ଭାରତର ଏକ ଅଗ୍ରଣୀ ସାହିତ୍ୟିକ ମହୋତ୍ସବ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ସିଇଓ ଭାବରେ ଶ୍ରୀଯୁକ୍ତ ଅଶୋକ ବଳ, ପୂର୍ବତନ ପ୍ରଶାସନିକ ଅଧିକାରୀ, କର୍ପୋରେଟ ନେତୃତ୍ୱକାରୀ ତଥା ଜଣେ ସୁଲେଖକଙ୍କ ଯୋଗଦାନ


ଭୁବନେଶ୍ୱର: ପ୍ରଶାସନିକ ଅଧିକାରୀ କର୍ପୋରେଟ ମୁଖ୍ୟ ତଥା ସୁଲେଖକ ଶ୍ରୀଯୁକ୍ତ ଅଶୋକ ବଳ, ଭାରତର ଏକ ଅଗ୍ରଣୀ ସାହିତ୍ୟିକ ମହୋତ୍ସବ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବରେ ଯୋଗଦାନ । କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ (କେଏଲଏଫ)ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ପରିଡ଼ାଙ୍କ ଦ୍ୱାରା ଏହା ଘୋଷଣା କରାଯାଇଛି ।
ନିଜର ଦୂରଦୃଷ୍ଟିତା ଉପରେ ପୁଣି ଥରେ ଜୋର ଦେଇ ସେ ମତବ୍ୟକ୍ତ କରିଛନ୍ତି ଯେ, “ବିବିଧ ପ୍ରକାରର ଶ୍ରୋତା ଗୋଷ୍ଠୀଙ୍କ ମଧ୍ୟରେ କେଏଲଏଫକୁ ଆହୁରି ଉପରକୁ ଉଠାଇବା ସହିତ ଏହାର ପଦଧ୍ୱନିକୁ ବିସ୍ତାରିତ କରିବା, ଏହାର ପ୍ରସଙ୍ଗକୁ ଆହୁରି ବ୍ୟାପକ କରିବା ସହିତ ଏହାକୁ ଅଧିକ ସମସାମୟିକ ଢ଼ଙ୍ଗରେ ପ୍ରସ୍ତୁତ କରିବା ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହାକୁ ବିବିଧ ଶ୍ରୋତା ଗୋଷ୍ଠୀଙ୍କ ନିକଟତର କରାଇବା ଆମର ଆବଶ୍ୟକତା ରହିଛି ।”
“ଆମେ ଅତ୍ୟନ୍ତ ଗଭୀରତାର ସହିତ ଜଣେ ସୁପ୍ରଶାସକ ତଥା ଲେଖକ ଶ୍ରୀଯୁକ୍ତ ଅଶୋକ ବଳଙ୍କୁ ଏହି ଉତ୍ସବକୁ ଆହୁରି ଆଗକୁ ଆଗେଇନେବା ପାଇଁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ସମ୍ମାନର ସହିତ ସ୍ୱାଗତ କରୁଅଛୁ । ତାଙ୍କରି ନେତୃତ୍ୱରେ ଏହି ଉତ୍ସବ ଉଚ୍ଚ ସଫଳତା ଲାଭ କରିବା ସହିତ ଅତି ସଶକ୍ତ ତଥା ସ୍ଥାୟୀ ଭାବରେ କଳା, ସଂସ୍କୃତି ତଥା ସାହିତ୍ୟକୁ ଅତି ଆବେଗର ସହିତ କାର୍ଯ୍ୟକ୍ଷମ କରିପାରିବ । କଳିଙ୍ଗର ପ୍ରାଚୀନ ଐତିହ ଭାରତର ସମୃଦ୍ଧ ଐତିହାସିକ ବର୍ଣ୍ଣନା ତଥା ସମସାୟିକ ସମାଜ ଉପରେ ରହିଥିବା ତାଙ୍କର ଜ୍ଞାନ ଏହି କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲକୁ ଏକ ଅଲଗା ଗଭୀରତାର ଦିଗ ଆଡ଼କୁ ନେଇପାରିବ”, ମତ ପ୍ରଦାନ କରିଛନ୍ତି କେଏଲଏଫର ପ୍ରତିଷ୍ଠାତା ରଶ୍ମିରଞ୍ଜନ ପରିଡ଼ା ।
