ଗ୍ରାହକଙ୍କ ସୁବିଧା ପାଇଁ ଫୋର୍ଡ ଇଣ୍ଡିଆର ନୂଆ ଡୋର୍‌ଷ୍ଟେପ୍ ସେବା


ଭୁବନେଶ୍ୱର: ଗ୍ରାହକ ସୁବିଧା ଓ ସୁରକ୍ଷାର ସ୍ତରକୁ ବଢ଼ାଇ ଫୋର୍ଡ ଇଣ୍ଡିଆ ପକ୍ଷରୁ ଡୋର୍‌ଷ୍ଟେପ୍ ସେବା ଆରମ୍ଭ କରାଯାଇଛି । ଏହି ସେବା ଅଧିନରେ ଫୋର୍ଡ ଗାଡ଼ିର ମାଲିକମାନେ ସେମାନଙ୍କ ଚାହୁଥିବା ଯେକୌଣସି ସ୍ଥାନ ଯେପରିକି ଘର କିମ୍ବା ଅଫିସରେ ନିଜ ଫୋର୍ଡ ଗାଡ଼ିର ସର୍ଭିସ୍ ବିନା ଅତିରିକ୍ତ ଚାର୍ଜରେ କରାଇବାକୁ ସକ୍ଷମ ହେବେ । ଡାଏଲ୍‌-ଏ-ଫୋର୍ଡ ନାମକ ଗ୍ରାହକ କୈନ୍ଦ୍ରୀକ ଅଭିଯାନରେ ଫୋର୍ଡ ପକ୍ଷରୁ ପ୍ରଦାନ କରାଯାଉଥିବା ବ୍ୟାପକ ସେବାରେ ଯୋଡ଼ି ହୋଇଛି ଏହି ସ୍ୱତନ୍ତ୍ର ସେବା । ଏହି ଅଭିଯାନରେ କଂପାନି ପକ୍ଷରୁ ହେଲ୍‌ପଲାଇନ୍ ମାଧ୍ୟମରେ ସମସ୍ତ ପ୍ରକାର ବିକ୍ରି ଓ ସେବା ସମ୍ପର୍କିତ ପ୍ରଶ୍ନର ସମାଧାନ କରାଯାଉଛି ।
ପ୍ରଥମ ପର୍ଯ୍ୟାୟରେ କଂପାନି ପକ୍ଷରୁ କୋଲକାତା, ଭୁବନେଶ୍ୱର, ଦିଲ୍ଲୀ, ଗୁରୁଗାଓଁ, ନୋଏଡା, ଗାଜିଆବାଦ, ଫରିଦାବାଦ, ଜୟପୁର, ଲକ୍ଷ୍ନୌ, ବାଙ୍ଗାଲୋର, ଚେନ୍ନାଇ, କୋଚିନ ଓ ତ୍ରିଭାଣ୍ଡ୍ରମ୍‌, ହାଇଦ୍ରାବାଦ, ମୁମ୍ବାଇ, ଥାନେ, ପୁନେ, ଔରଙ୍ଗାବାଦ, ଅହମ୍ମଦାବାଦ ଆଦି ସହରଗୁଡ଼ିକରେ ଡୋରଷ୍ଟେପ୍ ସେବା ଆରମ୍ଭ କରାଯାଇଛି । ଏହି ସହରଗୁଡ଼ିକରେ ବସବାସ କରୁଥିବା ଫୋର୍ଡ ଗ୍ରାହକମାନେ ଫୋର୍ଡର ଡାଏଲ-ଏ-ଫୋର୍ଡ ଦେୟମୁକ୍ତ ନମ୍ବର ଜରିଆରେ ନିକଟସ୍ଥ ଫୋର୍ଡ ଡିଲରସିପ୍‌କୁ ଫୋନ୍ କରି ଡୋର୍‌ଷ୍ଟେପ୍ ସେବା ବୁକିଙ୍ଗ୍ କରିବା ଲାଗି ଆପଏଂଟ୍‌ମେଂଟ୍ ଧାର୍ଯ୍ୟ କରିପାରିବେ ।
ଫୋର୍ଡ ବିଶେଷଜ୍ଞଙ୍କ ଦ୍ୱାରା ସମ୍ପାଦିତ ହେଉଥିବା ଡୋରଷ୍ଟେପ୍ ସେବାରେ ସାମିଲ ରହିଛି ଅତ୍ୟାବଶ୍ୟକ ଗାଡ଼ି ଚେକ୍ ଅପ୍‌, ଫିଲ୍‌ଟର ଭଳି ପାର୍ଟସ୍ ପରିବର୍ତନ, ତୈଳ ବଦଳାଇବା ଏବଂ ଡ୍ରାଏ ୱାସିଂ ସମେତ ଅନ୍ୟାନ୍ୟ କାର୍ଯ୍ୟକଳାପ ଯାହା ଏହି ନିର୍ଧାରିତ ସେବା ମଧ୍ୟରେ ଆସୁଛି । ସେବା ହାସଲ ପରେ ଗ୍ରାହକମାନେ ନିଜ ସୁବିଧା ଅନୁସାରେ ଅନଲାଇନ୍ ପେମେଂଟ୍ କରିପାରିବେ । ସେଭଳି ଆବଶ୍ୟକ ମାମଲାରେ ବୈଷୟିକ ଟିମ୍ ଗାଡ଼ିଟିକୁ ନିକଟସ୍ଥ ସର୍ଭିସ୍ ସେଂଟର୍‌କୁ ନେବେ ।
“ଏକ ପରିବାର ଭଳି ଫୋର୍ଡ ସବୁ ବେଳେ ଆପଣଙ୍କ ସହିତ ରହିଛି ଏବଂ ଡୋରଷ୍ଟେପ୍ ସେବା ହେଉଛି ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଆମର ରହିଥିବା ଦ୍ରୁତଗତିର ପ୍ରତିବଦ୍ଧତାର ଏକ ପ୍ରତିଫଳନ ବୋଲି ବିନୟ ରାଇନା, ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର-ମାର୍କେଟିଂ, ବିକ୍ରି ଓ ସେବା, ଫୋର୍ଡ ଇଣ୍ଡିଆ କହିଛନ୍ତି ।


Share It

Comments are closed.