ଗୁଜୁରାଟରେ ବିଜେପିକୁ ଶକ୍ତ ଝଟକା, ବିଜେପିରୁ ଇସ୍ତଫା ଦେଲେ ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ମନସୁଖ ବାସୱା


ଗୁଜରାଟର ଟାଣୁଆ ନେତା ତଥା ଭରୁଚ ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନସୁଖ ବାସୱା ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ରକୁ ପ୍ରଦେଶ ବିଜେପି ସଭାପତି ଆର.ସି. ପାଟିଲଙ୍କୁ ପ୍ରଦାନ କରିଥିବା ବେଳେ ଏଥିରେ ସଂସଦର ଆଗାମୀ ବଜେଟ ଅଧିବେଶନରେ ସେ ଲୋକସଭା ବାଚଷ୍ପତିଙ୍କୁ ଭରୁଚ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ତେବେ ସେ ଅଚାନକ ବିଜେପି ଛାଡିବା ନେଇ ଇସ୍ତଫା ପତ୍ରରେ ସେଭଳି କୌଣସି କାରଣ ଦର୍ଶାଇ ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗତ ମନ୍ତ୍ରୀମଣ୍ଡଳରେ ସେ କେନ୍ଦ୍ରମନ୍ତ୍ରୀ ଥିଲେ। ୨୦୧୬ ମସିହାରେ ତାଙ୍କୁ ମନ୍ତ୍ରୀପଦରୁ ହଟାଇ ଦିଆଯିବା ପରଠାରୁ ସେ ଟିକେ ମୁଖର ହୋଇଉଠିଥିଲେ। ସେ ଦଳର ବିଭିନ୍ନ ନୀତିକୁ ସମାଲୋଚନା କରିବାକୁ ଲାଗିଥିଲେ। ଏଣୁ ଦଳରେ ତାଙ୍କର ଗୁରୁତ୍ୱ ହ୍ରାସ ହେବାରେ ଲାଗିବା ସହ ତାଙ୍କୁ ଧିରେ ଧିରେ କଣକୁ ଠେସି ଦିଆଯାଉଥିବାର ସେ ଅନୁଭବ କରୁଥିଲେ। ହୁଏତ ଏହି କାରଣରୁ ସେ ପାର୍ଟିରୁ ଇସ୍ତଫା ଦେଇଥାଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବାସୱା ବିଜେପିର ଜନଜାତି ନେତା ଭାବେ ପରିଚିତ ଥିଲେ। ସେ ଗୁଜରାଟ ବିଜେପିରେ ଆଦିବାସୀଙ୍କ ମୁହଁ ବୋଲି ପରିଚିତ ଥିଲେ। ତେବେ ସେ ଦଳରେ ଥିବା ବେଳେ ଦଳପତି ତାଙ୍କର ଆନୁଗତ୍ୟତା ଥିଲା ଓ ଦଳର ମୂଲ୍ୟବୋଧକୁ ତାଙ୍କ ଜୀବନରେ ଆତ୍ମସାତ କରିବାକୁ ପୂର୍ଣ୍ଣ ଉଦ୍ୟମ କରିଥିବା ପ୍ରଦେଶ ଅଧ୍ୟକ୍ଷଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ସେ ମଣିଷ ଓ ମଣିଷ ମାତ୍ରକେ ଭୁଲ ହୁଏ ବୋଲି ଉଲ୍ଲେଖ କରିଥିବା ବେଳେ ଦଳ ସହ ଦୀର୍ଘ ସମ୍ପର୍କରେ ତାଙ୍କ ଦ୍ୱାରା ହୋଇଥିବା ଛୋଟମୋଟ ଭୁଲର କ୍ଷମା କରିଦିଆଯାଉ ବୋଲି ନିବେଦନ କରିଛନ୍ତି।

ବାସୱା ଭରୁଚରୁ ୬ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ଲଗାତାର ସଂସଦକୁ ନିର୍ବାଚିତ ହେବାରେ ବାସୱା ଦଳର ଅପ୍ରତିଦ୍ୱନ୍ଦ୍ୱୀ ନେତା ପାଲଟିଥିଲେ। ତେବେ ସେ ଦଳରୁ ଇସ୍ତଫା ଦେଉଥିବାରୁ ଏ ସମ୍ପର୍କରେ ପାର୍ଟି ନେତୃତ୍ୱଙ୍କୁ ଜଣାଇ ଦେବାକୁ ପ୍ରଦେଶ ସଭାପତିଙ୍କୁ ନିବେଦନ କରିଛନ୍ତି। ତେବେ ଦଳରୁ ବାସୱାଙ୍କ ଇସ୍ତଫାକୁ ପ୍ରଦେଶ ବିଜେପି ସଭାପତି ପାଟିଲ ସହଜରେ ଗ୍ରହଣ କରିପାରିନାହାନ୍ତି। ସେ ଜଣେ ସମ୍ବେଦନଶୀଳ ବ୍ୟକ୍ତି ଯିଏ ନିଜ ନିର୍ବାଚନ ମଣ୍ଡଳିର ଲୋକଙ୍କ ଲାଗି ଅବିରତ ସଂଘର୍ଷ ରତ ଥିବା କହିଛନ୍ତି। ସେ କିଛି ପ୍ରସଙ୍ଗରେ ପାର୍ଟି ସଙ୍ଗେ ସହମତ ନୁହନ୍ତି ଓ ପ୍ରସଙ୍ଗରେ ସେ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଏହା ବାଦେ ସେ ଇସ୍ତଫା ଦେବା ଘଟଣାକୁ ପାଟିଲ ସହଜରେ ଗ୍ରହଣ କରିପାରିନାହାନ୍ତି।


Share It

Comments are closed.