ଫୋବର୍ସ ଧନୀ ତାଲିକା, ମୁକେଶ ଅମ୍ବାନୀ ଦେଶର ସବୁଠାରୁ ଧନୀ ବ୍ୟକ୍ତି


ସମ୍ମାନଜନକ ଫୋର୍ବସ୍ ପତ୍ରିକା ୨୦୨୦ ମସିହା ପାଇଁ ଭାରତର ଧନୀ ବ୍ୟକ୍ତିମାନଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ତ୍ରୟୋଦଶ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ଧନୀ ଭାବରେ ଚିହ୍ନିତ ହୋଇଛନ୍ତି। ଫୋର୍ବସ୍ କହିଛି ଯେ ସେପ୍ଟେମ୍ବର ୧୮ ର ଷ୍ଟକ୍ ମୂଲ୍ୟ ଏବଂ ବିନିମୟ ମୂଲ୍ୟ ଉପରେ ଆଧାର କରି ନିଟ୍ ଧନ ଗଣନା କରାଯାଇଛି । ମୁକେଶଙ୍କ ସମ୍ପତ୍ତି ୮୮.୭ ବିଲିଅନ ଡ଼ଲାର

ଫୋର୍ବସ୍ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ସର୍ବଶେଷ ନିଟ୍ ସମ୍ପତ୍ତି୮୮.୭ ବିଲିୟନ ଡ଼ଲାର୍ ବୋଲି ଆକଳନ କରାଯାଇଛି। ରିଲାଏନ୍ସ ଗ୍ରୁପ୍ କମ୍ପାନୀ ଜିଓ ପ୍ଲାଟଫର୍ମ ଏବଂ ରିଲାଏନ୍ସ ରିଟେଲରେ ବିଶ୍ୱ ପୁଞ୍ଜି ବିନିଯୋଗ ହେତୁ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ଫେସବୁକ୍, ଗୁଗଲ୍, କେକେଆର୍, ସିଲଭର ଲେକ୍ ଏବଂ ମୁବାଡଲା ଭଳି ଗ୍ଲୋବାଲ୍ କମ୍ପାନୀଗୁଡିକ ଚଳିତ ବର୍ଷ ଜିଓ ପ୍ଲାଟଫର୍ମ ଏବଂ ରିଲାଏନ୍ସ ରିଟେଲରେ ବିନିଯୋଗ କରିଛନ୍ତି। ଶ୍ରେଷ୍ଠ ୧୦୦ ଧନୀଙ୍କ ମଧ୍ୟରେ କେବଳ ୩ ମହିଳା

ଫୋର୍ବସ୍ ଇଣ୍ଡିଆ ରିଚ୍ ତାଲିକା ୨୦୨୦ ର ଶ୍ରେଷ୍ଠ ୧୦୦ ଧନୀମାନଙ୍କ ମଧ୍ୟରେ କେବଳ ତିନିଜଣ ମହିଳା ଅଛନ୍ତି । ଓପି ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ ୬.୫ ବିଲିୟନ ଡଲାରର ସମ୍ପତ୍ତି ସହିତ ୧୯ ତମ ସ୍ଥାନରେ ଅଛନ୍ତି। ତାଙ୍କ ପଛରେ ବାୟୋକନର କିରଣ ମଜୁମଦାର ଖାଁ ଅଛନ୍ତି। କିରଣଙ୍କର ୪.୬ ବିଲିୟନ ଡ଼ଲାରର ସମ୍ପତ୍ତି ଅଛି ଓ ସେ ୨୭ ତମ ସ୍ଥାନରେ ରହିଛନ୍ତି । ଫାର୍ମା କମ୍ପାନୀ ୟୁଏସଭି ( USV )ର ଲୀନା ତିୱାରୀ ୩ ବିଲିୟନ ଡଲାରର ସମ୍ପତ୍ତି ସହିତ ୪୭ ତମ ସ୍ଥାନରେ ଅଛନ୍ତି ।


Share It

Comments are closed.