ଶ୍ରୀଯୁକ୍ତ ଅଶୋକ କୁମାର ବଳ ଦିଲ୍ଲୀ ସ୍କୁଲ ଅଫ ଇକୋନମୀ (ଡ଼ିଏସଇ)ର ଜଣେ ଆଲୁମିନି ତଥା ଜଣେ ଏମବିଏ ଭାବରେ ସର୍ବାଧିକ ଧାରା, ଉଦ୍ଦେଶ୍ୟ ସାଧନକାରୀ ତଥା ସମାୟୋଜନ କଳାର ସ୍ୱାଦକୁ ଅତି ନିଖୁଣ ଭାବରେ ଆବଦ୍ଧ କରିପାରିଛନ୍ତି । ୧୯୮୩ ବ୍ୟାଚର ଜଣେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ପ୍ରଶାସନିକ ଅଧିକାରୀ ଭାବରେ ଦୀର୍ଘ ୨୭ ବର୍ଷ ସେ ଭାରତ ସରକାରଙ୍କ ବିଭିନ୍ନ ପଦ ପଦବୀରେ ରହି ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଯାହାକି ଭାରତର ଏକ ପ୍ରମୁଖ ବୃହତ୍ ମର୍ଯ୍ୟାଦା ସମ୍ପର୍ଣ୍ଣ ପୋର୍ଟ ଏହାର ଡ଼େପୁଟି ଅଧ୍ୟକ୍ଷ (ପରେ ଅଧ୍ୟକ୍ଷ) ପଦରେ ଅଧିଷ୍ଠାନ ପୂର୍ବକ ଏହାର ସୁପରିଚାଳନା ତଥା କାର୍ଯ୍ୟକାରୀ ପ୍ରମୁଖ ଦିଗ ଉପରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହିତ ମୁମ୍ବାଇ ପୋର୍ଟର ରୂପାନ୍ତରୀକରଣ ଦିଗରେ ଏହାର ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ତଥା ସମନ୍ୱୟ ଗୁରୁଦାୟିତ୍ୱ ସୂଚାରୂରୂପେ କରିପାରିଛନ୍ତି ।
ସେ ଅନେକ ଗୁଡ଼ିଏ ଉଚ୍ଚ  କ୍ଷମତା ସମ୍ପର୍ଣ୍ଣ ଜାତୀୟ ସ୍ତରୀୟ କମିଟିରେ ନିଯୁକ୍ତି ପାଇଛନ୍ତି । ଏଥିସହିତ ସିପିଙ୍ଗ ମନ୍ତ୍ରଣାଳୟ ଅଧିକୃତ ପ୍ରମୁଖ ବନ୍ଦରର  କର ସମ୍ପର୍କିତ ଜାତୀୟ କମିଟିର ସେ ମୁଖ୍ୟ ଭାବରେ ଅବସ୍ଥାପିତ । ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅଧିନସ୍ଥ ବନ୍ଦର ଶ୍ରମିକ (ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ) ଆଇନ ତଥା ଏହାର କାର୍ଯ୍ୟ ଧାରା ଗଠନ ତଥା ପରିବର୍ତ୍ତନ କମିଟିର ମୁଖ୍ୟ ଭାବରେ, ସେ ମଧ୍ୟ ରହିଥିଲେ । ଏଥିସହିତ ଶ୍ରୀଯୁକ୍ତ ବଳ ବନ୍ଦର ତଥା ଜାହାଜ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପିପିପି