ଭୁଲରେ ବି କେବେ ଫ୍ରିଜରେ ରଖନ୍ତୁ ନାହିଁ ଏହି ସମସ୍ତ ଖାଦ୍ୟ ଉତ୍ପାଦ


ପରିବା ଏବଂ ଫଳର ସଂରକ୍ଷଣ କରିବା କଥା ଆସିଲେ ଆମ୍ଭେମାନେ ପ୍ରଥମେ ଫ୍ରିଜ କଥା ଚିନ୍ତା କରିଥାଉ । ଫ୍ରିଜରେ ଖାଦ୍ୟ ବହୁ ସମୟ ପର‌୍ୟ୍ୟନ୍ତ ଫ୍ରେସ ଏବଂ ଭଲ ରହିଥାଏ । କିନ୍ତୁ ଫ୍ରିଜରେ ବ୍ୟବହାର ହେଉଥିବା ଦ୍ୟାସ ଏବଂ ରସାୟନିକ ଉତ୍ପାଦ ଖାଦ୍ୟ ପଦାର୍ଥକୁ କ୍ଷତି ପହଞ୍ଚାଇବାର ମଧ୍ୟ ସମ୍ଭାବନା ଥାଏ । ଆମେ ଖାଉଥିବା ପନିପରିବା ଏବଂ ବିଭିନ୍ନ ଫଳ ଦୀର୍ଘ ଦିନ ଧରି ରେଫ୍ରିଡିରେଟରରେ ସଂରକ୍ଷଣ କରିଥାଉ କିନ୍ତୁ ଏପରି କିଛି ଉତ୍ପାଦ ରହିଛି ଯାହା ଫ୍ରିଜରେ ସଂରକ୍ଷଣ କରିବା ସମ୍ପୂର୍ଣ୍ଣଭାବେ ବାରଣ କରିବା ଉଚିତ ଆସନ୍ତୁ ଜାଣିବା ଏହି ସମ୍ପର୍କରେ .. . . . . .
୧. ପିଆଜ – ପିଆଜ ବାହାରେ ଖୋଲା ସ୍ଥାନରେ ରହିଲେ ଦୀର୍ଘ ଦିନ ଧରି ଭଲ ରହିଥାଏ । ଖାସ କରି ଆପଣ ପିଆଜ କାଟିବାପରେ ବାହାରେ କିମ୍ବା ଫ୍ରିଜରେ ରଖନ୍ତୁ ନାହିଁ । ଫ୍ରିଜରେ ରଖିବା ଦ୍ୱାରା ଫ୍ରିଜର ଗ୍ୟାସ ପିଆଜର ସମସ୍ତ ମଏଶ୍ଚର ଟାଣି ନେଇଥାଏ ଏବଂ ଏହା ସ୍ୱାଦ ହୀନ ହୋଇଯାଇଥାଏ ।
୨. ତରଭୁଜ – ତରଭୁଜ ଶରୀର ପାଇଁ ଖୁବ ଲାଭଦାୟକ । ତରଭୁଜ ତୋଳା ହେବା ପରେ ମଧ୍ୟ ପାଚିବାର ପ୍ରକିୟା ଏଥିରେ ଜାରି ରହିଥାଏ । କିନ୍ତୁ ଫ୍ରିଜରେ ରଖିବା ପରେ ପାଚିବାର ପ୍ରକିୟା ବନ୍ଦ ହୋଇଯାଇଥାଏ । ଏବଂ ଆପଣ କାଟିବା ପରେ ତରଭୁଜ ଫ୍ରିଜରେ ରଖନ୍ତୁ ନାହିଁ । ଫ୍ରିଜରେ ରହିବା ଦ୍ୱାରା ଏହା ତରଭୁଜର ସମସ୍ତ ମଏଶ୍ଚର ଟାଣିନେଇଥାଏ ଏବଂ ତରଭୁଜକୁ ଶୁଷ୍କ କରିଥାଏ ତେଣୁ ଏହାର କୌଣସି ପୋଷକ ତତ୍ତ୍ୱ ଏବଂ ସ୍ୱାଦ ରହିନଥାଏ ।
୩. ଟମାଟର – ଟମାଟର ଫ୍ରିଜରେ ରଖିବା ଦ୍ୱାରା ଏହାର ପ୍ରାକୃତିକ ସ୍ୱାଦ ଏବଂ ରଙ୍ଗରେ ପରିବର୍ତ୍ତନ ଘଟିଥାଏ । ଏହା ଫ୍ରିଜରେ ମଧ୍ୟ ଖୁବ ଶୀଘ୍ର ଲଟପଟ ହୋଇଯାଇଥାଏ ଏବଂ ସଠିକଭାବେ ପାଚିପାରିନଥାଏ । ତେଣୁ ରୁମ ତାପମାତ୍ରାରେ ଟମାଟରକୁ ରଖିବା ଦ୍ୱାରା ଏହାର କୌଣସି ପୋଷକ ତତ୍ତ୍ୱରେ ଫରକ ପଡିନଥାଏ ।
