ବିଶ୍ୱରକପର ଅଂଶ ଥିବା ବାଙ୍ଗଲାଦେଶର ଏହି ଖେଳାଳୀ କଲେ ଆତ୍ମହତ୍ୟା


ବାଙ୍ଗଲାଦେଶର ପୂର୍ବତ୍ତନ ଅଣ୍ଡର ୧୯ କ୍ରିକେଟର ମହମ୍ମଦ ସୋଏବ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି । ସେ ୧୪ ନଭେମ୍ବର ଶନିବାର ଦିନ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ୨୧ ବର୍ଷିୟ ସୋଏବ ଅଣ୍ଡର-୧୯ ବିଶ୍ୱକପର ଅଂଶ ମଧ୍ୟ ରହି ସାରିଛନ୍ତି । ଏହି ଦଳର ଅଧିନାୟକତ୍ୱ କରୁଥିଲେ ସେଫ ହସନ । ସେ ମଧ୍ୟ ଷ୍ଟାଣ୍ଡବାୟ ଖେଳାଳୀ ଭାବରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ । କିନ୍ତୁ ତାଙ୍କୁ ଫିଲ୍ଡିଙ୍ଗ ଏକାଦଶରେ ସାମିଲ କରାଯାଇନଥିଲା । ଏହି ଯୁବ ଖେଳାଳୀ ଜଣକ ବାଙ୍ଗଲାଦେଶ ଅଣ୍ଡର-୧୯ ଏସିୟା କପ ଦଳର ଅଂଶ ମଧ୍ୟ ରହିସାରିଛନ୍ତି ।
୨୦୧୮ରେ ସୋଏବ ସିନେପୁକୁର ପକ୍ଷରୁ ଲିଷ୍ଟ ଏ କ୍ରିକେଟରେ ଡେଭ୍ୟୁ କରିଥିଲେ । ୨୦୧୮ ମାର୍ଚ୍ଚ ପର ଠାରୁ ସୋଏବ ଗୋଟିଏ ବି ପ୍ରତିଯୋଗୀତା ମୂଳକ ମ୍ୟାଚ ଖେଳି ନାହାନ୍ତି । ସୋଏବ ଆଗାମୀ ବାଙ୍ଗାବନ୍ଧୁ ଟି-୨୦ କପର ଡ୍ରାଫ୍ଟର ଅଂଶ ମଧ୍ୟ ନଥିଲେ । ଏହି ଅବସରରେ ବାଙ୍ଗଲାଦେଶ କ୍ରିକେଟ ବୋର୍ଡ ଗେମ ଡେଭଲପମେଣ୍ଟମ୍ୟାନେଜର ଅବୁ ଇନାମ ମହମ୍ମଦ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ବୋଧେ ହୁଏ ଟୁର୍ଣ୍ଣାମେଣ୍ଟର ଅଂଶ ହୋଇ ପାରିନଥିବା ହେତୁ ସେ ଏହି ଭଳି ଦୁଷ୍ଟାନ୍ତମୂଳକ ପଦକ୍ଷେପ ନେଇଥାଇ ପାରନ୍ତି । ଅବୁ ଆହୁରୀ ମଧ୍ୟ କହିଛନ୍ତି ତାଙ୍କର ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ଲାଗୁଛି ।


Share It

Comments are closed.