ବ୍ଲଡ୍ ସୁଗାର ଲେଭଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏହିସବୁ ଖାଦ୍ୟ, ଦୈନିକ ଆହାରରେ ନିଶ୍ଚିତ କରନ୍ତୁ ସାମିଲ


ଡାଏବେଟିସ ରୋଗୀଙ୍କ ପାଇଁ ଏହା ଜାଣିବା ବହୁତ କଷ୍ଟ ଯେ ସ୍ୱାସ୍ଥ୍ୟ ଦୃଷ୍ଟିରୁ କେଉଁ ଖାଦ୍ୟ ପେୟ ସବୁଠାରୁ ଉତ୍ତମ ବିକଳ୍ପ। ଯେତେବେଳେ ଜଣେ ଡାଏବେଟିସରେ ପୀଡିତ ହୁଏ ତାଙ୍କ ଶରୀର ପର୍ଯ୍ୟାପ୍ତ ଇନ୍ସୁଲିନ ଉତ୍ପାଦନ କରିପାରିନଥାଏ କିମ୍ବା ଇନ୍ସୁଲିନର ସଠିକ ଉପଯୋଗ କରିପାରିନଥାଏ। ସେଥିପାଇଁ ରକ୍ତରେ ଗ୍ଲୁକୋଜ ଜମା ହୋଇଯାଏ। ହାଇ ବ୍ଲଡ଼ ସୁଗାର ଲେଭଲ ଥକାପଣ ଠାରୁ ଆରମ୍ଭ କରି ହୃଦରୋଗ ଯାଏଁ ଅନେକ ଲକ୍ଷଣ ସୃଷ୍ଟି କରିଥାଏ। ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ କରିବାର ଗୋଟିଏ ତରିକା ହେଲା ହେଲ୍ଦି ଡାଏଟ। ସାଧାରଣତଃ ଶରୀର ଦ୍ୱାରା ଧୀରେ ଧୀରେ ଅବଶୋସିତ ହେଉଥିବା ଖାଦ୍ୟପେୟ ସବୁଠାରୁ ଉତ୍ତମ କାରଣ ଏହା ବ୍ଲଡ଼ ସୁଗାରରେ ସ୍ପାଇକର କାରଣ ହୋଇନଥାଏ।

ଗ୍ଲାଇସେମିକ ଇଣ୍ଡେକ୍ସ (ଜିଆଇ) ବ୍ଲଡ଼ ସୁଗାର ଲେଭଲ ଉପରେ ଖାସ ଖାଦ୍ୟ ପ୍ରଭାବ ପକାଇଥାଏ। ଯେଉଁମାନେ ନିଜ ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ସେମାନେ ନିମ୍ନ କିମ୍ବା ମଧ୍ୟମ ଜିଆଇ ସ୍କୋର ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ। ହେଲ୍ଦି ବ୍ଲଡ଼ ସୁଗାର ଲେଭଲ ବଜାୟ ରଖିବାକୁ ନିମ୍ନଲିଖିତ ଖାଦ୍ୟ ସେବନ କରିବା ଉଚିତ।

୧. ବିନ୍ସ – ଡାଲି, କଳା ଚଣା କିମ୍ବା ଚଣା ବିନ୍ସ ଗ୍ଲାଇସେମିକ ଇଣ୍ଡେକ୍ସ ଯୁକ୍ତ ଫୁଡ। ଅର୍ଥାତ ଏହାର କାର୍ବୋହାଇଡ୍ରେଟ୍ସ ଧୀରେ ଧୀରେ ଜାରି ହୋଇଥାଏ। ସେଥିପାଇଁ ବ୍ଲଡ଼ ସୁଗାର ବୃଦ୍ଧି ହେବା ସମ୍ଭାବନା କମ ଥାଏ। ସେଥିପାଇଁ ନିୟମିତ ଡାଲି ବଦଳରେ ମଝିରେ ମଝିରେ ରାଜମା ସେବନ କରିପାରିବେ।

୨. ସେଓ – ନିମ୍ନ ଗ୍ଲାଇସେମିକ ଇଣ୍ଡେକ୍ସ ଯୁକ୍ତ ଫଳ ସେବନ କରି ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ କରାଯାଇପାରିବ। ଦିନକୁ ଗୋଟିଏ ସେଓ ଖାଇବା ଲାଭଦାୟକ ହୋଇଥାଏ। ସେଓରେ ଫାଇବର, ଭିଟାମିନ-ସି ରହିଛି।

୩. ବାଦାମ – ବାଦାମରେ ଭରପୁର ମାତ୍ରାରେ ମ୍ୟାଗନେସିୟମ ରହିଛି। ଏହା ଏକ ଖଣିଜ ଯାହା ଶରୀରକୁ ଇନ୍ସୁଲିନର ଅଧିକ ପ୍ରଭାବିତ ଢଙ୍ଗରେ ଉପଯୋଗ କରିବାରେ ସାହାଯ୍ୟ କରିଥାଏ। ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ କରିବାକୁ ଦୈନିକ ଆହାରରେ ବାଦାମକୁ ସାମିଲ କରିପାରିବେ।

୪. ପାଳଙ୍ଗ – ପାଳଙ୍ଗରେ ମ୍ୟାଗନେସିୟମ ଓ ଫାଇବର ଭରପୁର ମାତ୍ରାରେ ରହିଛି। ଆପଣ କଞ୍ଚା ପାଳଙ୍ଗ ମଧ୍ୟ ଖାଇପାରିବେ କିମ୍ବା ଅଲିଭ ଅଏଲରେ ଭାଜି ମଧ୍ୟ ଖାଇପାରିବେ। ଭେଜିଟେବୁଲ ଜୁସରେ ମଧ୍ୟ କିଛି ମାତ୍ରାରେ ପାଳଙ୍ଗ ମିଶାଇ ପାରିବେ।

୫. ଚିଆ ସିଡ୍ସ – ବ୍ଲଡ଼ ସୁଗାର ନିୟନ୍ତ୍ରଣ କରିବାରେ ଚିଆ ସିଡ୍ସ ଲାଭଦାୟକ। ଚିଆ ସିଡ୍ସରେ ଭରପୁର ମାତ୍ରାରେ ପ୍ରୋଟିନ ଓ ଫାଇବର ରହିଛି।

୬. ଜାମୁକୋଳି – ଜାମୁକୋଳିରେ ଥିବା ଯୌଗିକ ହୃଦରୋଗ ଆଶଙ୍କାକୁ କମ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ଲଡ଼ ସୁଗାର ଲେଭଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଜାମୁକୋଳିରେ ଫାଇବର, ଭିଟାମିନ-ସି ଓ ଆଣ୍ଟିଅକ୍ସିଡେଣ୍ଟ ଭଳି ଅନ୍ୟ ପୋଷାକ ତତ୍ତ୍ୱର ସ୍ରୋତ।


Share It

Comments are closed.