୪. ବାଇଗଣ – ବାଇଗଣ ଏପରି ଏକ ପରିବା ଯାହା ୧୦ଡିଗ୍ରୀରୁ ନିମ୍ନ ତାପମାତ୍ରାରେ ଖରାପ ହୋଇଯାଇଥାଏ । ବାଇଗଣକୁ ଆପଣ ଫ୍ରିଜରେ ରଖିବା ଦ୍ୱାରା ଏହାର ଆକାରରେ ପରିବର୍ତ୍ତନ ହେବା ସହିତ ସ୍ୱାଦରେ ମଧ୍ୟ ପ୍ରଭାବ ପଡିଥାଏ । ଏହାକୁ ସର୍ବଦା ଘରୋଇ ତାପମାତ୍ରାରେ ଅନ୍ୟ ପନିପରିବା ଠାରୁ ଅଲଗା କରି ରଖିବା ଉଚିତ ।
୫. ରସୁଣ – ରସୁଣ ଘରୋଇ ତାପମାତ୍ରାରେ ସଠିକଭାବେ ରହିଥାଏ । ଫ୍ରିଜରେ ରହିବା ଦ୍ୱାରା ଏହାର ପ୍ରାକୃତିକ ଗୁଣ ଖରାପ ହୋଇଥାଏ ଏବଂ ଏହା ଶୀଘ୍ର ଖରାପ ହେବାର ସମ୍ଭାବନା ମଧ୍ୟ ଥାଏ ।
୬. ମହୁ – ମହୁର କ୍ରିଷ୍ଟାଲାଇଜ ଗୁଣ ଫ୍ରିଜରେ ଏହାକୁ ଥିକ ଏବଂ ଟାଣ କରିଥାଏ । ତେଣୁ ଏହାକୁ ଫ୍ରିଜରେ ନରଖି ଘରୋଇ ତାପମାତ୍ରାରେ ରଖନ୍ତୁ ।
୭. ପିନଟ୍ ବଟର – ପିନଟ୍ ବଟର ଅନ୍ୟାନ୍ୟ ବଟର ପରି ଫ୍ରିଜର କୌଣସି ଆବଶ୍ୟକ କରିନଥାଏ । ପିନଟ୍ ବଟର ଫ୍ରିଜରେ ରଖିବା ଦ୍ୱାରା ଟାଣ ହୋଇଯାଏ । ଏହାକୁ ଶୁଷ୍କ ପରିବେଶରେ ଘରୋଇ ତାପମାତ୍ରାରେ ରଖନ୍ତୁ ।
୮. କଦଳୀ – କଦଳୀ ଘରୋଇ ତାପମାତ୍ରାରେ ଭଲଭାବେ ପାଚିଥାଏ । ଏବଂ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ମଧ୍ୟ ଖୁବ ଶୀଘ୍ର ଖରାପ ହୋଇଯାଏ ଏବଂ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ ।
୯. କାକୁଡି – ଅତ୍ୟଧିକ ନିମ୍ନ ତାପମାତ୍ରାରେ କାକୁଡିର ପୋଷକ ତତ୍ତ୍ୱ ଖରାପ ହୋଇଯାଇଥାଏ । କାକୁଡିକୁ ୧୨ଡିଗ୍ରି ସେଲସିୟସରୁ ନିମ୍ନ ତାପମାତ୍ରାରେ ରଖିବା ଉଚିତ ନୁହେଁ । କାକୁଡିକୁ ଘରୋଇ ତାପମାତ୍ରାରେ ରଖିବା ଦ୍ୱାରା ଏହାର କୌଣସି ପ୍ରୋଟିନ ଏବଂ ପୋଷକ ତତ୍ତ୍ୱରେ ଫରକ ପଡିନଥାଏ କିନ୍ତୁ ଫ୍ରିଜରେ ରଖିବା ଦ୍ୱାରା ଏହାର ଜଳୀୟ ଅଂଶ ଶୁଖିଯାଇଥାଏ ।
୧୦. ଆପଲ – ଆପଲ ଫ୍ରିଜରେ ରଖିବା ଦ୍ୱାରା ଏହାର ଆକାର ଏବଂ ସ୍ୱାଦରେ ଫରକ ପଡିଥାଏ । ଏହାର ଟିକେ ଶୁଷ୍କ ଲାଗିଥାଏ ଏବଂ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ ।


Share It

Comments are closed.