ଶୋଇବା ବେଳେ ଏହିସବୁ ଦିଗପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଉପୁଜିପାରେ ଗମ୍ଭୀର ସମସ୍ୟା


ବୈବାହିକ ଜୀବନ ହେଉ କିମ୍ବା ସାଂସାରିକ ଜୀବନ, ଦୈନଦିନ ଜୀବନରେ ଅଶାନ୍ତି ଲାଗିରହିଲେ ସୁଖମୟ ଜୀବନ ମଧ୍ୟ ଦୁଃଖମୟରେ ପରିଣତ ହୋଇଯାଇଥାଏ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ବାସ୍ତୁ ଦ୍ୱାରା ଏହି ସମସ୍ୟାର ସମାଧାନର ବାଟ ମଧ୍ୟ ଆପଣାଇଥାନ୍ତି । ବାସ୍ତୁରେ ବିଭିନ୍ନ ଦିଗ ଆଧାରରେ ସମସ୍ୟା ସମାଧାନର ଉପାୟ ବିଷୟରେ କୁହାଯାଇଛି । ବିଭିନ୍ନ ପ୍ରକାର ଜିନିଷ ପାଇଁ ଓ ସମସ୍ତ ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ବାସ୍ତୁର ଶୁଭ ଅଶୁଭ ସ୍ଥାନ ବିଷୟରେ ସୂଚନା ଦିଆଯାଇଛି । ବାସ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ ଉଚିତ ସ୍ଥାନରେ ନ ଶୋଇବା ଦ୍ୱାରା ବାସ୍ତୁ ଦୋଷ ବଢିଯାଇଥାଏ । ଶୋଇବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ରଖିବେ ଆସନ୍ତୁ ଜାଣିନେବା ।

୧. ଶୋଇବା ସମୟରେ ଧ୍ୟାନ ରଖନ୍ତୁ ଆପଣଙ୍କ ପାଦ ଯେପରି ରୁମ ଦ୍ୱାର ଆଡକୁ ନ ରହେ । ଏପରି କରିବା ଅଶୁଭ ହୋଇଥାଏ । ଏହା ଦ୍ୱାରା ଲକ୍ଷ୍ମୀ ଘରେ ପ୍ରବେଶ କରିନଥାନ୍ତି ।

୨. ତକିଆ ତଳେ, ବିଛଣା ତଳେ କିମ୍ବା ଉପରେ ଘଣ୍ଟା ରଖି ଶୁଅନ୍ତୁ ନାହିଁ । ଏପରି କରିବା ଦ୍ୱାର ବ୍ୟକ୍ତି ସର୍ବଦା ଚିନ୍ତାରେ ରହିଥାଏ ।

୩. ଯେଉଁ ବେଡରେ ଶୋଇବାକୁ ଯାଉଛନ୍ତି ତାହା ଉପରେ ସିମ୍ପଲ ଡିଜାଇନ ବିଶିଷ୍ଟ ତକିଆ କଭର ଓ ଚାଦର ବିଛାଇବା ଉଚିତ । ଅଧିକ ଡିଜାଇନ ବାଲା କିମ୍ବା ରଙ୍ଗ ବେରଙ୍ଗର ଚାଦର ବିଛାଇବା ଦ୍ୱାରା ମନ ଅଶାନ୍ତି ରହିଥାଏ ।

୪. ବେଡ ମଝାମଝି କୌଣସି ଲ୍ୟାମ୍ପ, ଫ୍ୟାନ କିମ୍ବା ଇଲେକ୍ଟ୍ରିକ ଉପକରଣ ରଖିବା ଅନୁଚିତ । ଏହା ଦ୍ୱାରା ବ୍ୟକ୍ତିର ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପଡିଥାଏ ।

୫. ବେଡରୁମରେ ହାଲକା ଗୋଲାପୀ ରଙ୍ଗର ଆଲୋକ ପଡିବା ଉଚିତ । ଏହା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିଥାଏ ।

୬. ଶାସ୍ତ୍ର ଅନୁସାରେ ସୂର୍ଯୋଦୟ ପରେ, ଦ୍ୱିପ୍ରହରରେ ଓ ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ ।

୭. ଶୋଇବାର ପ୍ରାୟ ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇନେବା ଅନୁଚିତ । ଖାଇବା ପରେ ତୁରନ୍ତ ଶୁଅନ୍ତୁ ନାହିଁ ।

୮. ଶୋଇବା ସମୟରେ ମୁଣ୍ଡ ପାଖରେ ଫୋନ କିମ୍ବା କୌଣସି ଇଲେକଟ୍ରିକ ସାମଗ୍ରୀ ରଖିବା ଉଚିତ ନୁହେଁ, କାରଣ ଏହା କରିବା ଦ୍ୱାରା ନିଦ ଠିକ ସେ ହୋଇନଥାଏ । ଯାହା ଫଳରେ ଏହା ମୁଣ୍ଡବ୍ୟଥାର କାରଣ ମଧ୍ୟ ସାଜିଥାଏ ।


Share It

Comments are closed.