ଭୁଲରେ ବି ଖାଲି ପେଟରେ ଖାଆନ୍ତୁନାହିଁ ଏହି ସମସ୍ତ ଖାଦ୍ୟ


ସମସ୍ତେ ଜାଣନ୍ତି କି ସମ୍ପୂର୍ଣ୍ଣ ଦିନ ମଧ୍ୟରେ ବ୍ରେକଫାଷ୍ଟ ଖୁବ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତେ ବ୍ରେକଫାଷ୍ଟକୁ ପେଟ ଭରି କରିବା ଆବଶ୍ୟକ ଏହା ଦ୍ୱାରା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ । ଏବଂ ସମ୍ପୂର୍ଣ୍ଣ ଦିନ ପାଇଁ ଉର୍ଜା ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ଖାଦ୍ୟ ରହିଛି ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ହୋଇପାରେ ବିଭିନ୍ନ ସାଂଘାତିକ ସମସ୍ୟା । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସକାଳେ ଖାଲି ପେଟରେ ସେବନ କରିବେ ନାହିଁ ।
୧. ଟମାଟର – ଟମାଟର ଭିଟାମିନ ସି ଏବଂ ପୋଷକ ତତ୍ତ୍ୱର ଉତ୍ତମ ସ୍ରୋତ ଅଟେ । କିନ୍ତୁ ଏହାକୁ ସାକଳେ ଖାଲି ପେଟରେ ଖାଇବା ଅନୁଚିତ କାରଣ ଏଥିରେ ଥିବା ଟ୍ୟାନିକ ଏସିଡ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣଙ୍କ ଅଲସର ସମସ୍ୟା ରହୁଛି ତେବେ ଆପଣ ଟମାଟରର ସେବନ ଖାଲି ପେଟରେ କରିବା ଅନୁଚିତ ।
୨. କାର୍ବୋନେଟେଡ ଡ୍ରିଙ୍କସ – ବହୁ ଲୋକେ ଖାଦ୍ୟ ହଜମ କରିବା ପାଇଁ ହେଉ କିମ୍ବା ପାଟିର ସ୍ୱାଦ ପାଇଁ ହେଉ ସମସ୍ତେ କାର୍ବୋନେଟେଡ ଡ୍ରିଙ୍କସ ପିଇବାକୁ ଭଲ ପାଇଥାନ୍ତି । ଆପଣ କିଛି ଖାଦ୍ୟ ନଖାଇ ଖାଲି ପେଟରେ ଏହି କାର୍ବୋନେଟେଡ ଡ୍ରିଙ୍କସ ପାଇବା ଦ୍ୱାରା ବହୁ ଅସୁବିଧା ହୋଇଥାଏ । ପେଟ ଜନିତ ସମସ୍ୟା ଏବଂ ବ୍ୟାସ ସମସ୍ୟା ଦେଖାଯାଇଥାଏ ।
୩. ଡିପ ଫ୍ରାଏ ଖାଦ୍ୟ – ତେଲରେ ଛଣା ହୋଇଥିବା ଖାଦ୍ୟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । ଆପଣ କିନ୍ତୁ ସକାଳେ ଖାଲି ପେଟରେ ଏହା ଖାଇବା ଉଚିତ ନୁହେଁ । ଏହା ଦ୍ୱାରା ପେଟ ଖରାପ ହେବାର ସମ୍ଭାବନା ଥାଏ ।
୪. ସ୍ପାଇସି ଫୁଡ – ଖାଲି ପେଟରେ ସ୍ପାଇସି ଫୁଡର ସେବନ ଦ୍ୱାରା ଗ୍ୟାସ ଏବଂ ଅଲସର ପରି ରୋଗ ହୋଇଥାଏ । ତେଣୁ ସାକାଳୁ ଭୁଲରେ ବି ସ୍ପାଇସି ଫୁଡର ସେବନ କରନ୍ତୁ ନାହିଁ ।
୫. ମିଠା ଉତ୍ପାଦ – ଯେକୌଣସି ପ୍ରକାରର ମିଠା ଖାଦ୍ୟ ହଜମ କରିବାକୁ ସହଜ ହେଲେ ମଧ୍ୟ ରକ୍ତରେ ଶର୍କରାର ମାତ୍ରା ବଢିଯାଇଥାଏ । ତେଣୁ ସକାଳୁ ଖାଲି ପେଟରେ ଆପଣ ମିଠା ପଦାର୍ଥ ଖାଇବା ଉଚିତ ନୁହେଁ ।
୬. ଦହି – ଦହି ଶରୀର ପାଇଁ ଖୁବ ହିତକର ଏବଂ ଲାକ୍ଟିକ ଏସିଡର ଏକ ଉତ୍ତମ ସ୍ରୋତ କିନ୍ତୁ ସକାଳେ ଖାଲି ପେଟରେ ଏହା ଖାଇବା ଦ୍ୱାରା ଏସିଡିଟିର ସମସ୍ୟା ଦେଖାଯାଇଥାଏ ।

 


Share It

Comments are closed.