ଶରୀରରେ ହରମୋନ ଅସନ୍ତୁଳନ ପଛରେ ରହିଥାଏ ଏହିସବୁ କାରଣ, କେତେ ସଜାଗ ଆପଣ?


ଆମ ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟ ଯେ କେତେ ଗୁରୁତ୍ବପୁର୍ଣ୍ଣ ତାହା ଆମ ସଭିଙ୍କୁ ଜଣା । କିନ୍ତୁ ତାଠାରୁ ଅଧିକ ଗୁରୁତ୍ବପୁର୍ଣ୍ଣ ହେଉଛି ଆମେ ଦୈନନ୍ଦିନ ଜୀବନରେ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରୁ । ବାସ୍ତବରେ କଣ ଆମେ ଏସବୁ ଦିଗ ପ୍ରତି ଧ୍ୟାନ ଦେଇଥାଉ ? ଆଜିର ଦିନରେ ଏହା ଏକ ବଡ଼ ପ୍ରଶ୍ନ। କାରଣ କେଉଁ ପ୍ରକାର ଖାଦ୍ୟ ଖାଇବା ଦ୍ବାରା ଶରୀର ସୁସ୍ଥ ରହିପାରିବ ତାହା ଜାଣିବା ଗୁରୁତ୍ବପୂର୍ଣ୍ଣ । ଆଧୁନିକ ଯୁଗରେ ନୂଆ ନୂଆ ରୋଗର ଆବିର୍ଭାବ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି। ତେଣୁ ବଡ଼ ବଡ଼ ରୋଗରୁ ବର୍ତ୍ତିବା ସହ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକେ ଏବେ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ପସନ୍ଦ କରୁଛନ୍ତି। ତେବେ ଖାଦ୍ୟ ଉପରେ ଶରୀରର କାର୍ଯ୍ୟଦକ୍ଷତା ନିର୍ଭର କରେ। ବଡି ଫଙ୍କସନ୍‌ ମଧ୍ୟରେ ହରମୋନ୍‌ କ୍ଷରଣ ହେବା ବି ଏକ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା। ଶରୀର ଭିତରେ କ୍ଷରଣ ହେଉଥିବା ହରମୋନ୍ସ ଏକ ବିଶେଷ କେମିକାଲ୍‌ ଯାହାକି ମେସେଞ୍ଜର ରୂପେ କାର୍ଯ୍ୟ କରେ। ତେବେ ଖାଦ୍ୟ ଦ୍ବାରା କିଭଳି ହରମୋନ୍ସ ପ୍ରଭାବିତ ହୁଏ ଆସନ୍ତୁ ଜାଣିବା..

୧. ଡାଏଟ୍‌ ପାଇ ବିଗିଡ଼ିଯାଏ ହରମୋନ୍‌ ସନ୍ତୁଳନ
ଶରୀରରେ ବିଶେଷ କରି ଜଙ୍କ ଫୁଡ୍‌ସ, ଡିପ୍‌ ଫ୍ରାଏଡ୍‌ ଫୁଡ୍‌ସ, ପ୍ରୋସେସ୍ଡ ଫୁଡ୍‌ସ ଦ୍ବାରା ହରମୋନ୍‌ର ସନ୍ତୁଳନ ବିଗିଡ଼ିଥାଏ। ଶରୀର ପାଇଁ ୪ ବଡ଼ ଶତ୍ରୁ ହେଉଛି- ଲୁଣ, ଚିନି, ତେଲ ଓ ମଇଦା। ଏହି ୪ଟି ଜିନିଷରୁ ଜଙ୍କ ଓ ପ୍ରୋସେସ୍ଡ ଫୁଡ୍‌ସ ପ୍ରସ୍ତୁତ ହୋଇଥାଏ। ଯାହା ଖାଇବା ଦ୍ବାରା ଶରୀରରେ ହରମୋନ୍ସର ଲେବେଲ୍‌ ଅସନ୍ତୁଳିତ ହୋଇଥାଏ। ଏଣୁ ଆପଣ ଅନକେ ସାମାନ୍ୟ କିମ୍ବା ଗମ୍ଭୀର ରୋଗରେ ଶିକାର ହୁଅନ୍ତି।

