ଶିବରାଜ ସରକାରଙ୍କୁ କଟାକ୍ଷ କରି ଫିଲ୍ମି ଷ୍ଟାଇଲରେ ଡାଇଲଗ ମାରିଲେ କମଲନାଥ


ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ ନିମନ୍ତେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କ୍ୟାମ୍ପର ୨୨ ବିଧାୟକ ଇସ୍ତଫା ଦେଇଥିଲେ । ଦୁଇଟି ବିଧାନସଭା ଆସନ ପୂର୍ବରୁ ଖାଲି ଥିଲା । କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହୋଇଥିବା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କମଲନାଥ ବୁଧବାର ଦିନ କହିଛନ୍ତି ଯେ, “ବର୍ତ୍ତମାନର ସରକାର ଏକ ଇଣ୍ଟରଭାଲ ମାତ୍ର ଫିକଚର ଏବେ ଏବେବି ଆହୁରୀ ବାକି ରହିଛି । ”
କମଲନାଥ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ରାଜ୍ୟରେ ହେବାକୁ ଥିବା ଆଗାମୀ ଉପନିର୍ବାଚନରେ କଂଗ୍ରେସ ୨୪ଟି ଆସନରୁ ୨୨ଟି ଆସନରେ ବିଜୟ ଲାଭ କରିବ । ସେହିଭଳି ରାଜ୍ୟରେ କରୋନା ସ୍ଥିତିକୁ ନେଇ କମଲନାଥ କହିଛନ୍ତି ଯେ, “ଆମ ସରକାର ଥିବା ସମୟରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସେହି ସମୟରେ ବିଜେପି ନେତା ଏହାକୁ ହାଲୁକା ଭାବେ ନେଉଥିଲେ । ”
୨୨ କଂଗ୍ରେସ ବିଧାୟକ ଦଳ ଛାଡିବା ପ୍ରସଙ୍ଗରେ କମଲନାଥ କହିଛନ୍ତି ଯେ, “ଏହି ୨୨ଟି ଆସନର ମତଦାତା ଜାଣିଛନ୍ତି ଯେ, ତାଙ୍କ ସହ କେଉଁ ଭଳି ଭାବରେ ବିଶ୍ୱାସଘାତକତା କରାଯାଇଛି । କେଉଁଭଳି ଭାବରେ କଂଗ୍ରେସ ୨୨ ବିଧାୟକ ବିଜେପିରେ ସାମିଲ ହୋଇଗଲେ । ” କମଲନାଥ ଏହି ଉପନିର୍ବାଚନରେ ବିଜେପି ସରକାର ଗାଦିଚ୍ୟୁତ ନିଶ୍ଚିତ ହେବାର ଦାବୀ କରିଛନ୍ତି । ସେ କହିଛନ୍ତି , “ଜିତିବା ଛାଡନ୍ତି, ଚଳିତ ଉପନିର୍ବାଚନରେ ବିଜେପିକୁ ମୁହଁତୋଡ ଜବାବ ମିଳିବ । ”


Share It

Comments are closed.