ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର


ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୁରୁତର ଅବସ୍ଥାରେ ଅଗଷ୍ଟ ୧୦ ତାରିଖରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ଜମାଟ ବାନ୍ଧିବା କାରଣରୁ ଜରୁରୀକାଳୀନ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି | ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ସେ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଆର୍ମି ଆରଆର ହସ୍ପିଟାଲ ଦ୍ୱାରା ଏହି ସୂଚନା ଦିଆଯାଇଛି।


ଏହାପୂର୍ବରୁ ସୋମବାର ମୁଖାର୍ଜୀ ନିଜେ ଟ୍ୱିଟ୍ କରି ସେ କରୋନା ପଜିଟିଭ ଥିବା କହିଛନ୍ତି । ସେ ଲେଖିଛନ୍ତି, ଅନ୍ୟ କାରଣ ପାଇଁ ଡାକ୍ତରଖାନା ଯାଇଥିଲେ, ଯେଉଁଠାରେ ଆଜି କୋଭିଡ -୧୯ ପଜିଟିଭ ଥିବା ଜଣାପଡ଼ିଛି ।


Share It

Comments are closed.