ରାହୁଲ ଗାନ୍ଧୀଙ୍କୁ ଜଣେ ନର୍ଭସ ବ୍ୟକ୍ତି ବୋଲି କହିଲେ ଆମେରିକାର ପୁର୍ବତନ ରାଷ୍ଟ୍ରପତି ବାରାକ ଓବାମା


ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏଥର କିନ୍ତୁ ରାଜନୀତିକୁ ନେଇ ନୁହେଁ । ସେ ବାରାକ ଓବାମାଙ୍କ ନୂଆ ପୁସ୍ତକ ‘ଏ ପ୍ରମିସ୍ଡ ଲ୍ୟାଣ୍ଡ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅସଲରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆତ୍ମଜୀବନୀରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଏପରି କିଛି କଥା କୁହାଯାଇଛି, ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ସହିତ କଂଗ୍ରେସକୁ ଟାର୍ଗେଟ କରିବାକୁ ବିଜେପିକୁ ଆଉ ଏକ ସୁଯୋଗ ମିଳିଯାଇଛି ।

ରାହୁଲ ଗାନ୍ଧୀଙ୍କ ବାବଦରେ ଓବାମା ନିଜ ପୁସ୍ତକ ‘ଏ ପ୍ରମିସଡ୍ ଲ୍ୟାଣ୍ଡ’ରେ ଲେଖିଛନ୍ତି ଯେ, ରାହୁଲ ଜଣେ ନର୍ଭସ ଓ ଅପରିପକ୍ୱ ବ୍ୟକ୍ତି ।ଯେପରି ଜଣେ ଛାତ୍ର ନିଜର କୋର୍ସ ପୂରଣ କରିବା ପରେ ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଉତ୍ସୁକ ରହିଥାଏ । କିନ୍ତୁ ଏହି ଛାତ୍ର ପାଖରେ କୌଣସି ଜ୍ଞାନ ଆହରଣ ପାଇଁ ଯୋଗ୍ୟତା ଓ ଇଚ୍ଛାଶକ୍ତିର ଅଭାବ ରହିଥାଏ ।

ମନମୋହନ ସିଂଙ୍କ ବାବଦରେ ଓବାମା ଲେଖିଛନ୍ତି ଯେ, ସେ ଅଗାଧ ନିଷ୍ଠା ରଖନ୍ତି । ଏହାସହ ଓବାମାଙ୍କ ପୁସ୍ତକରେ ଆମେରିକାର ଭାବି ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାବଦରେ ମଧ୍ୟ ଉଲ୍ଲେଖ ଅଛି ।

ନ୍ୟୁୟର୍କ ଟାଇମ୍ସର ପୁସ୍ତକ ସମୀକ୍ଷା ଅନୁସାରେ, ଓବାମା ଏହି ପୁସ୍ତକରେ ନିଜ ବ୍ୟକ୍ତିଗତ ଜୀବନ ଅପେକ୍ଷା ରାଜନୈତିକ ଜୀବନ ଉପରେ ବେଶୀ ଫୋକସ କରିଛନ୍ତି । ରାଜନୀତିରେ ନିଜର ଆରମ୍ଭ ପରଠୁ ଓସାମା ବିନ୍ ଲାଦେନକୁ ନିପାତ କରିବା ବାବଦରେ ପୁସ୍ତକେ ଉଲ୍ଲେଖ ରହିଛି ।


Share It

Comments are closed.