ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁନାହିଁ କୌଣସି ସୁଧାର


ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥାରେ ଶନିବାର ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ତାଙ୍କୁ ଏବେ ବି ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି | ପୂର୍ବତନ ରାଷ୍ଟ୍ରପତି ଅଗଷ୍ଟ ୧୦ ରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ଏବଂ ସୈନ୍ଂ ରିସର୍ଚ୍ଚ ଆଣ୍ଡ ରେଫରାଲ (ଆର ଆଣ୍ଡ ଆର) ହସ୍ପିଟାଲରେ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା।

ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଆର ଆଣ୍ଡ ଆର ହସ୍ପିଟାଲ ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀଙ୍କ ଚିକିତ୍ସା ଅବସ୍ଥା ସମ୍ପର୍କରେ ସୂଚନା ଦେଇଛି। ଆଜି ସକାଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଡାକ୍ତରଖାନା କହିଛି। ସେ ବର୍ତ୍ତମାନ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଏକ ବିଶେଷଜ୍ଞ ଦଳ ତାଙ୍କୁ ଅତି ନିକଟରୁ ନଜର ରଖିଛନ୍ତି।


Share It

Comments are closed.