୨. ହଳଦୀ ପଡ଼ୁଥିବା ଖାଦ୍ୟରେ ବି ବିପଦ
– କ୍ୟାଫନେ୍‌ ଓ ଆଲକୋହଲ୍‌ ସେବନ କରିବା ଦ୍ବାରା ଶରୀରରେ ଷ୍ଟେ୍ରସ୍‌ ହରମୋନ୍‌ ବୃଦ୍ଧି ପାଇଥାଏ।

– ଥାଇରଏଡ୍ସ ରୋଗୀ ବନ୍ଧା କୋବି, ବ୍ରୋକଲି, ସୋୟା ବିନ୍ସ ଆଦି ନଖାଇବା ଉଚିତ। କାରଣ ଏଥିରେ ଥିବା ଗାଇଟୋଜେନ୍ସ ଆପଣଙ୍କ ଶରୀରରେ ଥାଇରଏଡ ହରମୋନ୍‌ର ବାଲାନ୍ସ ବିଗିଡ଼ିପାରେ।

– ରେଡ୍‌ ମିଟ୍‌ରେ ଅଧିକ ସ୍ୟାଚୁରେଟେଡ୍‌ ଫ୍ୟାଟ୍‌ ଥିବାରୁ ଏହାକୁ ଖାଇବା ଦ୍ବାରା ଶରୀରରେ ଥିବା ଏସ୍‌ଟ୍ରୋଜେନ୍‌ ହରମୋନ୍‌ ପ୍ରଭାବିତ ହୋଇଥାଏ।

୩- କେମିତି ରଖିବେ ହରମୋନ୍‌ ସନ୍ତୁଳନ
ଦୈନନ୍ଦିନ ଗ୍ରହଣ କରୁଥିବା ଖାଦ୍ୟରେ ତେଲ, ଚିନି ଓ ଲୁଣ ସବୁଠୁ କମ୍‌ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ଏହା ସହ ଆପଣଙ୍କ ଖାଦ୍ୟରେ ଫାଇବର, କର୍ବୋହାଇଡ୍ରେଟସ୍‌ ଆଦି ସଠିକ୍‌ ମାତ୍ରାରେ ରହିବା ଦରକାର, ଯାହା ଦ୍ବାରା ଆପଣଙ୍କ ଶରୀର ସୁସ୍ଥ ରହିପାରିବ।

କଣ ଖାଇବା ଉଚିତ ଆଉ କଣ ଅନୁଚିତ ?

ହେଲ୍ଦି ଫୁଡ୍‌ସ୍‌ ଗ୍ରହଣ କରନ୍ତୁ। ଯାହା ଦ୍ବାରା ଆପଣଙ୍କ ଶରୀରକୁ ଜରୁରୀ ପୋଷକ ତତ୍ବ ମିଳିପାରିବ। ଏହାସହ ଭିଟାମିନ୍ସ, ପ୍ରୋଟିନ୍‌, ମିନେରାଲ୍ସ, କର୍ବୋହାଇଡ୍ରେଟସ୍‌ ଓ ଜରୁରୀ ଏସିଡ୍ସ ଦ୍ବାରା ଶରୀରକୁ ସଠିକ୍‌ ପୋଷକ ମିଳିଥାଏ। ଯାହା ଦ୍ବାରା ଶରୀରର ସବୁ ଅଙ୍ଗ ଓ ଗ୍ରନ୍ଥିକୁ ଠିକ ଭାବେ କାମ କରିବାକୁ ବଳ ମିଳେ। ଏହା ସହ ହରାମୋନ୍ସ ବାଲାନ୍ସ ଠିକ୍‌ ରହେ। ତେବେ ଆପଣ ତାଜା ଫଳ, ସବୁଜ ପନିପରିବା, ଡ୍ରାଏ ଫୁଡ୍‌ସ, ଡାଲି,ବିନ୍ସ, ଡାଏରି ପ୍ରଡକ୍ଟସ୍‌, ହେଲ୍ଦି ନନ୍‌ଭେଗିଟେରିଆନ୍‌ ଫୁଡ୍‌ସ ଆଦି ଖାଦ୍ୟ ରୂପେ ଗ୍ରହଣ କରିପାରିବେ।

ମନେରଖନ୍ତୁ:ଏସବୁ କେବଳ ଆପଣଙ୍କୁ ସାମାନ୍ୟ ସୂଚନା ଦେବା ପାଇଁ । କୌଣସି ଜିନିଷ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ସହ ନିଶ୍ଚିତ ପରାମର୍ଶ କରିବା ଉଚିତ ।


Share It

Comments are closed.