ବିଜେଡିରୁ ନିଲମ୍ବିତ ହେଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ


ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।
ଦଳ ବିରୋଧୀ କାର୍ଯ୍ୟ ନେଇ ତାଙ୍କୁ ନିଲମ୍ବନ କରାଯାଇଥିବା ବିଜେଡି ପକ୍ଷରୁ ପ୍ରେସ୍ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ତତକ୍ଷଣାତ ଆକ୍ସନ ନେବା ପାଇଁ ଦଳ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଛି ।


Share It

Comments are closed.