୪୭ ବର୍ଷ ପରେ ପ୍ରଥମଥର ପାଇଁ ‘ଡ୍ର’ ହେଲା ଆସେସ ସିରିଜ


ଆଶା ଅନୁସାରେ ଚଳିତ ଆସେସ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚକୁ ଘରୋଇ ଇଂଲଣ୍ଡ ଜିତି ନେଇଛି । ଗତ କାଲି ତଥା ରବିବାର ଚତୁର୍ଥ ଦିନରେ ଶେଷ ହୋଇଥିବା ଏହି ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୧୩୫ ରନରେ ଜିତି ନେଇଛି । ୨ ଦିନର ଇଂନିସରେ ମାଥ୍ୟୁଙ୍କ ଶତକ ସତ୍ତେ୍ୱ ୩୯୯ ରନ୍ ବିଜୟଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୨୬୩ ରନକରି ଅଲଆଉଟ ହୋଇଯାଇôତଲା । ଇଂଲଣ୍ଡର ଏହି ବିଜୟ ଫଳରେ ୫ ମ୍ୟାଚର ସିରିଜ ୨-୨ରେ ଡ୍ର ରହିଥିବାବେଳେ ଅନ୍ୟପଟେ ଗତଥର ଏହି ସିରିଜ ଜିତିଥିବା ଅଷ୍ଟ୍ରେଲିଆ ଆସେସ ଟ୍ରଫି ବଜାୟ ରଖିଛି ।ପ୍ରଥମ ଇନିଂସରେ ୬୯ ରନରେ ଆଗୁଆ ରହିଥିବା ଇଂଲଣ୍ଡ ଦ୍ୱିତୀୟ ଇଂନିସରେ ୩୨୯ ରନ କରି ଅଲଆଉଟ ହୋଇଯାଇଥିଲା । ତୃତୀୟ ଦିନରେ ଇଂଲଣ୍ଡ ୩୧୩ ରନକରି ଆଠଟି ୱିକେଟ ହରାଇଥିବାବେଳେ ୪ର୍ଥ ଦିନ ଆରମ୍ଭରେ ଇଂଲଣ୍ଡ ଆଉ ୧୬ ରନ କରି ଶେଷ ୨ଟି ୱିକେଟ ହରାଇଥିଲା ।
ନାଥାନ ଲାୟନ ୪ଟି ଏବଂ ପିଟର ସ୍ୱିଡଲ, ପ୍ୟାଟ କମିନଓ ଓ ମିଚେଲ ମାର୍ଶ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୩୯୯ ରନ ଲକ୍ଷ୍ୟରେ ଦୟନୀୟ ଭାବେ ଅଷ୍ଟ୍ରେଲିଆ ୨ୟ ଇନିଂସ ଆରମ୍ଭ କରିଥିଲେ । ଷ୍ଟୁଆର୍ଟ ବ୍ରଡ କ୍ରମାଗତ ୨ ଓଭରରେ ଅଷ୍ଟ୍ରେଲିଆର ୨ ଓପନର ଡେଭିଡ ୱାର୍ଣ୍ଣର (୧୧) ଓ ମାର୍କସ ହାରିସ (୯) ଆଉଟ ହୋଇଯାଇଥିଲେ । ଏହାପରେ ମାନସ ଲାବୁଶ୍ଚାନ୍ୟେ ୧୪ ରନ କରି ଆଉଟ ହୋଇଯାଇଥିଲେ ।
ପ୍ରକାଶ ଥାଉକି ୪୭ ବର୍ଷ ପରେ ଏହା ହେଉଛି ପ୍ରଥମଥର ଯେବେ ଆସେସି ସିରିଜ ଡ୍ର ହେବାର ଦେଖିବାକୁ ମିଳୁଛି । ୧୯୭୨ରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଆସେସି ସିରିଜ ଡ୍ର ହେବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୭୧ ଥର ଆସେସ ସିରିଜ ଖେଳାଯାଇଥିବାବେଳେ ସେଥିମଧ୍ୟରୁ ଇଂଲଣ୍ଡ ୩୨ ଏବଂ ଅଷ୍ଟ୍ରେଲିଆ ୩୩ ଥର ଆସେସ ସିରିଜ ବିଜୟ ହୋଇଛି ।


Share It

Comments are closed.