ସିନ୍ଧିଆଙ୍କୁ ମନ୍ତ୍ରୀପଦ ମିଳିବା ପରେ କିଛି ଏପରି କହି ତାତ୍ସଲ୍ୟ କଲେ କମଲନାଥ


କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାମିଲ କରାଯାଇଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏନେଇ ସିନ୍ଧିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ବିଜେପି ଓ ସିନ୍ଧିଆଙ୍କ ମଧ୍ୟରେ ମାମଲା, ସିନ୍ଧିଆ ଖୁସି ରୁହନ୍ତୁ ବୋଲି କହିଛନ୍ତି କମଲନାଥ । ଆହୁରି ମଧ୍ୟ ସିନ୍ଧିଆଙ୍କୁ ବିଜେପି ସମ୍ମାନ ଦେଇଛି । ଏବେ ଏହି ଗାଡି ଆଗକୁ କିପରି ଚାଲୁଛି ବୋଲି ତାତ୍ସଲ୍ୟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଗତ ଶୁକ୍ରବାର କମଲନାଥ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ଭେଟିବାକୁ ରାଜଭବନ ପହଁଚିଥିଲେ । ରାଜ୍ୟପାଳଙ୍କ ସହ ସାମ୍ପ୍ରତିକ ପରିସ୍ଥିତି ସହ ସେ କଥା ହୋଇଥିଲେ । ଏହାପରେ ସେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ରାଜ୍ୟରେ ଦଳିତ ଓ ଆଦିବାସୀଙ୍କ ସଂଖ୍ୟା ଅଧିକ । କିନ୍ତୁ ସେମାନେ ସୁରକ୍ଷିତ ନୁହଁନ୍ତି । ରାଜ୍ୟରେ ସମସ୍ତ ହତାଶ ଅଛନ୍ତି । କୃଷକମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି । ବେକାରୀ ସମସ୍ୟା ବଢିଥିବା ସେ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଥିଲେ ।

ଏହାପରେ ତାଙ୍କୁ ସିନ୍ଧିଆଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ ଯେ, ଏହା ବିଜେପି ଓ ସିନ୍ଧିଆଙ୍କ ମଧ୍ୟରେ ମାମଲା । ସିନ୍ଧିଆ ଖୁସି ରୁହନ୍ତୁ । ସିନ୍ଧିଆଙ୍କୁ ବିଜେପି ସମ୍ମାନ ଦେଇଛି । ଏବେ ଏହି ଗାଡି ଆଗକୁ କିପରି ଚାଲିବ ବୋଲି ତାତ୍ସଲ୍ୟ କରିଥିଲେ କମଲନାଥ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ବୁଧବାର କ୍ୟାବିନେଟ୍ ବିସ୍ତାର କରିଥିଲେ । ଅନେକ ନୂଆ ଚେହେରାକୁ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ । ଏହି ପରିପ୍ରେକ୍ଷୀରେ ଜ୍ୟୋତିରାଦିତ୍ୟଙ୍କୁ ବେସାମରିକ ବିମାନ ଚଳାଚଳ ବିଭାଗ ମିଳିଛି । ସିନ୍ଧିଆ ମଧ୍ୟପ୍ରଦେଶରେ କଂଗ୍ରେସକୁ ଭାଙ୍ଗିବା ସହ ବିଜେପିକୁ ସରକାର ଗଠନରେ ସାହାଯ୍ୟ କରିଥିଲେ । ସିନ୍ଧିଆଙ୍କ ପାଇଁ ବିଜେପି କମଲନଥଙ୍କୁ ଗାଦିରୁ ହଟାଇ ପୁଣି ଶାସନ ଭାର ନେଇଥିଲା ।


Share It

Comments are closed.