ପ୍ରକଳ୍ପ ନିମନ୍ତେ ସିପିଙ୍ଗ ମନ୍ତ୍ରଣାଳୟ ପରିଚାଳିତ ମଡ଼େଲ କନସେସନ ଚୁକ୍ତିନାମା କାର୍ଯ୍ୟକାରୀ ଗୋଷ୍ଠୀର ଜଣେ ସଦସ୍ୟ ଯାହାକି ମୁମ୍ବାଇ ପୋର୍ଟର ବିଭିନ୍ନ ପ୍ରକାର ପ୍ରସଙ୍ଗକୁ ଖୋଜି ବାହାର ସମାଧାନ କରିବା ସହିତ ସମଗ୍ର ମୁମ୍ବାଇ ସହରର ବିକାଶରେ ନିୟୋଜିତ ହୋଇଥାଏ । ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଉଚ୍ଚ ସ୍ତରୀୟ ମୁମ୍ବାଇ ଟ୍ରାନ୍ସ – ଫରମେସନ ଗୋଷ୍ଠୀର ସେ ଜଣେ ସକ୍ରିୟ ସଦସ୍ୟ ରହିବା ସହିତ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଆଣ୍ଡ କୋଷ୍ଟାଲ ସିପିଙ୍ଗ ମୋଡ଼ର ମଧ୍ୟ ଜଣେ ସଦସ୍ୟ ଯାହାକି ସମଗ୍ର ମୁମ୍ବାଇ ସହରକୁ ଗତିରୋଧ ଅବସ୍ଥାରୁ ମୁକ୍ତ କରିବା ଦିଗରେ ଅନେକ ଗୁଡ଼ିଏ ଅନୁସନ୍ଧାନ ତଥା ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଛି । ଶ୍ରୀଯୁକ୍ତ ଅଶୋକ ବଳ ୨୦୧୦ ମସିହାରେ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ସେ ମଧ୍ୟ ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଥିଲେ ।
ଇତିହାସ ଓ ଐତିହ୍ୟ ତଥା ଲୋକମାନଙ୍କ ଦୃଷ୍ଟି ଆଢୁଆଳରୁ ଲୁଚୁ ଯାଉଥିବା ଅନେକ କାହାଣୀ ତଥା ସ୍ଥାନକୁ ଉଜ୍ଜୀବିତ କରିବା ଶ୍ରୀଯୁକ୍ତ ଅଶୋକ ବଳଙ୍କର ନିଶା କହିଲେ ଭୁଲ ହେବନାହିଁ । ଏକ ଅସାଧାରଣ ଉତ୍ସ – ଯେପରିକି ତାଙ୍କ ଜନ୍ମ କୁଣ୍ଡଳୀ ଅନୁଧ୍ୟାନ କରି ଜ୍ୟୋତିଷଙ୍କ ବାଣୀ ପ୍ରକୃତରେ ପ୍ରତିଫଳିତ ହୋଇଥିଲା ସମଗ୍ର ଗଜପତି ଜିଲ୍ଲାର ଇତିହାସକୁ ତନ୍ନ ତନ୍ନ କରି ପରିପ୍ରକାଶ କରିବାକୁ ତାଙ୍କର ସେହି ଜିଜ୍ଞାସାରୁ । ଜନ୍ମ ତଥା କୁଣ୍ଡଳୀ ବ୍ୟତୀତ, ଅଙ୍କ ତଥା ଓଡ଼ିଶାର ରାଜା ଗଜପତି ଶ୍ରୀ ଶ୍ରୀ ବୀରକିଶୋର ଦେବଙ୍କ ଜନ୍ମ ସମୟର ପ୍ରକୃତ ଗଣନାକୁ ନେଇ ତାଙ୍କ ଦ୍ୱାରା ରଚିତ ହୋଇଥିଲା ଏକ ମହାନ୍ ପୁସ୍ତକ “ଗଜପତି: ଏ କିଙ୍ଗ ୱିଦାଉଟ ଏ କିଙ୍ଗଡ଼ମ୍‌” ।
