ଆରପାରିରେ ପୂର୍ବତ୍ତନ ଭାରତୀୟ କ୍ରିକେଟର ଏସ.ଆର ପାଟିଲ


ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ସଦାଶିବ ରାଉଜୀ ପାଟିଲ ମଙ୍ଗଳବାର ୮୬ ବର୍ଷ ବୟସରେ କୋହ୍ଲାପୁରସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱର୍ଗତ ପାଟିଲ ପତ୍ନୀ ଓ ଝିଅଙ୍କ ସହ କୋହ୍ଲାପୁରସ୍ଥିତ ବାସଭବନରେ ରହୁଥିଲେ। ୧୯୫୫ ମସିହାରେ ସଦାଶିବ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ। ଉକ୍ତ ମ୍ୟାଚରେ ସଦାଶିବ ଓପନିଂ କରିବା ସହିତ ବୋଲିଂ ମଧ୍ୟ କରିଥିଲେ। ଉକ୍ତ ଟେଷ୍ଟ ମ୍ୟାଚ ପରେ ଆଉ ଭାରତ ପାଇଁ ଖେଳିବାର ସୁଯୋଗ ପାଇନଥିଲେ। ସ୍ୱର୍ଗତ ପାଟିଲ ମହାରାଷ୍ଟ୍ର ପାଇଁ ୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ୩୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୮୬୬ ରନ ଓ ୮୩ଟି ୱିକେଟ ମଧ୍ୟ ନେଇଥିଲେ।


Share It

Comments are closed.