ଏନସିପିରୁ ଇସ୍ତଫା ଦେଇ ପୁଣିଥରେ କଂଗ୍ରେସକୁ ଫେରିଲେ ଅନୱର


ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ପୂର୍ବତନ ନେତା ତାରିକ ଅନୱର କଂଗ୍ରେସରେ ସାମିଲ ହୋଇଯାଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଅନୱର ୫ଥର ବିହାରର କଟିହାରରୁ ସାଂସଦ ରହି ଆସିଛନ୍ତି ।
ମିଳିଥିବା ସୂଚନା ମୁତାବକ ସେ କଂଗ୍ରେସ ଟିକେଟରେ ଆଗାମୀ ଲୋକସଭା ନିର୍ବାଚନ ମଧ୍ୟ ଲଢିପାରନ୍ତି । ଏହା ମଧ୍ୟ ସୂଚନା ମିଳୁଛି ଯେ ସେ ଲାଲୁ ପ୍ରସାଦ ଯାଦବଙ୍କ ସହଯୋଗରେ ମହାମେଣ୍ଟର ଆଶାୟୀ ପ୍ରର୍ଥୀ ମଧ୍ୟ ରହିପାରନ୍ତି ।
ଏହି ପରିପ୍ରେକ୍ଷୀରେ ଅନୱର ଏନସିପିରୁ ଇସ୍ତଫା ଦେଇ କହିଛନ୍ତି ଯେ, “ଯେତେବଳେ ରାଫେଲ ମାମଲାରେ ହୋଇଥିବା ଭ୍ରଷ୍ଟାଚାର ସାମନାକୁ ଆସିଲା ସେତେବେଳେ ଶ୍ରୀମାନ ପାୱାର ପ୍ରଧାନମନ୍ତ୍ରୀଙ୍କୁ ବଞ୍ଚାଇବା  ଭଳି ବାୟନ ବାଜି କରିଥିଲେ । ଯେଉଁଥିପାଇଁ ମୁଁ ଦଳ ଛାଡିବା ପାଇଁ ନିର୍ଣ୍ଣୟ ନେଇଥିଲେ । ” ସେ ଏହା ମଧ୍ୟ କହିଛନ୍ତି ଯେ “ସେ ଲୋକସଭା ସଦସ୍ୟତାରୁ ମଧ୍ୟ ଇସ୍ତଫା ମଧ୍ୟ ଦେଇଦେଇଛନ୍ତି ।”
ସେ ଏନସିପିରୁ ଇସ୍ତାପା ଦେବା ପର ଠାରୁ କଂଗ୍ରେସ ତାଙ୍କୁ ନିଜ ଦଳରେ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଥିଲା । ତାଙ୍କର କଂଗ୍ରେସ ସହ ଅନେକ ବର୍ଷ ହେବ ପୂରୁଣା ସମ୍ପର୍କ ରହି ଆସିଛି । ପ୍ରକାଶ ଥାଉକି ସେ କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ୧୯୭୬ରେ ଯୁବ କଂଗ୍ରେସ ଅଧକ୍ଷ ହୋଇଥିଲେ ଏବଂ ୧୯୮୦ରେ ସେ ବିହାର କଟିହାରରୁ ସାଂସଦ ପଦ ପାଇଁ ଲଢି ବିଜୟ ମଧ୍ୟ ହୋଇଥିଲେ । ୧୯୯୯ରେ ସେ କଂଗ୍ରେସର ହାତ ଛାଡି ଦେଇଥିଲେ ।
ଅନୱର ଶରଦ ଯାଦବ ଏବଂ ପିଏ ସାଙ୍ଗମାଙ୍କ ସହ ମିଶି ଏନସିପିର ଗଠନ କରିଥିଲେ । ଏହି ସମସ୍ତେ ସୋନିଆ ଗାନ୍ଧୀଙ୍କ ବିଦେଶୀ ମୁଲର ଦାବୀକୁ ନେଇ କଂଗ୍ରେସ ଛାଡିଥିଲେ । ଶୁଣିବାକୁ ଏହା ବି ମିଳିଥିଲା ଯେ, ସୋନିଆ ଗାନ୍ଧୀ, ସିତାରାମ କେସରୀଙ୍କ ସହ କରିଥିବା ଦୁଃବ୍ୟବହାର ପାଇଁ ସେମାନେ ଦଳ ଛାଡିଥିଲେ । ଅନୱରଙ୍କ ଏନସିପି ଛାଡିବାର ଏହି ନିଷ୍ପତିରୁ ଆଜେଡି ମଧ୍ୟ ସ୍ୱାଗତ ଜଣାଇଛି ।


Share It

Comments are closed.