିଥିଲା ଯାହା ଏହି ଅଭିଯାନକୁ ପ୍ରକୃତରେ ଭିନ୍ନ କରିଥିଲା । ଆମେ ଆଶା କରୁଛୁ ଯେ ଏହି ବାର୍ତା ଗ୍ରାହକଙ୍କୁ ଆକୃଷ୍ଟ କରିବ ।”


Share It

Comments are closed.