ଭାରତରେ ଉଜ୍ଜ୍ୱଳୀତ ଧାରା, ଭରପୁର ହୋଇ ରହିଥିବା ସାହିତ୍ୟିକ ପାରମ୍ପରିକ ଐତିହ୍ୟ ତଥା ଭାବଧାରାର ଉଦ୍ରେକକୁ ନେଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କର ଜୀବନ ଧାରାରେ ପ୍ରତିଫଳିତ ଏହାକୁ ଉଜ୍ଜିବୀତ କରିବା ହିଁ ଏହି କଳିଙ୍ଗ ସାହିତ୍ୟିକ ମହୋତ୍ସବ ପାଳନର ମହାନ୍ ଉଦ୍ଦେଶ୍ୟ । ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ, ମୁକ୍ତ ଭାବରେ ଆଦାନ ପ୍ରଦାନର ଏକ ଅଭୟାରଣ୍ୟ ହୋଇଥିବା ବେଳେ ଭୁବନେଶ୍ୱରର କଳା, ସାହିତ୍ୟ ତଥା ସଂସ୍କୃତି ପ୍ରତି ହଜାର ହଜାର ଲୋକଙ୍କ ସ୍ନେହ, ପ୍ରେମକୁ ଏହା ସହୃଦୟର ସହିତ ସ୍ୱାଗତ କରୁଛି । ୨୦୨୨ ମସିହାରୁ କେଏଲଏଫ ବାର୍ଷିକୀ କାଠମାଣ୍ଡୁ ସଂସ୍କରଣର ମଧ୍ୟ ଆତିଥ୍ୟତା ପ୍ରଦାନ କରୁଅଛି । ୨୦୨୫ ମସିହାରୁ ବାଲି ତଥା କଲମ୍ବୋ ସଂସ୍କରଣର ଏହା ଲକ୍ଷ୍ୟ ରଖିôଛି । ୨୦୧୭ରୁ କେଏଲଏଫ ବାର୍ଷିକ କନ୍ଧମାଳ ମହୋତ୍ସବ ପାଳନ କରୁଅଛି । ମିଷ୍ଟିକ କଳିଙ୍ଗ ମହୋତ୍ସବର ମଧ୍ୟ ଆୟୋଜନ ୨୦୧୭ରୁ କରାଯାଉଛି । ଭାରତର ସାଂସ୍କୃତିକ କ୍ୟାଲେଣ୍ଡରରେ ଏହି ମିଷ୍ଟିକ ୍ କଳିଙ୍ଗ ମହୋତ୍ସବ ଏକ ବାର୍ଷିକୀ ଫ୍ଲାଗସିପ କାର୍ଯ୍ୟକ୍ରମ ଭାବରେ ସାହିତ୍ୟର ଉନ୍ମାଦନତା ତଥା ପ୍ରେମଭାବର ପୁନଃଉଦ୍ରେକତା ଉପରେ ଗୁରୁତ୍ୱ ଦେବା ସହିତ ବିଶେଷକରି ଯୁବବର୍ଗଙ୍କୁ ଏଥିପ୍ରତି ଅଧିକ ଆକୃଷ୍ଟ କରିବାର ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି । ଏଥିସହିତ ସମ୍ମାନଜନକ କେଏଲଏଫ ପୁସ୍ତକ ପୁରସ୍କାର, କଳିଙ୍ଗ ଲିଟେରାରୀ ପୁରସ୍କାର, କେଏଲଏଫ ପୁସ୍ତକ ପୁାସ୍କାର ଉତ୍ସବର ମଧ୍ୟ ଭବ୍ୟ ଆୟୋଜନ କରୁଛି ଯାହା ୨୦୨୧ ମସିହାରୁ ଆରମ୍ଭ ହୋଇଛି, ଯାହାକି ଉଭୟ ପ୍ରତିଷ୍ଠିତ ତଥା ନବାଗତ ଲେଖକମାନଙ୍କୁ ଚିହ୍ନଟ, ସେମାନଙ୍କୁ ସ୍ୱୀକୃତି ପ୍ରଦାନ, ସେମାନଙ୍କୁ ଅନୁମୋଦନ କରିବା, ସେମାନଙ୍କୁ ପ୍ରୋତ୍ସାହିତ କରିବା ତଥା ଏହି ନୂତନ ପିଢ଼ୀମାନଙ୍କ ମଧ୍ୟରେ ରହିଥିବା ଭରପୂର ଜ୍ଞାନ, ଦକ୍ଷତା ତଥା ନୂଆ ନୂଆ ଆବିଷ୍କାରକୁ ଖୋଜି ବାହାର କରିବାର ପ୍ରୟାସରେ ଲାଗି ରହିଛି । ଏହାର ପାଠ୍ୟକ୍ରମ ଖସଡ଼ାକୁ ଆହୁରି ଅଧିକ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ କେଏଲଏଫ ଏହାର ଏକ ବିଶେଷ ସୃଜନଶୀଳ ଆଉଟଲେଟ କେଏଲଏଫ କର୍ଣ୍ଣର ପ୍ରତିଷ୍ଠା କରିଛି । ଏଥିସହିତ କେଏଲଏଫ ଭାବ ସମ୍ବାଦ ସୃଷ୍ଟି ହୋଇଛି ଯାହାକି ବିଭିନ୍ନ ଭାବର ଆଦାନ ପ୍ରଦାନ ସହିତ ପ୍ରତ୍ୟେକ ସପ୍ତାହରେ ନୂଆ ନୂଆ ଲେଖକଙ୍କର ସୃଜନୀସୃଷ୍ଟ ପୁସ୍ତକ ଉନ୍ମୋଚନ ସହିତ କେଏଲଏଫ କ୍ୟାମ୍ପସ କର୍ମଶାଳାର ଆୟୋଜନରେ ମଧ୍ୟ ନିଜକୁ ସମର୍ପିତ କରିଛି ଯେଉଁଠାରେ ଆମେ ଏକ ଶୈକ୍ଷିକ ପ୍ରତିଷ୍ଠାନ ତଥା କଳା ଶୈକ୍ଷକିକତାର ଦ୍ୱାର ଦେଶରେ ଏହାକୁ କରାଘାତ କରି ଆତ୍ମସନ୍ତୋଷ ଲାଭ କରିପାରିବା ।
ଭାରତରେ ଅତୀତ ହୋଇଯାଇଥିବା କିମ୍ବଦନ୍ତୀ କାହାଣୀ ଗୁଡ଼ିକୁ ଅଧିକ ରସଶିକ୍ତରେ ଭରପୂର କରି ଏହାର ଆଦାନ ପ୍ରଦାନର ପ୍ରତ୍ୟେକ ସୂତା ଖିଅକୁ ଭଲ ଭାବରେ ବୁଣିବା, ଏହା କେବଳ ଆମର ସାଂସ୍କୃତିକ ବିବିଧତାର ପାଳନ ନୁହେଁ ବରଂ ଏହା ଆମ କିମ୍ବତନ୍ତୀ ଆମ ଗଳ୍ପର କାୟାକୁ କରିପାରିଛି ଅଧିକ ସଶକ୍ତ । ଗଣତନ୍ତ୍ରରୁ ନେଇ ଡ଼ିଜିଟାଲ ବିପ୍ଳବ, ସାଂସ୍କୃତିକ ଜାତୀୟତାରୁ ନେଇ ଜଳବାୟୁର ଉଚିତ୍ ନ୍ୟାୟ ପ୍ରଦାନ ଇତ୍ୟାଦିର ସମସ୍ତ ଅଧିବେସନକୁ ଏଥିରେ ସମାହିତ କରି ଏହି ମହୋତ୍ସବ ବହୁରଙ୍ଗ ପରିବର୍ତ୍ତନଶୀଳ ପ୍ରଦର୍ଶନର ଚିନ୍ତାଧାରା – ପରିକଳ୍ପିତ – ବାର୍ତ୍ତାର ବଚନବଦ୍ଧତାକୁ ଅତି ସକରାତ୍ମକ ଭାବରେ ଉପସ୍ଥାପିତ କରିବାର ଗୌରବ ଅର୍ଜନ କରିବା ସହିତ ଭୂୟଶୀ ପ୍ରଶଂସାର ପାତ୍ର ହୋଇପାରିଛି ।
ଏହି ମହୋତ୍ସବ, କଳିଙ୍ଗ କଳା ମହୋତ୍ସବର ଦୃଶ୍ୟ ବାସ୍ତବତାକୁ ପରିବର୍ଦ୍ଧିତ କରିବା ସହିତ ଯେଉଁ କଳାକାରମାନେ ମହୋତ୍ସବର ଲୋକନୀତିକୁ ପ୍ରଦର୍ଶିତ କରିବା ପାଇଁ ଆମନ୍ତ୍ରିତ ହୋଇଛନ୍ତି ସେମାନଙ୍କର କାର୍ଯ୍ୟକାରୀତାର ପ୍ରଦର୍ଶନୀକୁ ମୁଖ୍ୟ ପ୍ରସଙ୍ଗ ସହିତ ଯୋଡ଼ି ଅତି ଚମତ୍କାର ଭାବରେ ପରିବେଶ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିଛି ।


Share It

Comments are closed.