ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସରିଫ, ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ


ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ସେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ସରିଫଙ୍କ ବ୍ୟକ୍ତିଗତ ଡାକ୍ତର ଏହି ସଂପର୍କରେ ସୂଚନା ଦେଇଥିବାବେଳେ ସୋମବାର ଦିନ ୬୯ ବର୍ଷିୟ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବା ଫଳରେ ତାଙ୍କୁ ପାକିସ୍ତାନ ସେନାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସରିଫଙ୍କ ଶରୀରରେ ପ୍ଲେଟଲେଟର ମାତ୍ରା ୨୦୦୦କୁ ଖସି ଆସିଥିବାବେଳେ, ଡାକ୍ତର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବା ପରାମର୍ଶ ଦେଇଥିଲେ । ସରିଫଙ୍କ ବ୍ୟକ୍ତିଗତ ଡାକ୍ତର ଅଦନାନ ଖାନ ଟ୍ୱିଟ କରି କହିଛନ୍ତି ଯେ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥା ବେଶ ସଙ୍କଟାପନ୍ନ ରହିଛି ଏବଂ ସେ ସେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ପ୍ଲେଟଲେଟର ମାତ୍ରାରେ ହ୍ରାସ ଏବଂ ହୃଦଘାଟ ଜନିତ ସମସ୍ୟା ଯୋଗୁଁ ତାଙ୍କ କଡନୀ ମଧ୍ୟ ଠିକ ସେ କାମ କରୁ ନାହିଁ । ବ୍ଲଡ ପ୍ରେସର ଏବଂ ବ୍ଲଡ ସୁଗାରରେ ହ୍ରାସ ଘଟୁଥିବା ତାଙ୍କ ଜୀବନ ଉପରେ ବିପଦ ରହିଛି ।
ଏହା ପୂର୍ବରୁ ଶନିବାର ଦିନ ସରିଫ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ତାଙ୍କୁ ଏଞ୍ଜିନା ଆଟାକ ମାରିଥିଲା । ଏହା ଏକ ଛାତି ଯନ୍ତ୍ରଣା ସଦୃଶ୍ୟ । ଏହା ଦ୍ୱାରା ହୃଦୟକୁ ପହଞ୍ଚିବାକୁ ଥିବା ରକ୍ତର ପ୍ରବାହ କମ ହୋଇଯାଇଥାଏ ।


Share It

Comments are closed.